ଦେଖନ୍ତୁ ଭିଡ଼ିଓ । ପୁଣି ଫେରିଲେ ମହାରଥୀ ! କଟ ଆଉଟ୍ ସହ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କଲେ ମହାରଥୀ ଙ୍କ ଝିଅ ଜ୍ୱାଇଁ….

ବାପା ତୁମେ କୁଆଡେ ଯାଇନ, ତୁମେ ଏହିଠାରେ ଅଛ, ଆମ ପାଖରେ ଅଛ। ତୁମର ସ୍ମୃତି ଆମ ସହ ସବୁବେଳେ ଥିଲା,ରହିଛି ଏବଂ ରହିଥିବ ମଧ୍ୟ। ମୃତ୍ୟୁ ପରେ ମହାରଥୀ ଙ୍କ ଉପସ୍ଥିତି କୁ ଅନୁଭବ କରିବା ପାଇଁ କିଛି ଏମିତି ଢଙ୍ଗ ଆପଣାଇ ଅଛନ୍ତି ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀ ଙ୍କ ପରିବାର ସଦସ୍ୟ। ତାଙ୍କ ସ୍ମୃତି କୁ ମନେ ପକାଇ ତାଙ୍କୁ କଟ୍ ଆଉଟ୍ କରି ମହାରଥୀ ଙ୍କ ସହ ଗୃହ ପ୍ରବେଶ କରିଛନ୍ତି ସାରା ପରିବାର।

ବାପାଙ୍କ ବିନା କଣ ଶୁଭ କାର୍ଯ୍ୟ କରିବା ସମ୍ଭବ। ଆଉ ଖାଲି ସେଥିପାଇଁ ତ ବାପାଙ୍କ ଆବର୍ତମାନରେ ତାଙ୍କ ଝିଅ ମହାରଥୀ ଙ୍କ ଅବିକଳ ଚିତ୍ର କରି ଶୁଭ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଝିଅ ପଲ୍ଲବୀ ଏବଂ ଜ୍ବାଇଁ ଅର୍ଧେନ୍ଦୁ ଭୁବନେଶ୍ୱର ରେ ଏକ କଲ୍ୟାଣ ମଣ୍ଡପ କରିଛନ୍ତି। ଯାହାର ଶୁଭ ଉଦ୍ ଘାଟନ ମହାରଥୀଙ୍କ ଦ୍ବାରା କରା ଯାଇଛି।ତେବେ ଯାହା ଜଣା ଅଛି,ସେହି ଅନୁସାରେ ମହାରଥୀ ବଞ୍ଚିଥିବା ବେଳେ ଝିଅକୁ କଲ୍ୟାଣ ମଣ୍ଡପ କଥା ପଚାରନ୍ତି।ଆଉ ଏଥିପାଇଁ ଝିଅ ଜ୍ବାଇଁ ବି ବାପାଙ୍କ ହାତରେ ଏହାର ଉଦଘାଟନ କରିବାକୁ ସ୍ବପ୍ନ ଦେଖିଥିଲେ।

ଆଉ ସ୍ବପ୍ନ ସତ ହେବା ଆଗରୁ ସମସ୍ତଙ୍କୁ ଛାଡି ଆର ପାରୀକୁ ଚାଲି ଯାଇଛନ୍ତି ମହାରଥୀ। କିନ୍ତୁ ତାଙ୍କର ମୃତ୍ୟୁ ପୂର୍ବରୁ ତାଙ୍କ ସ୍ମୃତିକୁ ସଜ ସଜ କରି ରଖିଛନ୍ତି ମହାରଥୀ ଙ୍କ ପରିବାର ସଦସ୍ୟ।ଆପଣ ବି ଥରେ ଏହି ଫଟୋ କୁ ଦେଖନ୍ତୁ, ଯେମିତି ଲାଗୁଛି ମହାରଥୀ ନିଜେ ଫିତା କାଟି କଲ୍ୟାଣ ମଣ୍ଡପର ଶୁଭାରମ୍ଭ କରୁଛନ୍ତି।ଆଉ ଏହି ସମୟରେ ସମସ୍ତେ ଫୁଲ ଫିଙ୍ଗି ଏହି ମୁହୂର୍ତ୍ତକୁ ସ୍ବାଗତ କରୁଛନ୍ତି।

ଆଉ ଏହି ସମୟରେ ମହାରଥୀ ପଛରେ ରହି ସବୁ ଦେଖୁଛନ୍ତି। ଝିଅ ଏବଂ ଜ୍ବାଇଁ ବି ତାଙ୍କ ସହିତ ଫଟୋ ଉଠାଉଛନ୍ତି।ଆଉ ସ୍ଵାମୀଙ୍କ ଅନୁପସ୍ଥିତି କୁ ଅନୁଭବ କରୁଥିବା ସ୍ତ୍ରୀ ମଧ୍ୟ ତାଙ୍କ ସହିତ ଫଟୋ ଉଠାଇ ତାଙ୍କ ସ୍ମୃତି କୁ ଜୀବିତ କରୁଛନ୍ତି।ଏହି ସମୟରେ ତାଙ୍କ ମୁହଁରେ ହସ ଆପେ ଆପେ ବାହାରି ଆସୁଛି। ସତେ ଯେମିତି ତାଙ୍କର ସ୍ବାମୀ ଏହିଟି କେଉଁଠି ଯେମିତି ରହିଛନ୍ତି।

ପୁରା ପରିବାର ସହିତ ମହାରଥୀଙ୍କ ଏପରି କଟ ଆଉଟ୍ ର ଫଟୋ ଦେଖିଲେ ଏମିତି ଲାଗୁଛି ଯେମିତି ମହାରଥୀ ଆଜିବି ତାଙ୍କ ଗହଣରେ ରହିଛନ୍ତି।ତେବେ କର୍ଣ୍ଣାଟକ ର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀନିବାସ ଗୁପ୍ତା ନିଜ ପତ୍ନୀ ଙ୍କ ମହମ ମୃତ୍ତି କରି ଗୃହ ପ୍ରବେଶ କରିଥିଲେ। ପତ୍ନୀଙ୍କ ବିନା କେମିତି ଗୃହ ପ୍ରବେଶ କରିବେ ସେଥିପାଇଁ ସେ ଏଭଳି ଅବିକଳ ମୂର୍ତ୍ତି କରି ଗୃହ ପ୍ରବେଶ କରିଥିଲେ।ଆଉ ଏବେ ସେହିପରି ଓଡ଼ିଶାରେ ମହାରଥୀ ଙ୍କ କଟ ଆଉଟ୍ କରି ଗୃହ ପ୍ରବେଶ କରିଛନ୍ତି ମହାରଥୀ ଙ୍କ ଝିଅ ଏବଂ ଜ୍ବାଇଁ ଏବଂ ତାଙ୍କ ପରିବାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।