Ajira Anuchinta – ରୋଷେଇ ଘରୁ କେବେବି ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ ହେବ ସର୍ବନାଶ

ଆଜି ଆମେ ଏମିତି ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କ ରୋଷେଇ ଘରୁ ନ ସରିବା ଉଚିତ। ଯଦି ଆପଣଙ୍କ ରୋଷେଇ ଘରୁ ଏହି ଜିନିଷ ସାରିଯାଉଛି ତେବେ ଆପନଙ୍କୁ ଗରିବ ଏବଂ କାଙ୍ଗାଳ ହେବାରୁ କେହି ଅଟକେଇ ପାରିବେ ନାହିଁ ଏବଂ ଖାଲି ଏତିକି ନୁହଁ ଆପଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇଯାଇପାରେ,ଆପଣଙ୍କର ବ୍ୟାପାର ବାଣିଜ୍ୟ ରେ କ୍ଷତି ଘଟି ପାରେ।

କେବେ ବି ମାତା ଅନପୂର୍ଣା ବାସ କରିବେ ନାହିଁ। ତେବେ ଏହି ଜିନିଷଗୁଡିକୁ ଭୁଲରେ ମଧ୍ୟ ରୋଷେଇ ଘରୁ ସାରିବାକୁ ଦିଅନ୍ତୁ ନାହିଁ। ନହେଲେ ହୋଇପାରେ ସର୍ବନାଶ।

ପ୍ରଥମରେ – ଯେଉଁ ଘରେ ଚାଉଳ ଏବଂଅଟା ସର୍ବଦା ରହିଥାଏ ସେହି ଘରେ ଦେବୀ ଅନପୁର୍ଣ ସର୍ବଦା ବାସ କରିଥାନ୍ତି। ଏବଂ ତାଙ୍କୁ ଲକ୍ଷେପତି ବନେଇଥାନ୍ତି। ଆପଣ ମନେ ରଖନ୍ତୁ ଅଟା ସରିବା ପୂର୍ବରୁ କୋୖଣସି ଉପାୟରେ ହେଉ ଘରେ ଅଟା ଆଣି ରଖନ୍ତୁ ଏବଂ ଆପଣଙ୍କ ଘର ଉପରେ ମା ଲଷ୍ମୀଙ୍କର ଆଶୀର୍ବାଦ ରହିବ ଏବଂ ମା ଅନପୂର୍ଣା ମଧ୍ୟ ଆପଣଙ୍କର ଘରେ ବାସ କରିବେ।

ଦ୍ୱିତୀୟ ରେ ହଳଦୀ– ହଳଦୀ ଏମିତି ଏକ ଜିନିଷ ଯାହା ଖାଦ୍ୟରେ ରଙ୍ଗ ବଦଳେଈ ଥାଏ। ହଳଦୀକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ମନା ଯାଇଥାଏ ଏବଂ ଯେଉଁ ଘରେ ଭଗବାନ ବିଷ୍ଣୁଙ୍କ ରହିଥାନ୍ତି ମହଲଷ୍ମୀ ଆପେ ଆପ ସେହି ଘରେ ବାସ କରିଥାନ୍ତ। ଯଦି ଆପଣଙ୍କ ରୋଷେଇ ଘରୁ ହଳଦୀ ସରିଯାଉଛି ତେବେ ଆପଣଙ୍କ ଘର ଉପରେ କେତେ ପ୍ରକାର ସଙ୍କଟ ମାଡ଼ିଆସିଥାଏ ଏବଂ ହଳଦୀ ନ ରହିବା କାରଣରୁ ମାତାଲଷ୍ମୀ ଆପଣଙ୍କ ଘରେ ବାସ କରନ୍ତି ନାହିଁ,ଫଳରେ ଆପଣ ଭିକାରି ପାଲଟିପରନ୍ତି।

ତୃତୀୟରେ ଲୁଣ – ସେହିପରି ରୋଷେଇ ଘରେ ଲୁଣ ନଥିଲେ ଆପଣଙ୍କ ଜୀବନରେ ଏବଂ ଆପଣଙ୍କର ଘରୁ ଧନର ସ୍ୱାଦ ମିଳିନାହିଁ ଅର୍ଥାତ ଆପଣଙ୍କର ପାଖରେ ଧନ କେବେ ବି ରହିନଥାଏ ଏବଂ ପରିବାର ଲୋକଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥାଏ ଏବଂ ମତାନ୍ତର ଯୋଗୁଁ ଘରେ ଝଗଡା ହୋଇଥାଏ ତେବେ ମନେ ରଖନ୍ତୁ ଲୁଣ କୁ କେବେବି ବା ମରିଗଲେ ମଧ୍ୟ ଆପଣଙ୍କ ରୋଷେଇ ଘରୁ ସାରିବାକୁ ଦିଆନ୍ତୁ ନାହିଁ।

