ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ଼ ଖୁଲାସା, କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜାଣନ୍ତୁ ? ମୁହଁ ଖୋଲିଲେ ବିଧାୟକ…..

ବିଜୁ ଜନତା ଦଳର ସୁପ୍ରିମ ତଥା ସଭାପତି, ଯିଏକି ଦଳର ହର୍ତ୍ତା କର୍ତ୍ତା ଦୈବ ବିଧାତା ଅଟନ୍ତି ସେ ହେଉଛନ୍ତି ମାନ୍ୟବର ସାମ୍ପ୍ରତିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଆଜି ଓଡିଶାରେ ତାଙ୍କର ଦୀର୍ଘଦିନ ର ଶାସନ ଚାଲି ରହିଛି। ତେବେ ନିକଟରେ ବିଜୁ ଜନତା ଦଳର ପୁରୁଣା କର୍ମୀ ତଥା ନେତା ଯିଏକି ଗୋପାଳପୁରର ବିଧାୟିକ ଅଟନ୍ତି  ।

ତାଙ୍କୁ ଦଳରୁ ବିଦା କରିବା ପରେ,ସେ ବିଜୁ ଜନତା ଦଳ କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଏବେ ଚର୍ଚ୍ଚା ହେବାକୁ ଲାଗିଛି।ସତରେ ଆଗକୁ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଦଳ ଉପସ୍ଥାପନା କରିବାକୁ ଚାହୁଁଛି।ଏହା ପଛର ରହସ୍ୟ କଣ ଏବଂ କଣ ରହିଛି ଏହା ପଛ ର ଷଡ଼ଯନ୍ତ୍ର?

କିଏ ହୋଇ ପାରନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ? ଯେତେବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କ ସହ କଥା ହେଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ ଦଳରୁ ବିଦା କରିଦେଲେ। ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ତେବେ ଏହା କୁହା ଯାଉଛି କି ମୁଖ୍ୟମନ୍ତ୍ରୀ ଙ୍କ ସହ ଏତେ ନିବିଡ ହେବା, ନିକଟତର ହେବା ତାଙ୍କ ପାଇଁ ମହଙ୍ଗା ପଡିଲା କି? ଦୋଷୀ କୁ ଦଣ୍ଡ ନଦେଇ ମୁଖ୍ୟମନ୍ତ୍ରୀ ଙ୍କ ଏପରି ଓଲଟା ଦଣ୍ଡ ବିଧାନ ର କାରଣ କଣ ହୋଇପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁଖ୍ୟମନ୍ତ୍ରୀ ଙ୍କ ପଛରେ ଏମିତି କେହି ଅଛନ୍ତି କି ଯିଏ ଏସବୁ କରୁଛନ୍ତି?

ତେବେ ଏହାକୁ ନେଇ ରାଜ୍ୟ ର ବିଜେଡ଼ି ରାଜନୀତି ରେ ହଟ ଚମଟ ସୃଷ୍ଟି ହୋଇଛି। ନବୀନ ପଟ୍ଟନାୟକ ଙ୍କ ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରୂପରେ କିଏ ଅଭିହିତ ହେବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି ସେହି ଦଳରୁ କେହି ମୁଖ୍ୟମନ୍ତ୍ରୀ ହେବେ ତେବେ କିଏ ସେ ହୋଇ ପାରନ୍ତି।ଆଉ ନବୀନ କୁ ଛାଡ଼ି ଯଦି ଅନ୍ୟ ନେତା ମାନେ ଏ ବିଷୟରେ ଭାବୁଥାନ୍ତି ।

ତେବେ ତାହା ବି ସମ୍ଭବ ବୋଲି ଦେଖା ଯାଉ ନାହିଁ। କାରଣ ନବୀନ ପଟ୍ଟନାୟକ ଙ୍କ ଯେଉଁ ଭଳି ଫେସ୍ ଭେଲ୍ୟୁ ରହିଛି, ନିର୍ମଳ ଭାବମୂର୍ତ୍ତି ରହିଛି ତାଙ୍କରି ନାମରେ ହିଁ ରାଜ୍ୟରେ ଭୋଟ ରହିଛି। ତାଙ୍କୁ ଛାଡ଼ିଦେଲେ ବିଜେଡ଼ି ର ଅସ୍ତିତ୍ବ ଆଉ କିଛି ନାହିଁ।ଆଉ କାହାକୁ ଲୋକେ ସେହିଭଳି ଭାବରେ ଗ୍ରହଣ କରି ପାରିବେ ନାହିଁ।

ତେଣୁ ତାଙ୍କ ନାମରେ କଣ ବିଜେଡ଼ି ଆଗାମୀ ନିର୍ବାଚନ ଲଢ଼ିବ। ଆଉ ଯଦି ଲଢ଼ିବ କିଏ ସେ ପ୍ରାର୍ଥୀ? ପାଣ୍ଡିଆନ ଓଡିଶାର ନୁହଁ ତେଣୁ ତାଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ହୋଇ ପାରନ୍ତି କି?ଏପଟେ ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ଗାଦି କୁ ସହଜରେ ଛାଡ଼ିବାକୁ ଚାହିଁ ବେ ନାହିଁ ବୋଲି ଯାହା ରାଜନୈତିକ ବିଶେଷଜ୍ଞ ମାନଙ୍କ ମତ। ତେଣୁ ଦେଖାଯାଉ ବିଜେଡ଼ି ର ଆଗାମୀ ରାଜନୈତିକ ପରିପନ୍ଥା କଣ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।