ଦେଖନ୍ତୁ ଭିଡ଼ିଓ । ” ପରୀ ” କେଶ ରେ ନୂଆ ଖୁଲାସା ! ” ପରୀ ” ର ସାଙ୍ଗମାନେ କହିଲେ କେମିତି ପରିକୁ ନେଇ ହତ୍ୟା କଲେ । ପରୀ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ…..

ଓଡ଼ିଶାରେ ପରୀ ମୃତ୍ୟୁ ମାମଲା ଏକ ଚର୍ଚ୍ଚିତ ଘଟଣା ଭାବରେ ଏବେ ଉଭା ହୋଇଛି। କୁନି ଝିଅ ପରୀ କୁ ନ୍ୟାୟ ଦାବିରେ ଚାରିଆଡ଼େ ଅସନ୍ତୋଷ ଏବଂ ବିଦ୍ରୋହ ର ନିଆଁ ଜଳୁଛି।ଏହି ଘଟଣା ଏବେ ଓଡ଼ିଶାର ରାଜଧାନୀ ରୁ ଯାଇ ଭାରତର ରାଜଧାନୀରେ ମଧ୍ୟ ଏକ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଲାଣି।

ଯେମିତି କି ପରୀ କୁ ନ୍ୟାୟ ପରେ ଏସବୁର ସମାଧାନ ହେବ ବୋଲି କୁହା ଯାଉଛି।ଆପଣ ଜାଣିଛନ୍ତି କିଭଳି ଭାବରେ ପରୀ ମୃତ୍ୟୁ ପରେ ଅସନ୍ତୋଷ ର ବହ୍ନି ଜଳିବାରେ ଲାଗିଥିଲେ।ମୃତ୍ୟୁ ପରେ ତାର ମା’ ଓ ବାପା କିପରି ଭାବରେ ନ୍ୟାୟ ପାଇଁ ବ୍ୟାକୁଳ ହୋଇଥିଲେ।

ଆଉ ନ୍ୟାୟ ନ ପାଇ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ ମଧ୍ୟ କରିଥିଲେ। ଏହାପରେ ରାଜନୈତିକ ଦଳ ପକ୍ଷରୁ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ନେଇ ଏବଂ ତାଙ୍କର ସହୋଜୋଗି ବାବୁଲି ନାୟକ ଙ୍କ ଘଟଣା ସମ୍ପର୍କରେ ସଂପୃକ୍ତି ପରେ ମାମଲା ଅଧିକ ଗମ୍ଭୀର ହୋଇଥିଲା।

ପରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଥିଲା ରାଜ୍ୟ କଂଗ୍ରେସ। ଯାହାକୁ ନେଇ ବିଧାନସଭା ଗୃହରେ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ବିଧାନସଭା ବନ୍ଦ ରଖିଥିଲେ। ତେବେ ଏସବୁ ଭିତରେ କେଉଁଠି ନା କେଉଁଠି ନୟାଗଡ଼ ର ଏସ ପି ଏବଂ ଜିଲ୍ଲାପାଳ କୁ ସମସ୍ତେ ଅଣଦେଖା କରିଛନ୍ତିି।

ସେମାନେ ଏଥିରେ ସଂପୃକ୍ତ ଥିଲେ ମଧ୍ୟ, ଘଟଣା କୁ ଚପାଇ ଦେବାରେ ସେମାନଙ୍କ ହାତ ମଧ୍ୟ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଲା।ତେବେ ଏହାରି ଭିତରେ ପରି ହତ୍ୟା ଆଜି କୁ ୫ ମାସ ବିତି ଯାଇଥିଲେ ବି କୌଣସି ସାକ୍ଷୀ ପ୍ରମାଣ ମିଳି ପାରିନାହିଁ। ନ୍ୟାୟ ପାଇଁ ସାରା ଦେଶରେ ତେଜି ଚାଲିଛି ଓ ରାଜ୍ୟ ସରକାର SIT ଟିମ କୁ ତଦନ୍ତ ପାଇଁ ଦାଇତ୍ୱ ଦେଇଛନ୍ତି ।

ପରି ର ମା ବାପା କହିବା ହିସାବରେ ବାବୁଲି ଓ ଅରୁଣ ସହ ଦୁଇଜଣ ସମ୍ପୃକ୍ତ ଏହି କେସ ରେ । କିନ୍ତୁ SIT ତଦନ୍ତ କାରୀ ଟିମ ତନାଘନା ଆରମ୍ଭ କରି ଦେଇଛନ୍ତି ପରି ର ହତ୍ୟା କାରୀ କୁ ଧରିବା ପାଇଁ । ଠିକ ସେତିକି ବେଳେ ପରି ର ସାଙ୍ଗମାନେ ଯେଉଁମାନେ ପରି ସହ ଘଟଣା ଘଟିଥିବା ସ୍ଥଳରେ ଉପସ୍ଥିତ ଥିଲେ, ସେହି ସାଙ୍ଗମାନେ କହିଛନ୍ତି ଯେ ପରି ସେଦିନ ତାଙ୍କ ସହ ଖେଳୁଥିଲା।

ଆଉ ସେହି ସମୟରେ ସେମାନେ(କିଛି ଲୋକ) ଆସି ପରି କୁ ନେଇଗଲେ ଆଉ ଚକଲେଟ ତା ପାଟିରେ ପୁରେଇ ଦେଲେ।ଏହାପରେ ସେମାନେ ପରୀ କୁ କେମିକାଲ ଦେଇ ମାରିଦେଲେ । ସେମାନଙ୍କ କହିବାର ଭିଡିଓ ଆପଣ ଏଠାରେ ଦେଖି ପାରିବେ।ସେମାନଙ୍କ ମୁହଁରୁ ପରୀ ବିଷୟରେ ଏମିତି କଥା ଶୁଣିବା ପରେ ମଧ୍ୟ ଏହି ଘଟଣା ଅଧିକ ଗମ୍ଭୀର ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଏବେ ଅଧିକ ଜୋର୍ ଧରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।