ଚତୁର୍ଥରେ ଜଳ– ଆଗରୁ ଜାଣିଥିବେ ଜଣେ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁଣେ ସୃଷ୍ଟି ନାଶ ସେହିପରି ଆପଣଙ୍କ ରୋଷେଇ ଘରେ ଯଦି ସର୍ବଦା ଜଳ ରହିନଥାଏ ତେବେ ଜାଣିନେବେ ସର୍ବନାଶ ଘଟିବାକୁ ଯାଉଛି ଯେଉଁଠାରେ ସର୍ବଦା ଜଳ ରହିଥାଏ ସେହିଠାରେ ହସର ଲହରୀ ସର୍ବଦା ଖେଳି ରହିଥାଏ ଏବଂ ଘରେ ବ୍ୟକ୍ତିଙ୍କ କାଯ୍ୟରେ ସଫଳତା ମିଳିଥାଏ,ଯେଉଁଠାରେ ପାଣି ନ ଥାଏ ସେହିଠାରେ ମାତା ଲଷ୍ମୀ ବାସ ଜରନ୍ତି ନାହିଁ ଫଳରେ ଆପଣ ଗରିବ ହୋଇଯାଇପାରନ୍ତି ତେବେ ରୋଷେଇ ଘରୁ ଭୁଲରେ ମଧ୍ୟ ପାଣି ସରିବାକୁ ଦିଅନ୍ତୁ ନାହିଁ।

ପଞ୍ଚମରେ ଅଇଁଠା ବାସନ– ପ୍ରାୟତ ସମସ୍ତେଙ୍କ ଘରେ ରାତିରେ ଖାଇକି ଅଇଁଠା ବାସନ ପକେଇଦେଇଥାନ୍ତି,ଏହା ଘୋର ଅଶୁଭ ହୋଇଥାଏ,ଏହା ଦାରିଦ୍ରତାର ପ୍ରତୀକ ହୋଇଥାଏ। ରାତ୍ରିରେ ବାସନ ରଖିବା ଦ୍ୱାରା ଘରେ ଅଲଗା ପ୍ରକାର ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ ଯେଉଁ ଦୁର୍ଗନ୍ଧ ଦ୍ୱାରା ମାତା ଲଷ୍ମୀ କେବେବି ରହିପାରନ୍ତିନାହିଁ। ଏହିପରି ସର୍ବଦା କରିବା ଦ୍ଵାରା ମା ଲଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘର ଛାଡ଼ି ଚାଲିଯାଇଥାନ୍ତି।

ମୁଖ୍ୟକଥା ଯେ କିଛି କିଛି ଘରେ ଅଟା ଚକଟିବା ବେଳେ ଅଧିକ ଅଟା ପକେଇଦେଇଥାନ୍ତି ଏବଂ ଆବଶ୍ୟକ ରୁଟି କରିସାରିବାପରେ ବଳକା ଅଟା ଗୁଡିକୁ ଫ୍ରେଇଜ଼ କିମ୍ବା ଗିନା ରେ ରଖି ଦେଇଥାନ୍ତି ଏବଂ ସେହି ଅଟା ଗୁଳାକୁ କାଲି ପୁନଃ ବ୍ୟବହାର କରିଥାନ୍ତି ତେବେ ମନେ ରଖନ୍ତୁ ତାହା ଅଶୁଭ ହୋଇଥାଏ ଏବଂ ଘୋର ଅନର୍ଥ ଘଟିଥାଏ ଏବଂ ଏଥିପାଇଁ ମାତା ଲଷ୍ମୀଅସନ୍ତୁଷ୍ଟ ହୋଇଥାନ୍ତି। ଏହା ଦ୍ୱାରା ଆପଣଙ୍କ ଘରେ ଅସନ୍ତୁଷ୍ଟ ସୃଷ୍ଟି ହୋଇଥାଏ ଏବଂ ଅଚାନକ ଆପଣଙ୍କ ଦେହ ଅସୁସ୍ଥ ହୋଇଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।