ଦୀର୍ଘ ୧୫ ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗ ସାପ ଜାଣନ୍ତୁ ମନ୍ଦିର ପଛର ଆଉ ଏକ ଅଦ୍ଭୁତ କଥା…..

ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି। ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ। ହିନ୍ଦୁ ଧର୍ମରେ ଭଗବାନ ୩୩ କୋଟି ଦେବା ଦେବୀ ବୋଲି ବିଶ୍ୱାସ କରାଯାଏ। ଏହି ଦେବା ଦେବୀ ମନେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ଏବଂ ରୂପରେ ଦେଖିବାକୁ ମିଳିଥାଏ । ଆଉ ତାଙ୍କ ବାହାନମାନେ ମଧ୍ୟ ପୂଜା ପାଆନ୍ତି।

ଅନେକ ଲୋକମାନେ ବିଶ୍ୱାସ ଏବଂ ଭକ୍ତି କରନ୍ତି ଠାକୁର ମାନଙ୍କୁ। ଭଗବାନଙ୍କର ଅନେକ ରୂପ ସହ ଆଶ୍ଚଯ୍ୟକର ଚମତ୍କାରିତା ମଧ୍ୟ ରହିଛି। ଭାରତବର୍ଷରେ ଯେତେ ସବୁ ମନ୍ଦିର ଦେଖିବାକୁ ମିଳେ ସବୁ ମନ୍ଦିରର କିଛି ଆଶ୍ଚଯ୍ୟକର କଥା ଦେଖିବାକୁ ମିଳିଛି। ଏମିତି ଅନେକ ମଦିର ଅଛି ଯେଉଁଠି ଆଶ୍ଚଯ୍ୟକର କଥା ଦେଖିବାକୁ ମିଳେ ଯାହା ଲୋକମାନେ ଶୁଣି ଆଶ୍ଚଯ୍ୟ ହୋଇଯାନ୍ତି। ଆଉ ବି କୁହନ୍ତି ଭଗବାନଙ୍କ ଲୀଳା କେହି ଜାଣି ପାରିବେନି ।

ଭଗବାନଙ୍କ ଦ୍ୱାରା ମଧ୍ୟ ସବୁ କାର୍ଯ୍ୟ ସଫଳ ହୁଏ ଯାହାକୁ ଲୋକମାନେ ବିଶ୍ୱାସ କରନ୍ତି ନାହିଁ। ଯଦି ଆମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କଥା କହିବା ତାଙ୍କ ବିଷୟରେ ବହୁତ ଇତିହାସ ,ରହସ୍ୟମୟ,ଆଶ୍ଚର୍ଯ୍ୟକର ଘଟଣା ମଧ୍ୟ ରହିଛି। ଠିକସେହିପରି ଆପଣମାନଙ୍କୁ କିଛିଦିନ ତଳେ ଗୋଟେ ରହସ୍ୟମୟ କଥା କହିଥିଲୁ ଏଠାରେ ଏମିତି ଏକ ମନ୍ଦିର ଅଛି ଯେଉଠି ବର୍ଷ ବର୍ଷ ଧରି ମନ୍ଦିରରେ ଦୀପ ଜଳେ କିନ୍ତୁ ବିନା ତେଲରେ କେବଳ ଜଳ ମାଧ୍ୟମରେ । ତାହା ପଛରେ ବଡ କାହାଣୀ ଅଛି ।

ଏହା ରହସ୍ୟ ଥିଲା ଯେ ମନ୍ଦିରର ଦୀପ ଟି ବର୍ଷ ବର୍ଷ ଧରି ବିନା ତେଲରେ କେବଳ ଜଳରେ ଜଳେ କିନ୍ତୁ ସେ ମନ୍ଦିର ପାଖରେ ଥିବା ନଦୀରୁ ପାଣିରେ ଜଳେ ଯଦି ବାହାର ଜାଗାରୁ ପାଣି ଆଣିଲେ ଜଳିବ ନାହିଁ।ଏସବୁକୁ ଶୁଣିବା ପରେ ବିଶ୍ୱାସ ଲାଗୁ ନଥିବ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ । ଏମିତି ଅନେକ ମନ୍ଦିରରେ ବହୁତ ରହସ୍ୟ ଦେଖିବାକୁ ମିଳେ ଏବଂ ଅନେକ ଘଟଣା ମଧ୍ୟ ଶୁଣିବାକୁ ମିଳିଥାଏ ।

ଏହା କହିବାର ଅର୍ଥ ତାହା ଯେ ମନ୍ଦିର ଗୁଡିକର ଏପରି ରହସ୍ୟ ଥାଏ ଯାହାକୁ ଆପଣମାନେ ଶୁଣିଲାପରେ ବୁସ୍ୱାସ୍ କରିବେନାହିଁ। ଏବେ ଆପଣଙ୍କୁ ଶିବ ଲିଙ୍ଗ ବିଷୟରେ କିଛି କହିବୁ ଯେଉଁଠାରେ ପୂଜା କରିବାକୁ କେହି ବି ପୂଜାରୀ ନାହାନ୍ତି କିନ୍ତୁ ଶିବ ଲିଙ୍ଗଙ୍କୁ ପୂଜା କରିବାକୁ ତାଙ୍କ ବାହାନ ପ୍ରତିଦିନ ଆସିଥାଏ। ଯାହା ବହୁତ ଚାଂଚଲ୍ୟକର କଥା ଏବଂ ବହୁତ ରାହସ୍ୟକର । ଏହାକୁ ଦେଖିବାପାଇଁ ବହୁତ ଦୂରରୁ ଲୋକମାନେ ଆସନ୍ତି । ଏହି ମନ୍ଦିର ପୂଜାରୀ କଥା ଶୁଣିଲାପରେ ବି ଲୋକଙ୍କ ବିଶ୍ୱାସ ହଉ ନଥିବା

ଏହି ମନ୍ଦିର ଉତ୍ତରପ୍ରଦେଶର ଅଗ୍ରା ପାଖରେ ରହିଥିବା ସାଲେମାବାଦ ର ଏକ ପ୍ରାଚୀନ ଶିବ ମନ୍ଦିର । ଏହି ମନ୍ଦିରରେ ବିଗତ ୧୫ବର୍ଷ ହେଲାଣି ନାଗସାପ ପ୍ରତିଦିନ ଆସିକି ପୂଜାରୀ ରୂପେ ଭଗବାନ ଶିବଙ୍କୁ ପୂଜା କରୁଛି। ଏହି ସାପ ପ୍ରତିଦିନ ୧୦ ରେ ଆସେ ୩ ବେଳେ ପଳାଏ ,ସେ ପ୍ରାୟ ୫ ଘଣ୍ଟା ପୂଜା କରେ। ଲୋକ ମାନେ ଆଜି ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ ଯେ ସାପ ପ୍ରତିଦିନ କଣ ପାଇଁ ଆସେ ଏବଂ ଏହା ପଛରେ କାରଣ କଣ । ଏହା ଏକ ଚାଂଚଲ୍ୟକର ଘଟଣା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।