ବଡ ଖୁଲାସା । ମଙ୍ଗଳ ଗ୍ରହରେ ଅଛନ୍ତି ଏଲିଏନ, କଣ ସତରେ ପୃଥିବୀ ପ୍ରତି ଅଛି କି ବିପଦ ଜାଣନ୍ତୁ…..

ଏବେ ସାମ୍ନାକୁ ଆସିଲା ବଡ଼ ଖବର। ମଙ୍ଗଳ ଗ୍ରହରେ ଏଲିଅନ୍‌ ରହିଥିବା ଖବର ଏବେ ସାମ୍ନା କୁ ଆସିଛି। ଏହାକୁ ନେଇ ଇସ୍ରାଏଲ ର ବୈଜ୍ଞାନିକ ଙ୍କ ବଡ଼ ଖୁଲାସା ହୋଇଛି।ଆଉ ଯେଉଁ କଥା ଟ୍ରମ୍ପ ବି ଜାଣିଛନ୍ତି।ଏକ ବେଶ୍ ତିଆରି କରି ସେମାନେ ଲୁଛି ବସିଛନ୍ତିି।ଆଉ ସେମାନେ ମଙ୍ଗଳଗ୍ରହରେ ଏକ ଗୁପ୍ତ ଅଡ୍ଡା ନିର୍ମାଣ କରିଛନ୍ତି। ଆଉ ଏସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ମଧ୍ୟ ଜଣା ଅଛି ବୋଲି କୁହା ଯାଉଛି।

କାରଣ ଏ ସମ୍ପର୍କରେ ଇସ୍ରାଏଲ୍‌ ମହାକାଶ ଗବେଷଣା କାର୍ଯ୍ୟକ୍ରମର ପୂର୍ବତନ ମୁଖ୍ୟ ତଥା ମହାକାଶ ବିଜ୍ଞାନୀ ୮୭ ବର୍ଷ ବୟସ୍କ ପ୍ରଫେସର ହୈମ ଇଶେଦ ସୂଚନା ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ ଏଲିଅନ୍‌ଙ୍କ ସହିତ ଆମେରିକା ଏବଂ ଇସ୍ରାଏଲ୍‌ ଯୋଗାଯୋଗରେ ରହିଛନ୍ତି। ତେବେ ତାଙ୍କ କହିବା ଅନୁସାରେ ଏବେ ଯାଏଁ ମାନବ ସମାଜ ଏଲିଅନ୍‌ଙ୍କ ଉପସ୍ଥିତି ନେଇ ନିଜକୁ ପ୍ରସ୍ତୁତ କରି ନ ଥିବାରୁ ଏହି ଖବର କୁ ପ୍ରଘଟ କରା ନ ଯାଇ ଏହାକୁ ଗୁପ୍ତ ରଖା ଯାଇଥିବା ସେ କହିଛନ୍ତି। ଗତ ୩୦ ବର୍ଷ ଧରି ଇଶେଦ ଇସ୍ରାଏଲ୍‌ ମହକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ପରେ ଅବସର ନେଇଥିଲେ ବୋଲି ଏକ ସାକ୍ଷାତକାର୍‌ରେ ଇଶେଦ ଏଭଳି ସୂଚନା ଦେଇଛନ୍ତି।

ତେବେ ଏହାପରେ ଏବେ ଇଶେଦଙ୍କ ମନ୍ତବ୍ୟ ନେଇ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ହେବା ଆରମ୍ଭ ହୋଇଛି।  ତେବେ ଆମେରିକା ପକ୍ଷରୁ ଏଲିଅନ୍‌ଙ୍କ ଗାଲେକ୍ଟିିକ୍‌ ଫେଡେରେଶନ୍‌ ସହିତ ଏକ ଚୁକ୍ତି କରା ଯାଇଥିବା ଇଶେଦ କହିଛନ୍ତି। ଯାହା ଆଗାମୀ ଦିନରେ ସାମ୍ନା କୁ ଆସିବା ପରେ ଅଧିକ ସ୍ପଷ୍ଟ ହେବ।ଚୁକ୍ତି ଅନୁସାରେ ଆମେରିକା ସରକାର ଏଲିଅନ୍‌ଙ୍କ ସହିତ ମିଳିତ ଭାବେ ବିଶ୍ୱବ୍ରହ୍ମାଣ୍ଡର ରହସ୍ୟ ଖୋଜିବେ।

ଚୁକ୍ତି ଅନ୍ତର୍ଗତ ମଙ୍ଗଳ ଗ୍ରହରେ ମାଟି ତଳେ ଏକ ଗୁପ୍ତ ଅଡ୍ଡା ନିର୍ମାଣ ମଧ୍ୟ କରା ଯାଇଛି। ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ସମୟରେ ଏଲିଅନ୍‌ଙ୍କ ସହିତ କେତେକ ଥର ଯୋଗାଯୋଗ ହୋଇଥିବା ଇଶେଦ କହିଛନ୍ତି। ସୂଚନାଯୋଗ୍ୟ, ଇଶେଦ ୨୦୧୧ରେ ଅବସର ଗ୍ରହଣ କରିବା ପରେ ନିଜେ ଲେଖିଥିବା କେତେକ ପୁସ୍ତକରେ ମଧ୍ୟ ଏଲିଅନ୍‌ଙ୍କ ସମ୍ପର୍କରେ ବହୁ ଗୁପ୍ତ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ସବୁ ଜାଣି ସବୁ ଚୁପ୍ ରହିଛନ୍ତି ବୋଲି କହିଛନ୍ତି ଇସ୍ରାଏଲ ବୈଜ୍ଞାନିକ। ଏଲିଏନ ଲୁଚିକି ରହିଛନ୍ତି।ଆଉ ସେମାନଙ୍କର ñକା ଓ ଇସ୍ରାଏଲ ଙ୍କ ସହିତ ସମ୍ପର୍କ ରହିଛି।ସେ କହିଛନ୍ତି ଯେ ମଣିଷ ଏବେ ଯେଉଁ ସ୍ଥିତି ରେ ରହିଛି ଏହି ସମୟରେ ତାକୁ ଏଲିଏନ ବିଷୟରେ କହିଲେ ତାକୁ କେହି ବୁଝି ପାରିବେ ନାହିଁ କି ବିଶ୍ୱାସ କରିବେ ନାହିଁ। ତେବେ ଜାଣି ରଖନ୍ତୁ ଯେ ପୃଥିବୀ ଏବଂ ଆମେରିକା ର ଏଲିଏନ ର ପ୍ରସଙ୍ଗ ପ୍ରାୟତ ସମାନ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।