ରାଜ୍ୟ ସରକାରଙ୍କ ବଡ ଘୋଷଣା । ମାର୍ଚ୍ଚ ୩୧ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ, ହେବନି ବାର୍ଷିକ ପରୀକ୍ଷା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…ଜଲଦି ଦେଖନ୍ତୁ…..

କରନା ଭାଇରସ ର ଭୟାବହତା ଏବେବି ଲାଗି ରହିଛି। ଦୀର୍ଘ ଦିନ ପରେ ଯଦିଓ ସାମାନ୍ୟ ନିୟନ୍ତ୍ରଣ ମଧ୍ୟରେ ଏହା ରହିଥିଲା ତଥାପି ଏହାର ପ୍ରକୋପ ଏବେବି ଜାରି ରହିଛି।ଏବେ ପୁଣି କରୋନା ଭାଇରସର ଦ୍ୱିତୀୟ ଲହର ଆରମ୍ଭ ହୋଇ ଯାଇଛି। ଯାହାକୁ ନେଇ ପୁଣି ଲୋକଙ୍କ ମଧ୍ୟରେ ଭୟ ଦେଖା ଦେଇଛି।ଆଉ ଏହି ସମୟରେ ଜନ ସାଧାରଣ ଅନେକ ଅସୁବିଧା ଓ ଗୁରୁତର ସମସ୍ୟା ଦେଇ ଗତି କରୁଥିବା ବେଳେ ପିଲାଙ୍କ ପାଠ ପଢ଼ା ରେ ମଧ୍ୟ ଅନେକ ଅସୁବିଧା ପରିଲକ୍ଷିତ ହେଉଛି।

ଯାହାକୁ ନେଇ ସରକାର୍ ଏବେ ଚିନ୍ତାରେ ରହିଛନ୍ତି। ସାରା ଦେଶରେ ସ୍କୁଲ ପାଠ୍ୟ କ୍ରମ ଏବେ ବନ୍ଦ ରହିଛି। ଆଉ ଏହି ସମୟରେ ସମସ୍ତ ରାଜ୍ୟର ସରକାର ପିଲା ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ୍ ବନ୍ଦ ରଖିଛନ୍ତି।

ଆଉ ଏହି ସମୟରେ ମଧ୍ୟପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ବୈଠକ ଆୟୋଜନ କରି ଏହାର ନିଷ୍ପତ୍ତି କ୍ରମେ ଆସନ୍ତା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି।ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି କୁହା ଯାଇଛି।ଆଉ ଏବେ ଚଳିତ ବର୍ଷ ଏହି ନିୟମ ଆଧାରରେ ପିଲା ମାନଙ୍କ ପ୍ରୋଜେକ୍ଟ ୱାର୍କ ମୂଲ୍ୟାୟନ ଆଧରରେ ହିଁ କେବଳ ନମ୍ବର ମିଳିବ।

ଏହା ଛଡ଼ା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ଚଳିତ ଶିକ୍ଷା ବର୍ଷରେ ଆଉ ନିୟମିତ ପାଠପଢ଼ା ହୋଇ ପାରିବ ନାହିଁ ବୋଲି କୁହା ଯାଇଛି।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ମଧ୍ୟ ବାର୍ଷିକ ପରୀକ୍ଷା ଦେବେ ନାହିଁ ବୋଲି ଘୋଷଣା ରେ କହିଛନ୍ତି ସରକାର୍।ଏହା ବ୍ୟତୀତ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ନିୟମିତ ଭାବରେ ସ୍କୁଲ ଆସିବେ ନାହିଁ।

କେବଳ ସପ୍ତାହକୁ ଥରେ କିମ୍ବା ଦୁଇଥର ସେମାନେ ସ୍କୁଲକୁ ଆସିବେ ଏବଂ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଠାରୁ ସେମାନେ ପାଠ ସମ୍ପର୍କରେ ଫୋନରେ ତାଙ୍କର ଡାଉଟ୍ ପଚାରି ପାରିବେ ନହେଲେ ଅନଲାଇନ୍ ରେ ଜଣାଇବେ। କିନ୍ତୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ମାନଙ୍କ ପାଇଁ ନିୟମ କିଛି ଅଲଗା ରହିଛି ଯାହା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅନୁସାରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲକୁ ଆସିବାର ନିୟମ ରହିଛି ଏବଂ ଖୁବଶୀଘ୍ର ସେମାନଙ୍କର ନିୟମିତ ପାଠପଢ଼ା ମଧ୍ୟ ଆରମ୍ଭ ହେବ। ସରକାରଙ୍କ ନିଷ୍ପତି କ୍ରମେ ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ଅଟେ। ଏହାଛଡା ସରକାରୀ, ବେସରକାରୀ ସ୍କୁଲ ମାନେ ପିଲାଙ୍କ ପାଖରୁ ସ୍କୁଲ୍ ବନ୍ଦ ରହିବା ପର୍ଯ୍ୟନ୍ତ କୌଣସି ସ୍କୁଲ୍ ଫି ଆଦାୟ କରି ପାରିବେ ନାହିଁ ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।