ଦେଖନ୍ତୁ ଭିଡିଓ ! ଧୋନୀଙ୍କ ଝିଅ ଜିଭାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଏବେ ପ୍ରବଳ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି ! ଦେଖନ୍ତୁ ଭିଡିଓ ….

ଆପଣମାନେ ନିଶ୍ଚିତ ଭାବରେ ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କ ବିଷୟରେ ଅଳ୍ପ ବହୁତ୍ ଜାଣିଥିବେ। ତାଙ୍କୁ କିଏ ବା ନ ଜାଣେ। କ୍ରିକେଟ୍ ଦୁନିଆର ସେ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା। ନିଜର ଶାନ୍ତ, ସରଳ ଏବଂ ଉଦାରତା ଆଦି ଗୁଣ ପାଇଁ ସେ ତାଙ୍କର ଏକ ସ୍ବତନ୍ତ୍ର ଲୋକପ୍ରିୟତା ହାସଲ କରି ପାରିଛନ୍ତି। ତାଙ୍କର ପ୍ରଶଂସକ ମଧ୍ୟ ବହୁତ୍ ସଂଖ୍ୟାରେ ରହିଛନ୍ତି। ତାଙ୍କର ଶାନ୍ତ ସ୍ଵଭାବ ପାଇଁ ତାଙ୍କୁ କ୍ୟାପଟେନ କୁଲ୍ ବୋଲି କୁହାଯାଏ।

ସବୁ ପରିସ୍ଥିତିରେ ସେ ପଡ଼ିଆରେ କେବେ ବିଚଳିତ ଦେଖା ନଯିବା ଏବଂ ଯେ କୌଣସି ଦୃଢ଼ ପରିସ୍ଥିତି କୁ ଶାନ୍ତ ଭାବରେ ପରିଚାଳନା କରିବା ଏବଂ ସହ ଖେଳାଳୀ ମାନଙ୍କ ସହ ବିନମ୍ର ବ୍ୟବହାର କରିବାକୁ ନେଇ ସେ ସବୁବେଳେ ପ୍ରଶଂସକ ମାନଙ୍କ ମନ ଜିଣି ନେଇଥାନ୍ତି।

ତେବେ କ୍ରିକେଟ୍ ଦୁନିଆ ବାହାରେ ବି ମହେନ୍ଦ୍ର ସିଂ ଧୋନି ବହୁତ୍ ଚର୍ଚ୍ଚାରେ ରହିଥିବାର ଦେଖିବାକୁ ମିଳେ। ଏବେ ସେହିପରି ତାଙ୍କ ଝିଅକୁ ନେଇ ଏକ ଖବର ସାମ୍ନା କୁ ଆସିଛି ଯାହା ବହୁତ୍ ଚର୍ଚ୍ଚାରେ ରହିଛି। ଧୋନିଙ୍କ ଭଳି ଜିଭା ମଧ୍ୟ ବହୁତ ଶାନ୍ତ ସ୍ଵଭାବ ର।ଏବେ ଜିଭା ଙ୍କ ଯେଉଁ ଭିଡିଓ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ତାହା ଏହି କୁନି ଝିଅର ଏକ ଡାନ୍ସ ଭିଡିଓ।

ଦେଖିବାକୁ ମିଳିଛି କି ଏହି ଭିଡ଼ିଓ ରେ ମହେନ୍ଦ୍ର ସିଂ ଧୋନି ଙ୍କ ଝିଅ ଏକ ହଲଦିଆ ରଙ୍ଗର ଡ୍ରେସ୍ ପିନ୍ଧି ନାଚୁ ଛନ୍ତି। ସୁନ୍ଦର୍ ଭାବରେ ଅଣ୍ଟା ହଲାଇ ସେ ନୃତ୍ୟ କରୁଥିବାର ଦେଖା ଯାଉଛନ୍ତି। ଜିଭା ଙ୍କ ଏହି ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଏବେ ଅନେକ ପସନ୍ଦ ଏବଂ ଭଲ ପାଇବା ସାଉଁଟି ବାରେ ଲାଗିଛି।

ଏହି ଭିଡିଓ ଟି ଗତ ଦୀପାବଳି ସମୟର ବୋଲି କୁହା ଯାଉଛି।ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଙ୍କ ସହିତ ଜିଭା ବେଶ୍ ଖୁସି ଥିବା ଦେଖା ଯାଉଛି। ତେବେ ଏହି ଭିଡ଼ିଓ ଟି ମହେନ୍ଦ୍ର ସିଂ ଧୋନି ତାଙ୍କ ଅଫିସିଆଲ୍ ଆକାଉଣ୍ଟ୍ ରେ ନିଜେ ପୋଷ୍ଟ କରିଛନ୍ତି ବୋଲି ଜଣା ପଡିଛି। ଏହାପରେ ଏହାକୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇ ଉଠିଛନ୍ତି। ଏହାକୁ ଅନେକ ପ୍ରଶଂସା କରିବା ସହିତ ବହୁତ୍ ଲାଇକ ମଧ୍ୟ ମିଳୁଛି।

କିଛି ଦିନ ତଳେ ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ଏକ ଫୁଲ କୁ ଚାହିଁ ରହିଥିବାର ଦେଖା ଯାଇଥିଲା।କୁନି ଝିଅ ଜିଭା ଧୋନୀ ତାଙ୍କର ନିଜର ସୁନ୍ଦରତା ପାଇଁ ସେ ଅନେକ ଭଲ ପାଇବା ଲୋକଙ୍କ ପାଖରୁ ପାଇ ପାରୁଛନ୍ତି। ସୋସିଆଲ ମିଡ଼ିଆ ରେ ଧୋନୀ ଙ୍କ ଅନେକ ଫ୍ୟାନ ରହିଥିବା କାରଣରୁ ସମସ୍ତେ ଏହାକୁ ଦେଖି ସେୟାର ମଧ୍ୟ କରିଥାନ୍ତି। ଆନ୍ତର୍ଜାତୀୟ କ୍ରିକେଟ ରୁ ଧୋନିଙ୍କ ବିଦାୟ ନେବା ପରେ ଏବେ ସେ ଅଧିକତର ସମୟ ନିଜ ପରିବାର ସହିତ ବିତାଉଥିବାର ଦେଖିବାକୁ ମିଳୁଛି।

ସେଥିପାଇଁ ସେ ଅନେକ ଥର ପରିବାର ସହିତ ଫଟୋ ଭିଡିଓ ଆଦି ସୋସିଆଲ ମିଡିଆରେ ପୋଷ୍ଟ କରିବାର ଦେଖିବାକୁ ମିଳୁଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।