ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି ଯୁବରାଜ ଙ୍କ ଏହି ବୟାନ – କହିଲେ କୋହଲି ଠୁ 100 ଗୁଣ ଭଲ କ୍ୟାପଟେନ କରିବେ ଏହି ଖେଳାଳି…..

ଭାରତୀୟ ଦଳର ଅଧିନାୟକ ଭାବରେ ଏବେ ବିରାଟ କୋହଲି ତାଙ୍କର ଗୁରୁ ଦାୟିତ୍ବ ତୁଲାଉଛନ୍ତି। ଏହାରି ଭିତରେ ତାଙ୍କର ଅଧିନାୟକତ୍ଵ କୁ ନେଇ ଅନେକ ଆଲୋଚନା ସମାଲୋଚନା କରୁଥିବା ବେଳେ ଅନେକ ପ୍ରଶଂସକ ଏହାକୁ ପସନ୍ଦ କରିଛନ୍ତି ଆଉ କେହି କେହି ନାପସନ୍ଦ ମଧ୍ୟ କରିଛନ୍ତି।ତେବେ ଖେଳରେ ଏସବୁ ତ ଲାଗି ରହିଥାଏ। କିନ୍ତୁ ଏହା ସତ ଯେ ବିରାଟ କୋହଲି ଙ୍କ ଅବଦାନ ଏବଂ ତାଙ୍କର ଦକ୍ଷତା ଭାରତୀୟ କ୍ରିକେଟ ଟିମ୍ ପାଇଁ ନିଶ୍ଚିତ ରହିଛି।

ତେବେ ଏହି ସମୟରେ ଅନେକ ପ୍ରମୁଖ ଭାରତୀୟ ପୂର୍ବତନ ଖେଳାଳି ମାନେ କିନ୍ତୁ ଭାରତୀୟ କ୍ରିକେଟ୍ ଟିମ୍ କୁ ନେଇ ସେମାନଙ୍କ ବ୍ୟକ୍ତିଗତ ମତ ଦେଉଛନ୍ତି ଏବଂ ପରାମର୍ଶ ଭିତ୍ତିରେ ତାଙ୍କର ମତକୁ ସ୍ପଷ୍ଟ ମଧ୍ୟ କରୁଛନ୍ତି।

ଆଉ ଠିକ୍ ଏହି ସମୟରେ ପୂର୍ବତନ ଭାରତୀୟ ବିସ୍ଫୋରକ ଖେଳାଳୀ ଯୁବରାଜ ସିଂହଙ୍କ ଏକ ମନ୍ତବ୍ୟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ଭାରତୀୟ କ୍ରିକେଟ୍ ସହିତ ଯୁବରାଜଙ୍କ ନାମ ବେଶ ଜଡ଼ିତ ଏବଂ ଜଣାଶୁଣା। ତେବେ ଖେଳ ସହିତ ସେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ବେଶ ଚର୍ଚାରେ ରହିଥାନ୍ତି ।

ତାହା ହେଉଛି ତାଙ୍କର ବିସ୍ଫୋରକ ଚର୍ଚ୍ଚିତ ବୟାନ। ଯେମିତି ଏବେ ନିକଟରେ ଯୁବରାଜ ପୁଣି ଚର୍ଚାରେ ଆସିଛନ୍ତି ତାଙ୍କର ଏକ ବଡ ବୟାନ ପାଇଁ। କାରଣ ନିକଟରେ ମୁମ୍ବାଇ ରେ ଏକ ଇଣ୍ଟରଭିୟୁ ସମୟରେ ଯେତେବେଳେ ଯୁବରାଜ ସିଂ ଙ୍କୁ ପଚରା ଯାଇଥିଲା ଭାରତୀୟ ଟିମ ର କିଏ ସବୁଠାରୁ ଭଲ କ୍ୟାପଟେନ ଅଟନ୍ତି ବୋଲି।

ଆଉ ଏହା ଉତ୍ତରରେ ସେ କହିଥିଲେ ଯଦିଓ ବର୍ତମାନ ସମୟ ରେ କୋହଲି ବେଶ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି କିନ୍ତୁ ମୋ ଅନୁସାରେ ଭାରତୀୟ କ୍ରିକେଟ ଟିମ ର ଏବେର ଭଲ ଖେଳାଳି ହେଉଛନ୍ତି ମହେନ୍ଦ୍ର ସିଂ ଧୋନି ବୋଲି ସେ କହିଥିଲେ।ପରେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ବିରାଟ ଓ ଯୁବରାଜ ଙ୍କ ଭିତରୁ କିଏ ଭଲ କ୍ୟାପଟେନ ବୋଲି ଆପଣଙ୍କୁ ଲାଗନ୍ତି? ଏହାର ଉତ୍ତରରେ ସେ କହିଥିଲେ ରୋହିତ ହେଉଛନ୍ତି ଜଣେ ଦକ୍ଷ କ୍ୟାପଟେନ। ତାଙ୍କ ପାଖରେ ଦଳକୁ କଠିନ ପରିସ୍ଥିତି ରୁ ମୁକୁଳିବାର ର ଦକ୍ଷତା ରହିଛି।

ଏହି ବୟାନ ପରେ ଏହା ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହେବା ସହିତ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା। ସେ କହିଥିଲେ କି କହିଥିଲେ କି ଦାଦା ଓରଫ ସୈାରଭ ଗାଙ୍ଗୁଲି ଙ୍କ କ୍ୟାପଟେନ ସିପରୁ ତାଙ୍କୁ ଅନେକ କିଛି ଶିଖିବାକୁ ମିଳିଥିଲା ।ସେ ତାଙ୍କୁ ବହୁତ ଭଲ ଲାଗନ୍ତି।ସେ ହେଉଛନ୍ତି ତାଙ୍କର ପ୍ରେରଣା ର ଉତ୍ସ। ତାଙ୍କ ଅଧିନାୟକ ଥିବା ସମୟରେ ସେ ତାଙ୍କ ପାଖରୁ ଅନେକ କିଛି ଶିଖି ଛନ୍ତି ଏବଂ ତାକୁ ସେ ତାଙ୍କର କ୍ରିକେଟ ଜୀବନରେ ମଧ୍ୟ se ଉପଯୋଗ କରି ଅନେକ ସଫଳତା କୁ ହାସଲ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।