ମହାମାରୀ ଭିତରେ ବଡ ନିଷ୍ପତି : ବିଡି, ସିଗାରେଟ୍, ଗୁଟୁଖା ସେବନ କରୁଥିଲେ ଏଣିକି ମିଳିବନି ଚାକିରୀ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ସିଗାରେଟ୍ ସେବନ କାରୀ ହୁଅନ୍ତୁ ସାବଧାନ। ଯଦି ଆପଣ ସିଗାରେଟ୍ ସେବନ କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଏବେ ଏହାକୁ ନେଇ ସରକାରୀ ସ୍ତରରେ ଆସିଛି ନୂଆ ନିୟମ। ସିଗାରେଟ୍ ଟାଣୁଥିଲେ ଏବେ ଆଉ ମିଳିବନି ସରକାରୀ ଚାକିରୀ। ସେଥିପାଇଁ ଆପଣ ସରକାରୀ ପାଇଁ ଯଦି ଆବେଦନ କରିବାକୁ ଚାହୁଁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ।ଏବେ ଏମାନଙ୍କୁ ଚାକିରି ଦେବେନି ସରକାର୍। ତମାଖୁ ସେବନ କାରୀ କୁ ଏବେ ନିଯୁକ୍ତି ମନା।

ଆସନ୍ତା ବର୍ଷ ପାଖରୁ ଲାଗୁ ହେବ ନୂଆ ନିୟମ।ତେବେ ଆପଣ ଯଦି ସରକାରୀ ଚାକିରି କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ନିୟମକୁ ମାନିବାକୁ ପଡ଼ିବ ଆଗାମୀ ବର୍ଷ ପାଖରୁ।

ଯେତେବେଳେ ଆପଣ ସରକାରୀ ସ୍ତରରେ ଚାକିରି ପାଇଁ ଆବେଦନ କରିବାକୁ ଯିବେ ତେବେ ଆପଣଙ୍କୁ ଆବଶ୍ୟକୀୟ ଦସ୍ତାବିଜ୍ ସହିତ ଧୁମ୍ରପାନ କରୁଛନ୍ତି କି ନାହିଁ ସତ୍ୟପାଠ କରିବା ବାଧ୍ୟତା ମୂଳକ ଅଟେ। ମହାମାରୀ ଭିତରେ ଏହା ସରକାରଙ୍କ ଏକ ବଡ଼ ନିଷ୍ପତ୍ତି। କେବଳ ସିଗାରେଟ୍ ନୁହଁ ବିଡି, ତମାଖୁ, ଗୁଟଖା ଆଦି ସେବନ କଲେ ମଧ୍ୟ ଆପଣ ସରକାରୀ ଚାକିରୀ ରୁ ଏବେ ବଞ୍ଚିତ ହେବେ।

ଆବେଦନ ସମୟରେ ଆପଣଙ୍କୁ ଏଥିପାଇଁ ସତ୍ୟପାଠ କରିବା ବାଧ୍ୟତାମୂଳକ ଅଟେ। ଆପଣଙ୍କୁ ସତ୍ୟପାଠ ରେ ଏହା ଉଲ୍ଲେଖ କରିବାକୁ ପଡ଼ିବ ଯେ ନାଁ କେବେ ମୁଁ ତମାଖୁ ସେବନ କରିଛି ନାଁ ହିଁ କେବେ ଭବିଷ୍ୟତରେ କରିବି। ଆପଣଙ୍କୁ ଏହା କହିବାକୁ ପଡ଼ିବ ସତ୍ୟପାଠ ରେ।ଏହାପରେ ଯଦି ଆପଣ ଉପଯୁକ୍ତ ହୋଇଥିବେ ଉକ୍ତ ଚାକିରି ପାଇ ତେବେ ଆପଣଙ୍କୁ ନିଯୁକ୍ତି ନିଶ୍ଚିତ ମିଳିବ।

ତେବେ ସରକାରୀ ଚାକିରି ପାଇଁ ଆଶାୟୀ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ନିୟମ ଆଣିଛନ୍ତି ଝାଡ଼ଖଣ୍ଡ ସରକାର୍।ଏହି ନିୟମକୁ ଆସନ୍ତା ବର୍ଷ ଠାରୁ ଅର୍ଥାତ୍ ୨୦୨୧ ଏପ୍ରିଲ୍ ପହିଲାରୁ ଝାଡ଼ଖଣ୍ଡ ରେ ଲାଗୁ କରାଯିବ। ତେବେ ଏହାସହ ତମାଖୁ ଦୋକାନରେ ମିଳିବନି ଆଉ ଖାଦ୍ୟ ସାମଗ୍ରୀ। ଯାହା ସୂଚନା ରହିଛି ସେହି ଅନୁସାରେ, ତମାଖୁ ସେବନରୁ ଯୁବକ ଯୁବତୀ ମାନଙ୍କୁ ନିବୃତ ରଖିବାକୁ ଝାଡ଼ଖଣ୍ଡ ସରକାର ତମାଖୁ ନିୟନ୍ତ୍ରଣ କମିଟି ସହ ଆଲୋଚନା କରିଥିଲେ।

ଆଉ ଏହି ବୈଠକରେ ଆଲୋଚନା ହେଲା କି ତମାଖୁ ବିକ୍ରୀ କରୁଥିବା ଦୋକାନୀ ମାନେ ଏବେ ଆଉ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରୀ କରି ପାରିବେନି। ଏମିତି କି ତମାକୁ ବିକ୍ରୟ କରୁଥିବା ଦୋକାନୀ କୁ ଚାହା କି ବିସ୍କୁଟ ବି ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଝାଡ଼ଖଣ୍ଡ ସରକାର୍।ଏହି ନିଷ୍ପତି ସାଧାରଣରେ ପ୍ରଶଂସା ଯୋଗ୍ୟ ହୋଇଛି। କାରଣ ବର୍ତ୍ତମାନର ଯୁବକ ଯୁବତୀଙ୍କୁ ଉଚିତ୍ ମାର୍ଗରେ ଆଣିବାକୁ ସରକାରଙ୍କ ଏହି ପଦକ୍ଷେପ ଫଳରେ ଆଉ ନିଶାଦ୍ରବ୍ୟ ଉପରେ ସେମାନେ ଅଧିକ ଗୁରୁତ୍ବ ଆରୋପ କରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।