ଦେଖନ୍ତୁ ଭିଡ଼ିଓ । ଏହି ଭିଡ଼ିଓ ଟି ଏବେ ସାରା ଓଡ଼ିଶାରେ ନିଆଁ ଭଳି ଭାଇରାଲ ହେଉଛି, ବୀର ଯବାନ ଙ୍କ ପାଇଁ ଗୋଟେ ସେୟାର ନିଶ୍ଚିତ କରନ୍ତୁ…..

ସମାଜ ସେବାର ଏମିତି ଏକ ଉଦାହରଣ ବୋଧହୁଏ ଆପଣ ଆଗରୁ କେବେ ଦେଖି ନଥିବେ। ଆପଣଙ୍କୁ ଆମେ ଏମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ଦେଖି ଆପଣ ଭାବୁଥିବେ ଯେ ଏଠାରେ ମଜୁରୀ ମାନେ ଧାନ କାଟୁଛନ୍ତି। କିନ୍ତୁ ଏମାନେ କୌଣସି ମଜୁରିଆ ନୁହଁ। ଆମେ ଆପଣଙ୍କୁ ଏକ ଗରିବ ଅସହାୟ ଝିଅ ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜର ଅଦମ୍ୟ ସାହସ ଏବଂ ଇଛାଶକ୍ତି କୁ ପୂରଣ କରି ପାରିଛି ଏକ ଅଭିନବ ଉପାୟରେ।

ତାର ଏହିଭଳି ଇଛାଶକ୍ତି ଦେଖି ତାକୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି ଅନେକ ସଦ୍ ହୃଦୟବାନ ବ୍ୟକ୍ତି ବିଶେଷ ମାନେ।ଏହି ଦୃଶ୍ୟ ର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ତେବେ ଏହାକୁ ନେଇ କଣ କହୁଛନ୍ତି ଶୁଣନ୍ତୁ ଜଣେ ମହାଶୟ। ଯିଏକି ତାଙ୍କୁ ସାହାଯ୍ୟ କରିବାକୁ ସହାୟତା ର ହାତ ବଢାଇଛନ୍ତି ITBP କାର୍ଯ୍ୟରତ ହାବିଲଦାର ଜ୍ୟୋତିର୍ମୟୀ ପାଣ୍ଡବ। ରାଜନଗର ପଞ୍ଚାୟତ ର ଜଣେ ସାନ ଭଉଣୀ ପ୍ରଭାତୀ ନାୟକ। ଯାହାର ବାପା ନାହିଁ ଓ ମାଆ ବହୁତ୍ କଷ୍ଟରେ ପରିବାର କୁ ଚଳାନ୍ତି। ଦୈନନ୍ଦିନ ଜୀବନରେ ସେ ବହୁତ୍ କଷ୍ଟ କରି ତାଙ୍କର ପରିବାର ର ଭରଣ ପୋଷଣ କରନ୍ତି।ତେବେ ଏହାରି ଭିତରେ ଜୀବନ ଯୁଦ୍ଧରେ ବହୁତ୍ ସଂଗ୍ରାମ କରି ସେ ଏହିଭଳି କୃଷିକାର୍ଯ୍ୟ କରିଛନ୍ତି। ତାଙ୍କର ୧୨ ଘୁଣ୍ଟ ର ଜମି କୁ ସେ ନିଜେ ଏକା ରୋଇ ଚାଷ କରିଛନ୍ତି।

ଆଉ ଏହା ଭିତରେ ଯଦି ଏହି ଝିଅକୁ ସରକାରୀ ସହାୟତା ମିଳେ ତେବେ ସେ ବହୁତ୍ ଆଗକୁ ଯାଇ ପାରିବ ବୋଲି ସେ କହିଛନ୍ତି। କାରଣ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବହୁତ୍ ଭଲ ରହିଛି ଏବଂ ଦକ୍ଷତା ମଧ୍ୟ।ଆଉ ତାଙ୍କ ସହାୟତା କରିବା ପାଇଁ ଜୀବନ ଜ୍ୟୋତି ସଂଗଠନ ତାଙ୍କ ପାଖରେ ପହଞ୍ଚିଛି।

ଜୀବନ ଜ୍ୟୋତି ସଂଗଠନ ର ସଦସ୍ୟ ମାନେ ତାଙ୍କୁ ଧାନ କାଟିବାରେ ସାହାଯ୍ୟ କରୁଛନ୍ତି।ତାଙ୍କ ପାଖରେ ଅର୍ଥ ର ଘୋର ଅଭାବ ରହି ଥିବାରୁ ସେ ଏଥିପାଇଁ ପଇସା ଖର୍ଚ୍ଚ କରି କୌଣସି ମଜୁରୀ କୁ ଆଣି ନପାରି ଏହିଭଳି ଏକ ପଦକ୍ଷେପ ନେଇଛନ୍ତି। ନିଜେ ପରିଶ୍ରମ କରି ଫସଲ ଅମଳ କରିଛନ୍ତି।

 

ତେବେ ଏହାକୁ ନେଇ ପ୍ରଭାତୀ କହିଛନ୍ତି ଯେ ପିଲାଟି ଦିନରୁ ସେ ବହୁତ ଦୁଃଖ କଷ୍ଟ,ଏବଂ ସଂଘର୍ଷମୟୀ ଜୀବନ ଭିତରେ ବଢ଼ି ଆସିଛନ୍ତି। ନିଜେ ଚଳିବା ପାଇଁ ପିଲାଙ୍କୁ ପାଠ ପଢ଼ାଇ, ନିଜେ ଆଇନ୍ ର ପାଠ ପଢି ସେ ଆଜି ତାଙ୍କର ଅଭ୍ୟାସ ଜାରି ରଖିଛନ୍ତି। ଓକିଲାତି ପାଠ ପଢି ସେ ଉପରକୁ ଯିବା ପାଇଁ ଆଶା ରଖିଛନ୍ତି। ଯଦି ଏଥିପାଇଁ ସରକାରୀ ସହାୟତା କିଛି ମିଳେ ଏହା ତାଙ୍କୁ ବହୁତ୍ ସହୋଯୋଗ କରିବ ଉପରକୁ ଉଠିବା ପାଇଁ। ଅର୍ଥ ଅଭାବ କାରଣରୁ ସେ ନିଜେ ବହୁତ୍ ଭାଙ୍ଗି ପଡ଼ୁଛନ୍ତି। ନିଜେ ଚାଷ କରି ଘର ଚଳାଉଛନ୍ତି ସେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।