ଦେଖନ୍ତୁ ଭିଡ଼ିଓ ! ରାଗରେ ନିଜ ଭିଡ଼ିଓ ନିଜେ ଭାଇରାଲ କଲେ ଏହି କଲେଜ ଛାତ୍ରୀ, ଭିଡ଼ିଓଟି ଏବେ ନିଆଁ ଭଳି ଭାଇରାଲ ହେଉଛି….

କୁହାଯାଏ ଗୁରୁ- ଶିଷ୍ୟ ଙ୍କ ଭିତରେ ଥିବା ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ନିଆରା ଅଟେ। ବାପା ମାଆ ଙ୍କ ତାଙ୍କ ସନ୍ତାନ ସହ ଯେଉଁଭଳି ସମ୍ପର୍କ ରହିଥାଏ ତା ଠାରୁ ବି ଅଧିକ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ। ଜଣେ ଗୁରୁ ତାର ଶିଷ୍ୟ ଅଜ୍ଞାନ ରୂପକ ଅନ୍ଧକାର ରୁ ଜ୍ଞାନ ରୂପକ ଆଲୋକ ଭିତରକୁ ଆଣିଥାନ୍ତି। କିନ୍ତୁ ଆଜିର ସମାଜରେ ଏହିଭଳି ଏକ ଅଭିନବ ସମ୍ପର୍କ ଭିତରେ ମଧ୍ୟ ଆଉ ପବିତ୍ରତା ରହି ନଥିବା ଦେଖିବାକୁ ମିଳୁଛି।

ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ଏକ ଭିନ୍ନ ତାରତମ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି।

ପୂର୍ବ କାଳର ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ଏବେ ପ୍ରାୟତଃ କ୍ଵଚିତ ଦେଖିବାକୁ ମିଳୁଛି ବା ଆଦୌ ଦେଖିବାକୁ ମିଳୁନାହିଁ। ଆଜିର ଏହି ଅତ୍ୟାଧୁନିକ ବାତାବରଣ ର ପ୍ରଭାବ ରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ବନ୍ଧନ ତଥା ସମ୍ପର୍କ ରେ ମଧ୍ୟ କଳଙ୍କ ପରିଲକ୍ଷିତ ହେଉଛି। କୁହାଯାଏ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲା ଙ୍କର ପଥଦର୍ଶକ ଏବଂ ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ପୁଅ ଝିଅ ଭଳି ଦେଖିଥାନ୍ତି ।

ପିଲା ମାନଙ୍କର ପଥ ପଦର୍ଶକ ହୋଇ ସେମାନଙ୍କୁ ତାଙ୍କର ଜୀବନ ର ମହତ୍ତ୍ୱ ବୁଝାଇବା ସହିତ ନୈତିକତା ର ବାର୍ତ୍ତା ଦେବା ସେମାନଙ୍କ କର୍ତ୍ତବ୍ୟ ହୋଇଥାଏ। କିନ୍ତୁ ଏମିତି ଅନେକ ଗୁରୁ ଏମିତି ବହୁରୂପୀ ସାଜିଛନ୍ତି ଯେଉଁମାନେ ଏସବୁ କଥାକୁ ପାସରି ନିଜର ଘୃଣ୍ୟ କାମନା ବାସନା କୁ ପୂରଣ କରିବା ପାଇଁ ନିଜର ପୁଅ ଝିଅ ସଦୃଶ ଛାତ୍ରଛାତ୍ରୀ ଙ୍କ ଜୀବନକୁ ମଧ୍ୟ ନଷ୍ଟ କରି, ତାଙ୍କ ଭବିଷ୍ୟତ ସହିତ ଖେଳିବାକୁ ପଛାଉ ନାହାନ୍ତି।

ସେହିଭଳି ଏକ ଲଜ୍ଜିତ କଲା ଭଳି ଘଟଣା ଏବେ ନିକଟରେ ଘଟିଛି ଯାହା ଶୁଣିଲା ପରେ ଆପଣ ବି ଭାବିବାକୁ ବାଧ୍ୟ ହେବେ ବାସ୍ତବରେ ଏବେର ସମାଜର ରୂପରେଖ କିଭଳି ପରିବର୍ତ୍ତନ ହେବାରେ ଲାଗିଛି।ଏହି ଘଟଣାରେ ଯୁବତୀ ଜଣଙ୍କ ନିଜ ଭିଡିଓ କୁ ନିଜେ ଭାଇରାଲ କରି ଶିକ୍ଷକଙ୍କ କଳା କାରନାମା କୁ ପର୍ଦାଫାଶ୍ କରିଛନ୍ତି।ତେବେ ଘଟଣା ଟି ମାଲକାନଗିରି ଜିଲ୍ଲାର ମହାବିଦ୍ୟାଳୟ ର ଜଣେ ଛାତ୍ରୀ ଙ୍କ ସହ ଘଟିଛି।ଏହି ଛାତ୍ରୀ ଜଣଙ୍କ ମାଲକାନଗିରି ରେ +୨ ଶ୍ରେଣୀରେ ପଢନ୍ତି।ଏହି ମହାବିଦ୍ୟାଳୟ ର ଜଣେ ଶିକ୍ଷକ ତାଙ୍କୁ ଶାରିରୀକ ଓ ମାନସିକ ଅତ୍ୟାଚାର ଦେଉଥିଲେ।

ଏଥିରେ ବହୁତ କଷ୍ଟ ଏବଂ ଯନ୍ତ୍ରଣା ସହ୍ୟ କରିବା ପରେ ଶେଷରେ ଛାତ୍ରୀ ଜଣଙ୍କ ତାଙ୍କ ଅଜା ଆଇ ଙ୍କୁ ଯାଇ ଏ ବିଷୟରେ କହିବା ପରେ ସେମାନେ ଶିକ୍ଷକଙ୍କ ସହ କଥା ହୋଇଥିଲେ,ପରେ ଶିକ୍ଷକ ଆହୁରି ଅଧିକ ଶୋଷଣ କରିବାକୁ ଲାଗିଲେ।ଏହାପରେ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ନିଜେ ସୋସିଆଲ ମିଡିଆର ବ୍ୟବହାର କରି ଶିକ୍ଷକ ତାଙ୍କ ସହ କରୁଥିବା ଏହିଭଳି ନିନ୍ଦନୀୟ କାର୍ଯ୍ୟ ବିଷୟରେ ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।