ଦେଖନ୍ତୁ ଭିଡ଼ିଓ ! ବେକ କାଟିବା ପରେ ମଧ୍ୟ ଦୌଡିବାକୁ ଲାଗିଲା ଏହି କୁକୁଡ଼ା, ଆଉ ତା’ ପରେ….

କୌଣସି ପଶୁ ପକ୍ଷୀ ଙ୍କ ମୁଣ୍ଡ କାଟିଦେଲେ କଣ ହେବ? ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏ କି ଅଜବ ପ୍ରଶ୍ନ। କାରଣ ମୁଣ୍ଡ ବିନା ଗୋଟିଏ ଜୀବ ବଞ୍ଚିବ କେମିତି?ଏହାପରେ ସେ ସଂଗେସଂଗେ ମରି ଯିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ କୁକୁଡ଼ାର ମୁଣ୍ଡ କାଟି ଦେଲା ପରେ ମଧ୍ୟ ସେ ୧୮ ମାସ ଧରି ଜୀବିତ ରହିଥିଲା।ଏହା ଶୁଣି ଆପଣଙ୍କୁ ପୁଣି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ।ଏହି ଘଟଣା ଟି ଦେଖିବାକୁ ମିଳିଛି ଆମେରିକା ରେ ।

ଏଠାରେ ଜଣେ ଚାଷୀ ଏକ କୁକୁଡ଼ାର ମୁଣ୍ଡ ଶରୀରରୁ ଅଲଗା କରି ଦେଇଥିଲା, ତାର ବେକ କାଟିଦେବା ପରେ ମଧ୍ୟ ସେହି କୁକୁଡ଼ା ଟିର ମୃତ୍ୟୁ ହୋଇ ନଥିଲା।ଏହାପରେ ବି ସେ ୧୮ ମାସ ବଞ୍ଚି ରହିଲା।

କୁକୁଡ଼ାଟି ର ମାଲିକ ଏନେଇ ସୂଚନା ଦେଇଥିଲେ। ଲୋୟାଲ୍ ୱେଲସେନ ଏବଂ ତାଙ୍କ ପତ୍ନୀ କ୍ଲାରା ତାଙ୍କର କୁଇଣ୍ଟା ସ୍ଥିତ ଚାଷ ଜମିରେ ପ୍ରାୟତ ୪୦ ରୁ ଅଧିକ କୁକୁଡ଼ା କାଟିଥିଲେ।ଏହାପରେ ସେମାନେ ଦେଖିବାକୁ ପାଇଥିଲେ ଯେ ଏହି କୁକୁଡ଼ା ଗୁଡ଼ିକ ମଧ୍ୟରୁ ଗୋଟିଏ କୁକୁଡ଼ା ଅଜିବ କାଣ୍ଡ ଘତାଇଲା ଭଳି ଦେଖିବାକୁ ମିଳିଥିଲା।

କାରଣ ଏହି ଘଟଣା କୁ ନେଇ ଲୋୟାଲ୍ ୱେଲସେନ ଙ୍କ ନାତି ଯାହା କୁହନ୍ତି , ଯେତେବେଳେ ସେମାନେ ଏହି କୁକୁଡ଼ା କଟା ସାରି ଚାଷ ଜମିରୁ ଫେରିଥିଲେ ସେତେବେଳେ ସେହି କୁକୁଡ଼ା ମାନଙ୍କ ମଧ୍ୟରୁ ଗୋଟିଏ କୁକୁଡ଼ା ଯାହାର ମଧ୍ୟ ବେକ କଟା ଯାଇଥିଲା ସେ ସେଠାରୁ ଉଠି ଦୌଡ଼ିବାକୁ ଆରମ୍ଭ କରିଥିଲା।

ଆଉ ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏହି କୁକୁଡ଼ା ଟିକୁ ଏକ ବାକ୍ସ ରେ ତାଲା ପକାଇ ରଖିଦେଲେ। ଏହାପରେ ତା ପରଦିନ ସକାଳେ ୱେଲାସେନ କୁକୁଡ଼ା ଟି ବଞ୍ଚିଛି ନା ମରି ଯାଇଛି ତାହା ଦେଖିବାକୁ ଯାଇଥିଲେ, ଆଉ ଏହାପରେ ସେ ଯେତେବେଳେ ବାକ୍ସର ତାଲା ଖୋଲି ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ସେ ବାକ୍ସ ଭିତରେ ରଖିଥିବା କୁକୁଡ଼ା ଟି ଜୀବିତ ରହିଥିଲା।

ତେବେ ତାଙ୍କ ନାତିଙ୍କ କହିବା କଥା ଯେ ଏହି କୁକୁଡ଼ା ଗୁଡ଼ିକୁ ବିକ୍ରି କରିବା ପାଇଁ ୱେଲ୍ସନ ବଜାରକୁ ନେବା ବେଳେ ସାଙ୍ଗରେ ସେହି ଜୀବିତ ଥିବା କୁକୁଡ଼ା ଟିକୁ ମଧ୍ୟ ନେଇ ଯାଇଥିଲେ।କିନ୍ତୁ ସେ ସେହି କୁକୁଡ଼ା ଟିକୁ ବିକ୍ରି କରିବା ପାଇଁ କିଛି ସର୍ତ୍ତ ରଖିଥିଲେ। ଯେମିତି ସେ ଘଟଣା ସମ୍ପର୍କରେ କେହି ନ ଜାଣନ୍ତୁ ବୋଲି ସେ ଚାହୁଁଥିଲେ। ତେବେ ଏହି ଖବର ସେହି ଅଞ୍ଚଳରେ କିନ୍ତୁ ପ୍ରଚାର ହୋଇଯିବା ପରେ, ସ୍ଥାନୀୟ ସାମ୍ବାଦିକ ମାନେ ମଧ୍ୟ ଏ ବିଷୟରେ ଜାଣିବା ପରେ କୁକୁଡ଼ା ର ମାଲିକ ୱେଲସନ୍ ଙ୍କୁ ସାକ୍ଷାତକାର ପାଇଁ ମଧ୍ୟ ନେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।