୧୫ ଡିସେମ୍ବର ଠାରୁ ବାଜିବନାହିଁ ସାହାନାଇ, ପ୍ରାୟ ୧୨୫ ଦିନ ପର୍ଯ୍ୟନ୍ତ ହେବନାହିଁ ବିବାହ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ତାଙ୍କର ରାଶି ମାନଙ୍କ ଉପରେ ଏକ ବିଶେଷ ପ୍ରଭାବ ରହିଛି।ତେବେ ଜ୍ୟୋତିଷ ମାନଙ୍କ କହିବା ଅନୁସାରେ, ଯେତେବେଳେ ସୂର୍ଯ୍ୟ ଧନୁ ଏବଂ ମୀନ ରାଶିରେ ଗୋଚର କରିଥାନ୍ତି ସେହି ମାସକୁ ଖରମାସ ବୋଲି କୁହାଯାଏ।ତେବେ ଜାଣି ରଖନ୍ତୁ ଯେ ଡିସେମ୍ବର ୧୫ ତାରିଖରୁ ଖରମାସ ଆରମ୍ଭ ହେବାକୁ ଯାଉଛି।ତେବେ ଏହି ତାରିଖରୁ ଗ୍ରହ ମାନଙ୍କର ଦଶା ବଦଳିବାକୁ ଯାଉଛି।

ଯେଉଁ କାରଣରୁ ଆଗାମୀ ୧୨୫ ଦିନ ଯାଏଁ ବିବାହ ପାଇଁ କୌଣସି ଶୁଭ ମୁହୂର୍ତ୍ତ ନାହିଁ।ତେଣୁ ଆଗାମୀ ୧୨୫ ଦିନ ପର୍ଯ୍ୟନ୍ତ ଆଉ କୌଣସି ମାଙ୍ଗଳିକ କାର୍ଯ୍ୟ ହେବନାହିଁ ବୋଲି ଯାହା ଜ୍ୟୋତିଷ ମାନଙ୍କ କହିବା କଥା।

କୁହାଯାଏ ଗ୍ରହ ମାନଙ୍କର ରାଜା ହେଉଛନ୍ତି ସୂର୍ଯ୍ୟ। ଯିଏକି ଡିସେମ୍ବର ୧୫ ପରେ ମୂଳ ନକ୍ଷତ୍ର ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି।ଏହାପରେ ସୂର୍ଯ୍ୟ ଡିସେମ୍ବର ୧୬ ତାରିଖ ବୁଧବାର ଦିନ ସକାଳ ୬ଟା ୧୫ ମିନିଟରୁ ଜାନୁଆରୀ ୧୪ ତାରିଖ ଗୁରୁବାର ୨ଟା ୩ ମିନିଟ ଯାଏଁ ସେ ମୂଳ ନକ୍ଷତ୍ର ଧନୁ ରାଶିରେ ରହିବେ।

ତଥାପି ପ୍ରାୟତ ଏକ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ମୂଳ ନକ୍ଷତ୍ର ଧନୁ ରାଶିରେ ଅବସ୍ଥାନ କରିବେ।ଏହାପରେ ସୂର୍ଯ୍ୟ ଶନି ଦେବ ଙ୍କ ରାଶି ମକର ରାଶିରେ ପ୍ରବେଶ କରିବେ ଜାନୁଆରୀ ୧୪ ତାରିଖ ପରେ।ଏହିଠାରେ ହିଁ ଆପଣଙ୍କର ଖରାମାସ ସମାପ୍ତ ହେବ।ଏବଂ ଏହିଦିନ ହିଁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ।

ଉତ୍ତରାୟଣ ଗତି ଆରମ୍ଭ ହେବା ପରେ ପୁଣି ପୂର୍ବଭଳି ଶୁଭ, ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଯିବ।ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହ ଶୁଭ କାର୍ଯ୍ୟ ଆରମ୍ଭ ସହିତ କିଛି ଭିନ୍ନ ଯୋଗ ରହିଛି।ତେବେ ସୂର୍ଯ୍ୟଦେବ ଜାନୁଆରୀ ୧୬ ତାରିଖରେ ଗୁରୁଙ୍କ ପଶ୍ଚିମ ଦିଗରେ ଅସ୍ତ ହୋଇ ଫେବୃଆରୀ ୧୨ ତାରିଖରେ ପୁଣି ଉଦୟ ହେବ।

ପୁଣି ଏହା ୧୭ ଫେବୃଆରୀ ରେ ଅସ୍ତ ଯିବେ।ସୌଭାଗ୍ୟ, ସୁଖ ସମ୍ପନ୍ନତାର କାରକ ହେଉଛନ୍ତି ଗ୍ରହ ଶୁକ୍ର ଯିଏକି ଏହିଦିନ ଅସ୍ତ ଯିବେ।ଏହାପରେ ୧୯ ଏପ୍ରିଲ୍ ରେ ପୁଣିଥରେ ସେ ପଶ୍ଚିମ ଦିଗରେ ଉଦୟ ହେବେ ବୋଲି ଜ୍ୟୋତିଷ ଙ୍କ କହିବା କଥା।ତେବେ ମାର୍ଚ୍ଚ ୧୪ ରୁ ଏପ୍ରିଲ ୧୪ ତାରିଖ ଯାଏଁ ସୂର୍ଯ୍ୟଙ୍କ ମୀନ ରାଶିରେ ଅବସ୍ଥାନ ଘଟିବ। ଏବଂ ଏହି ସମୟରେ ଖରାମାସ ରହିବ।

ତେବେ ଏହି କ୍ରମରେ ବିବାହ ଆଦି ଶୁଭ କାର୍ଯ୍ୟ ପାଇଁ ଶୁଭ ମୁହୂର୍ତ୍ତ ନ ମିଳିବାର କାରଣ ହେଉଛି ସୂର୍ଯ୍ୟ, ଦେବଗୁରୁ ବୃହଷ୍ପତ୍ତି ଏବଂ ଦୈତ୍ୟ ଗୁରୁ ଶୁକ୍ରଙ୍କ ସ୍ଥିତି ଭଲ ରହିବ ନାହିଁ । ଯେଉଁ କାରଣରୁ ୧୬ ଡିସେମ୍ବର ପାଖରୁ ଆରମ୍ଭ କରି ୨୨ ଏପ୍ରିଲ୍ ଯାଏଁ ଏସବୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିବ।ଏହି ସମୟ ଅତିକ୍ରମ କରିବା ପରେ ଆପଣ ଶୁଭ କାର୍ଯ୍ୟ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।