ଐଶ୍ୱର୍ୟା ରାୟ ଙ୍କ ପୂର୍ବରୁ ଏହି ଅଭିନେତ୍ରୀ ଙ୍କୁ ଅଭିଷେକ ଙ୍କ ପାଇଁ ପସନ୍ଦ କରିଥିଲେ ଅମିତାଭ ବଚ୍ଚନ, ଏହି ହିରୋଇନ ହୋଇଥାନ୍ତେ ବଚ୍ଚନ ପରିବାର ର ବୋହୂ…..

ବଲିଉଡ୍ ର ବିଗ୍ ବି କୁହା ଯାଉଥିବା ପ୍ରମୁଖ କଳାକାର ଅମିତାଭ ବଚ୍ଚନ କୁ କିଏ ବା ନ ଜାଣେ। ତାଙ୍କର ଭୂମିକା ଏବଂ ତାଙ୍କର ଅବଦାନ ଅନେକ ମାତ୍ରା ରେ ରହିଛି ହିନ୍ଦୀ ଫିଲ୍ମ ଦୁନିଆରେ। ତେବେ ସେ ନିଜର ପରିଶ୍ରମ ଏବଂ ଅଭିନୟ ଫଳରେ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ହାସଲ କରି ପାରିଛନ୍ତି।ଦିଗଜ କଳାକାର ଙ୍କ ବିଷୟରେ କଥା ପଡିଲେ ଅମିତାଭ ବଚ୍ଚନ ଙ୍କ ନାମ ସର୍ବେ ପ୍ରଥମେ ଆସେ କେବଳ ସେ ନୁହନ୍ତି ତାଙ୍କର ବୋହୂ ଐଶ୍ୱର୍ୟା ରାୟ ମଧ୍ୟ ଜଣେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି।

ତାଙ୍କର ମଧ୍ୟ ଅନେକ ପ୍ରସିଦ୍ଧି ରହିଛି। ବଚ୍ଚନ ପରିବାର ର ବୋହୁ ହେବାପରେ ଐଶ୍ୱର୍ୟା ରାୟ ନିଜକୁ ଏକ ଭିନ୍ନ ପରିଚୟ ମଧ୍ୟ ଦେଇ ପାରିଛନ୍ତି।ତେବେ ଐଶ୍ୱର୍ୟା ରାୟ ଅମିତାଭ ବଚ୍ଚନ କୁ ବିବାହ କରି ଏବେ ବଚ୍ଚନ ପରିବାର ର ବୋହୁ ହୋଇଛନ୍ତି।

କିନ୍ତୁ ଏମିତି ଆଉ ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ଅମିତାଭ ବଚ୍ଚନ ଙ୍କ ବହୁତ୍ ପସନ୍ଦ ଥିଲେ ଏବଂ ସେ ତାଙ୍କୁ ତାଙ୍କ ଘରର ବୋହୂ କରିବା ପାଇଁ ଚାହୁଁଥିଲେ। ଆପଣ ଅମିତାଭ ବଚ୍ଚନ ଙ୍କ ଫିଲ୍ମ୍ ୧୦୨ ନଟ ଆଉଟ୍ ତ ନିଶ୍ଚିତ ଦେଖିଥିବେ।ଏହା ଦର୍ଶକ ମାନଙ୍କ ମନକୁ ଖୁବ୍ ଛୁଇଁ ଥିଲା। ଏଥିରେ ସେ ଜଣେ ୧୦୨ ବର୍ଷର ବୃଦ୍ଧ ଭାବରେ ଅଭିନୟ କରିଥିଲେ। ଯିଏକି ଜୀବନକୁ ତାଙ୍କ ହିସାବରେ ନିଜକୁ ଖୁସି ରଖି ବଞ୍ଚିବାର ବିଶ୍ୱାସ ରଖିଥାନ୍ତି। ଆଉ ଏହି ଫିଲ୍ମ ରେ ଅମିତାଭ ଙ୍କ ସହ ରିଷି କପୁର ମଧ୍ୟ ଅଭିନୟ କରିଛନ୍ତି ।

ଯିଏକି ଅମିତାଭ ଙ୍କ ପୁଅ ରୂପ ରେ ଅଭିନୟ କରିଛନ୍ତି ଫିଲ୍ମ୍ ୧୦୨ ନଟ ଆଉଟ୍ ରେ।ଏବେବି ଦର୍ଶକ ମାନଙ୍କ ମଧ୍ୟରେ ମନୋରଞ୍ଜନ ର ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛି ଏହି ଫିଲ୍ମ୍, ଯାହାକୁ ଏବେବି ଅନେକ ଜଣ ପସନ୍ଦ କରନ୍ତି।ତେବେ ଅମିତାଭ ଙ୍କ ଅଭିନୀତ ଫିଲ୍ମ୍ ଗୁଡ଼ିକ ଏମିତି ରେ ବହୁତ୍ ଚର୍ଚ୍ଚାରେ ରହିଥାଏ ଏବଂ ଉଚ୍ଚ ପ୍ରଶଂସିତ ଅଟେ।

ତେବେ ଆପଣ ଜାଣି ନଥିବେ ଯେ ଐଶ୍ୱର୍ୟା ଙ୍କ ପୂର୍ବ ରୁ ଅଭିଷେକ ଙ୍କ ବିବାହ କରିସ୍ମା କପୁର ଙ୍କ ସହ କରିବାକୁ ଚାହୁଁଥିଲେ ଅମିତାଭ। ଆଉ ଏଥିପାଇଁ ଅଭିଷେକ ଓ କରିସ୍ମା କପୁର ଙ୍କ ଏନଗେଜମେନ୍ଟ ମଧ୍ୟ ହୋଇ ସାରିଥିଲା। ଦୁଇଜଣଙ୍କ ଏନଗେଜମେନ୍ଟ ପରେ ମଧ୍ୟ ବିବାହ କରିସ୍ମା ଙ୍କ ମାତାପିତାଙ୍କ ପାଇଁ ଭାଙ୍ଗି ଯାଇଥିଲା ।

ଏହାପରେ ଅମିତାଭ ରାନୀ ମୁଖାର୍ଜୀ ଙ୍କ ସହ ଅଭିଷେକ ଙ୍କ ବିବାହ ପାଇଁ ଚାହୁଁଥିଲେ କିନ୍ତୁ ଏହାକୁ ସମର୍ଥନ ଦେଇନଥିଲେ ଜୟା ବଚ୍ଚନ।ପରେ ଶେଷରେ ସେ ଅଭିଷେକ ଙ୍କ ପାଇଁ ଏକ ସୁନ୍ଦର ସୁଶୀଳ ଝିଅ ଖୋଜିବାରେ ଲାଗିଥିଲେ,ଆଉ ଫଳ ସ୍ୱରୂପ ତାଙ୍କୁ ଐଶ୍ୱର୍ୟା ରାୟ ପସନ୍ଦ ଆସିଥିଲେ ଏବଂ ଏହି ଦୁଇଜଣଙ୍କ ବିବାହ ୨୦୦୭ ରେ ସମ୍ପାଦିତ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।