ହେ ପ୍ରଭୁ ! ଆସନ୍ତା କାଲି ଭାରତ ବନ୍ଦ କାହିଁକି ଏବଂ କଣ ପାଇଁ ? ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

ଆସନ୍ତା କାଲି ମଙ୍ଗଳବାର ଅର୍ଥାତ୍ ୮ ଡିସେମ୍ବର ୨୦୨୦ ରେ ହେବାକୁ ଯାଉଛି ଭାରତ ବନ୍ଦ। କୃଷକ ସଂଗଠନ ଗୁଡ଼ିକ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏହି ଭାରତ ବନ୍ଦ ର ଡାକରା ଦେଇଛନ୍ତି।ତେବେ କୃଷକ ମାନଙ୍କ ଦାବିରେ ଏହା ସ୍ପଷ୍ଟ ହେଉଛି ଯେ କୃଷି ସମ୍ବନ୍ଦୀୟ ତିନୋଟି ନୂତନ ନିୟମକୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଚାହାନ୍ତି।

ତେବେ ସାରା ଦେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାପ ପକାଇ ଆନ୍ଦୋଳନ ପ୍ରଦର୍ଶନ କରିବା ପାଇଁ କୃଷକ ସଂଗଠନ ଗୁଡ଼ିକ ୮ ଡିସେମ୍ବରକୁ ଭାରତ ବନ୍ଦ ଭାବରେ ଅଭିହିତ କରିଛନ୍ତି।

ସରକାରଙ୍କ ସହ ଆଲୋଚନ ଚାଲିଥିଲେ ମଧ୍ୟ କୃଷକ ସଂଗଠନ ଏଥିରେ ସନ୍ତୁଷ୍ଟି ନଥିବା ସହିତ ଏହି ନିଷ୍ପତ୍ତି କୁ ନେଇ ସନ୍ଦେହ ପ୍ରକଟ କରିଛି। ନୂତନ ଆଇନ୍ ରଦ୍ଦ ମଧ୍ୟ ସମ୍ଭବପର ନୁହଁ ଯାହା ସରକାରଙ୍କୁ ତାଙ୍କ ପ୍ରତିନିଧି ମାନେ କହିବେ। ତେଣୁ କୃଷକ ମାନଙ୍କ ଦାବି କୁ ପୂରଣ ନକଲେ ସେମାନେ ପରବର୍ତ୍ତୀ ସମୟରେ ଏହାକୁ ତୀବ୍ର ମଧ୍ୟ କରି ପାରନ୍ତି।ଆଉ ଏହାସହ ଭାରତର କିସାନ ୟୁନିଅନର ଜଗମୋହନ ସିଂ ଦିଲ୍ଲୀର ଅଧିକ ‘ସୀମା ପଏଣ୍ଟ’ ଅବରୋଧ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।

ଏହାଛଡା ଯଦି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ କୃଷକ ସଙ୍ଗଠନର ବୈଠକରେ ଭାରତ ବନ୍ଦ ସହ ସହମତ ହୋଇଥିଲେ ।ସରକାରଙ୍କ ସହ ଚାଲିଥିବା ଆଲୋଚନାକୁ ନେଇ କୃଷକ ସଂଗଠନ ସନ୍ଦେହ କରୁଥିବା ଜଣା ପଡ଼ିଛି।ସରକାର କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଲେ କୃଷକ ଆନ୍ଦୋଳନ ଦେଶବ୍ୟାପୀ ହେବ ଏବଂ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ସରକାରଙ୍କୁ ଏକ ସ୍ପଷ୍ଟ ସୂଚନା ମଧ୍ୟ ଦିଆଯାଇଛି।

ଭାରତ ବନ୍ଦ ଡାକରା କାହାର ?

– ସାରା ଦେଶର କୃଷକ ସଂଗଠନ।

– ଅଲ ଇଣ୍ଡିଆ କିସାନ ସଂଗର ସମନ୍ୱୟ କମିଟି।(ଯେଉଁଥିରେ ୪୦୦ ରୁ ଅଧିକ କୃଷକ ସଂଗଠନ ଅନ୍ତର୍ଭୁକ୍ତ ରହିଛନ୍ତି) ।

–  ତ୍ରିନାଥ କଂଗ୍ରେସ, ରାଷ୍ଟ୍ରୀୟ ଲୋକ ଦଳ ଭଳି ଅନ୍ୟ ଦଳ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ।

ଭାରତ ବନ୍ଦ ର ଆବଶ୍ୟକତା କଣ ?

– କେନ୍ଦ୍ର ସରକାରଙ୍କ ଦ୍ଵାରା ନିକଟରେ ପ୍ରଣୟନ ହୋଇଥିବା ତିନୋଟି ଆଇନ, ଯାହା କୃଷକ ମାନଙ୍କୁ ସୁହାଇଲା ଭଳି ନୁହଁ। ତେଣୁ ଏହି ଆଇନ୍ କୁ କୃଷକମାନେ ବିରୋଧ କରୁଛନ୍ତି। କାରଣ ସେମାନଙ୍କ ମତରେ ଏହି ତିନୋଟି ବିଲ୍ ଦେଶର କୃଷି କ୍ଷେତ୍ରକୁ ସିଧାସଳଖ ଭାବରେ ପ୍ରଭାବିତ କରିଥାଏ ଏବଂ କରିବ ମଧ୍ୟ। ତେଣୁ ଏଭଳି କରି କୃଷକ ମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି।

କେଉଁଠାରେ ପଡେ ଭାରତ ବନ୍ଦ ର ପ୍ରଭାବ ?

ଯୋଗାଯୋଗ ଏବଂ ପରିବହନ ସେବା ଭାଙ୍ଗି ଯାଇପାରେ। ରେଳ ଚଳାଚଳ ବନ୍ଦ ହୋଇପାରେ। ମୁଖ୍ୟତଃ ଦିଲ୍ଲୀରେ ଅଧିକ ପ୍ରଭାବ ପଡ଼ିବ। ଅତ୍ୟାବଶ୍ୟକ ସେବା (ଔଷଧ, ଚିକିତ୍ସା,ଖାଦ୍ୟ) କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।