ଗଞ୍ଜେଇ ବିପଦଜନକ ନିଶାଦ୍ରବ୍ୟ ନୁହେଁ ବୋଲି ଘୋଷଣା କଲା ମିଳିତ ଜାତିସଂଘ, ସମର୍ଥନ କଲା ଭାରତ….ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ସାମ୍ନା କୁ ଆସିଲା ମିଳିତ ଜାତିସଂଘରେ ହୋଇଥିବା ଐତିହାସିକ ମତଦାନ ର ରିପୋର୍ଟ୍।ଏବେ ଆଉ ଗଞ୍ଜେଇ କୁ ବିପଦଜନକ ନିଶାଦ୍ରବ୍ୟ ଭାବରେ ପରିଗଣିତ କରାଯିବ ନାହିଁ। କାରଣ ଏବେ ଗଞ୍ଜେଇକୁ ବିପଦଜନକ ମାଦକଦ୍ରବ୍ୟ ତାଲିକାରୁ ହଟାଇ ଦିଆ ଯାଇଛି।ତେବେ ଯାହା ସୂଚନା ରହିଛି ୟୁଏନ କମିସନ ଅଫ ନାରକୋଟିକ ଡ୍ରଗ୍ସ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିସ ଆସିବା ପରେ, ଗଞ୍ଜେଇକୁ ବିପଦଜନକ ନିଶା ତାଲିକାରୁ ବାଦ ଦିଆ ଯାଇଛି ବୋଲି ସୂଚନା ମିଳିଛି।

ତେଣୁ ଏବେ ଆଉ ଗଞ୍ଜେଇ କୁ ବିପଜ୍ଜନକ ନିଶା ଭାବରେ ଗଣନା କରା ଯାଇ ପାରିବ ନାହିଁ । ତେବେ ସୂଚନା ଥାଉ କି ବୁଧବାର ଦିନ ଜାତିସଂଘ ତରଫରୁ ମାଦକଦ୍ରବ୍ୟକୁ ନେଇ ହୋଇଥିବା ଏକ ଅନ୍ତର୍ଜାତୀୟ ବୈଠକରେ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ମିଳିତ ମତଦାନ ଭିତ୍ତିରେ ଏହି ଭଳି ଏକ ଐତିହାସିକ ନିଷ୍ପତ୍ତି ନିଆ ଯାଇଛି।

ଆଉ ଏହି ସମୟରେ ଏହାର ସପକ୍ଷରେ ବାହାରିଥିଲେ ୨୭ ଟି ଦେଶ ଏବଂ ବିପକ୍ଷରେ ମଧ୍ୟ ୨୫ ଟି ଦେଶ ତାଙ୍କର ମତଦାନ କରିଥିଲେ।ବିପଦଜନକ ନିଶା ଦ୍ରବ୍ୟ ତାଲିକାରୁ ଗଞ୍ଜେଇ ହଟିବା କୁ ନେଇ ଅନେକ ରାଷ୍ଟ୍ରଙ୍କ ସମ୍ମତି ନଥିବା ଦେଖା ଯାଇଥିଲା। ଭାରତରେ ଏନଡିପିଏସ ୧୯୮୫ ଆଇନ୍ ଅନୁସାରେ ଗଞ୍ଜେଇର ଉତ୍ପାଦନ, ବିକ୍ରି ଓ କିଣିବା ଦଣ୍ଡନୀୟ ଅପରାଧ ଅଟେ।

କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିପଦ ମୁକ୍ତ ବୋଲି ସୁପାରିଶ କରିଥିବାରୁ ଏହି ନିଷ୍ପତ୍ତି କୁ ଗ୍ରହଣ କରିବାକୁ ଅନ୍ୟ ଅରାଜି ଥିବା ରାଷ୍ଟ୍ର ମାନଙ୍କୁ ଏହାକୁ ଗ୍ରହଣ କରିବାକୁ ପଡିଲା।ତେବେ ଆସନ୍ତୁ ଜାଣି ନେବା କେଉଁ ରାଷ୍ଟ୍ର ଗୁଡ଼ିକ ଏହାର ବିପକ୍ଷରେ ଭୋଟ ଦେଇଥିଲେ ଯେ ଗଞ୍ଜେଇ କୁ ବିପଦ ଜନକ ମାଦକ ଦ୍ରବ୍ୟ ର ତାଲିକାରୁ ବାହାର କରା ଯାଉ ବୋଲି।ସେହି ଦେଶ ଗୁଡିକ ହେଲେ ଆମେରିକା, ଭାରତ ସମେତ ଅନ୍ୟାନ୍ୟ ୟୁରେପୀୟ ରାଷ୍ଟ୍ର ସମୂହ।ଏବଂ ଏହାର ବିପକ୍ଷରେ ବାହାରିଥିଲେ ଚୀନ, ପାକିସ୍ତାନ ଓ ଋୁଷ ଭଳି ଅନ୍ୟାନ୍ୟ ରାଷ୍ଟ୍ର ସମୂହ।

ତେବେ ଏହାର ମତଦାନ ପରେ ମିଳିତ ଜାତିସଂଘ ତରଫରୁ ଏହିଭଳି ଐତିହାସିକ ନିଷ୍ପତ୍ତି ପରେ ଏହା କୁହାଯାଇଛି ଯେ ଗଞ୍ଜେଇ ପ୍ରତି ପ୍ରତିବନ୍ଧକ ରହିଥିବାରୁ ଏଥିରେ ଅନ୍ତର୍ନିହିତ ଥିବା ଔଷଧୀୟ ଗୁଣ ବିଷୟରେ ଜାଣିବା ଏଯାବତ୍ ସମ୍ଭବପର ହୋଇନାହିଁ।ଏହା ସହିତ ଗଞ୍ଜେଇ କୁ ନେଇ ଉପଯୁକ୍ତ ଗବେଷଣା ମଧ୍ୟ ହୋଇ ପାରି ନାହିଁ।ଆଉ ଏବେ ବିପଦ ଜନକ ନିଶାଦ୍ରବ୍ୟ ତାଲିକାରୁ ବହିର୍ଭୂତ ହେବା ପରେ ଏବେ ଏହାର ଔଷଧୀୟ ଗୁଣ ବିଷୟରେ ପରୀକ୍ଷା ହେବ ଏବଂ ଚିକିତ୍ସା ଆଦି କ୍ଷେତ୍ରରେ ଏହାର ବ୍ୟାପକ ବ୍ୟବହାର ମଧ୍ୟ ବଢ଼ିବ ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।