ଆଳୁ କେଜି 50 ପାର ଏଥିପାଇଁ ଦାୟୀ କିଏ ? ରାଜ୍ୟସରକାର ନାଁ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି ବଢୁଛି ଦରଦାମ ?

ବର୍ଷା ଋତୁ ପରେ ଶୀତ ଋତୁ ଆସିଛି କିନ୍ତୁ ପନିପରିବା ଦର ଆକାଶ ଛୁଆଁ।ଏହି ଋତୁରେ ପରିବା ଦର କମିଯାଏ କିନ୍ତୁ ଏବେ ଆଳୁ କିଲୋ ୫୦ ଟଙ୍କା ଟପିଲାଣି ଏବଂ ପିଆଜ କିଲୋ ୬୦ ରୁ ୭୦ ଟଙ୍କା ପର୍ଯ୍ୟନ୍ତ ପହଁଚିଲାଣି।ଏମିତି ପରିସ୍ଥିତିରେ ଲୋକେ ଖାଇବେ କଣ,ଏନେଇ ଚିନ୍ତା ଦେଖାଦେଇଛି। ପରିବା ଦରର ବୃଦ୍ଧି ଦେଖି ଗରିବ ଏବଂ ଦିନ ମଜୁରିଆ ଲୋକ ଅଧିକ ଅସୁବିଧାର ସମ୍ମୁଖୀନ ହଉଛନ୍ତି।

ପିଆଜ ଦର ଅତ୍ୟଧିକ ଵୃଦ୍ଧି ଯୋଗୁଁ ଖାଉଟି ଦୀର୍ଘଦିନ ପର୍ଯ୍ୟନ୍ତ ବହୁତ ଅସୁବିଧାର ସମ୍ମୁଖୀନ ହେବାପରେ ଏବେ ମୂଲ୍ୟ ଟିକିଏ ଖସୁଥିବାବେଳେ ଏବେ ଆଲୁର ଦର ବୃଦ୍ଧିରେ ଗ୍ରାହକ ବା ଖାଉଟି ଅତିଷ୍ଠ ହୋଇପଡିଲେଣି। ତେବେ ଗତ ୨ ମାସ ଭିତରେ ଆଳୁ ଏବଂ ପିଆଜ ଦର ୨ଗୁଣ ବୃଦ୍ଧି ହୋଇଛି।

ଯଦିଓ ଏବେ ପିଆଜଦରରେ ସାମାନ୍ୟ ହ୍ରାସ ପାଇଛି କିନ୍ତୁ ଆଳୁ ର ଦର କମିବାର କଥା ଉଠୁନି।ଆଉ ଏମିତି ଦର ଲଗାତର ବୃଦ୍ଧି ଦ୍ଵାରା ଗରିବ ଲୋକ ମାନେ ବହୁତ ହନ୍ତସନ୍ତ ହେଲେଣି। ଏପଟେ ସରକାରଙ୍କର ଦୂରଦୃଷ୍ଟିର ଅଭାବ ଏଥିପାଇଁ ସେ ଦାୟୀ ବୋଲି ଅଭିଯୋଗ କରଛି ରାଜ୍ୟ ବ୍ୟବସାୟୀ ମହାସଂଘ। ସରକାର ଏବେ ଦୃଷ୍ଟି ଦେବା ଦରକାର ଦିନମଜୁରିଆଙ୍କ ଉପରେ। ଗତ କିଛି ମାସ ପୂର୍ବରୁ ଆଳୁ କେଜି ୧୦ ରୁ ୧୫ ଟଙ୍କା ରହିଥିଲା।

କିନ୍ତୁ ଏବେ ଆଳୁ ଦର ବୃଦ୍ଧି ହୋଇ ୫୦ଟଙ୍କାରେ ପହଁଚିଲାଣି। ପରେ ଅଗଷ୍ଟ ମାସରେ ପିଆଜ ଦର ୨୫ ଟଙ୍କା ଥିଲା। କିନ୍ତୁ ପିଆଜ ଅକ୍ତବର ମାସରେ ୮୦ ଟଙ୍କାରେ ପହଂଚି ଥିଲା। ଆଗରୁ ଲାକଦଉନୁ ଥିଲା ସେଥିପାଇଁ ପିଆଜ ଆମଦାନୀରେ ବହୁତ ଅସୁବିଧା ହଉଥିଲା କିନ୍ତ ଏବେ ଆମଦାନୀ ସ୍ୱାଭାବିକ ହେବ ଏବଂ ନୂଆ ଆନ୍ଧ୍ର ପିଆଜ ଆସିବା ପରେ ପିଆଜ ଦର ତଳକୁ ଖସିକି 55 ରୁ 60 ରେ ପହଂଚିଛି। ଅନ୍ୟପାଖରେ କାର୍ତ୍ତିକ ମାସ ଚାଲୁଥିଲା ଯେତେବେଳ ଘରେ ଆମିଷ ପଶୁନଥିବା ବେଳେ ପରିବା ଦର ବି କମିଲା ନାହିଁ।

ଏବେ କାର୍ତ୍ତିକ ମାସ ଶେଷ ହୋଇଥିବାବେଳେ ବି ପରିବା ଦର ଉପରେ କିଛି ବିଶେଷ ପ୍ରଭାବ ପଡିନି। ଏପଟେ ଅଧିକାଂଶ ପରିବା ଦର କିଲୋପ୍ରତି ୨୫ ରୁ ୩୦ ଟଙ୍କା ରହିଛି। ରାଜ୍ୟକୁ ବର୍ଷକୁ ୧୪ ଲକ୍ଷ୍ ଟନ ଆବଶ୍ୟକ ପଡିଥାଏ କିନ୍ତୁ ସେଥିମଧ୍ୟରୁ ୭୦ ରୁ ୮୦ ହଜାର ଟନ ଆଳୁ ଆମ ରାଜ୍ୟରେ ଉତ୍ପାଦନ ହୋଇଥାଏ। ଅବଶିଷ୍ଠ ଆଳୁ ପାଇଁ ଆମେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଉ।

କିନ୍ତୁ ବର୍ତ୍ତମାନ ସମୟରେ ପରିସ୍ଥିତି ସ୍ବଭାବିକ ଥିଲେ ମଧ୍ୟ ଆଲୁ ଦର କମୁନାହିଁ।ଏପଟେ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଆଳୁର ଦର ଟିକିଏ ଅଧିକ ଥିବାରୁ ରାଜ୍ୟରେ ଆଳୁର ଦର ବୃଦ୍ଧି ହୋଇଛି ବୋଲି ବ୍ୟବସାୟୀମାନେ କହୁଛନ୍ତି।ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁବେ ଏହି ଦରବୃଦ୍ଧିରେ କିଛି ସୁଧାର ଆସିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।