ସୁପ୍ରିମକୋର୍ଟ ଙ୍କ ବଡ ରାୟ – ଏଣିକି ଉଦ୍ଧତ ସନ୍ତାନ ମାନେ ହେବେ ସାବାଡ, ନୂତନ ଆଇନ୍ ଆଧାରରେ ବୃଦ୍ଧା ବାପା ମାଆଙ୍କୁ ଅଣଦେଖା କଲେ ହେବ ୬ ମାସର ଜେଲ୍ ଦଣ୍ଡ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

ଏଥର ସାବାଡ଼ ହେବେ ଉଦ୍ଧତ ସନ୍ତାନ। ବାପା ମାଆ ଙ୍କୁ ହଇରାଣ କଲେ ଆଉ ମିଳିବନି ତ୍ରାହି।ତେବେ ବୃଦ୍ଧ ବାପା ମାଆ ଙ୍କ ସେବାକୁ ଏବେ ସରକାର ଆଇନ୍ ପରିସର ଭୁକ୍ତ କରିଛନ୍ତି। ଯାହାଦ୍ଵାରା କୌଣସି ବି ବ୍ୟକ୍ତି ସରକାରଙ୍କ ଏହି ଆଇନ୍ ଆଖିରେ ଧୂଳି ଦେଇ ପାରିବେ ନାହିଁ।ଯଦି ପୁଅ ନିଜର ବାପା ମାଆ ଙ୍କୁ ବୃଦ୍ଧ ସମୟରେ ହଇରାଣ ହରକତ କରେ କିମ୍ବା ସେମାନଙ୍କର ରକ୍ଷଣା ବେକ୍ଷଣ କଥା ନବୁଝେ ତେବେ ଆଉ ବାପା ମାଆ ଙ୍କ ସମ୍ପତ୍ତିର ହକ ତାଙ୍କୁ ମିଳିବ ନାହିଁ। ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ।

ଯଦି ଏବେ ପୁଅ ବୋହୂ ବୃଦ୍ଧ ବାପା ମାଆ ଙ୍କ କଥା ନ ଶୁଣନ୍ତି ତେବେ ଘରୁ ଏବେ ବିଦା ଏବଂ ସମ୍ପତ୍ତି ରୁ ହେବେ ବେଦଖଲ୍ ଏବଂ ଆଇନ୍ ଅନୁସାରେ ମଧ୍ୟ ଦଣ୍ଡିତ ହେବେ।ବରିଷ୍ଠ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ଏବଂ ସୁବିଧା କାର୍ଯ୍ୟକାରୀ ହୋଇଛି।

ଏଥିପାଇଁ ଏବେ ସ୍ବତନ୍ତ୍ର ଆଇନ୍ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କରା ଯାଇଛି।ଯାହା ଦ୍ଵାରା ବୃଦ୍ଧ ବାପା ମାଆ ମାନଙ୍କୁ ହଇରାଣ କରୁଥିବା ସନ୍ତାନ ମାନଙ୍କୁ ଏବେ ସାବାଡ କରା ଯାଇ ପାରିବ।ଆଉ କୌଣସି ଲୋକଙ୍କୁ ପରିଣତ ବୟସରେ ଅର୍ଥାତ୍ ବୃଦ୍ଧ ବସ୍ଥା ସମୟରେ ଘର ଛାଡ଼ି ବାର ଦ୍ୱାର ହେବାକୁ ପଡିବ ନାହିଁ।

କେବଳ ପୁଅ- ବୋହୁ ନୁହନ୍ତି, ସେମାନଙ୍କ ସହିତ ନାତି- ନାତୁଣୀ ବି ସେବା କରିବାକୁ ବାଧ୍ୟ।ଆଉ ଏହି ଆଇନ୍ କୁ ଯଦି ଆପଣ ଉଲ୍ଲଂଘନ କରିଛନ୍ତିି ତେବେ ଆପଣଙ୍କୁ ହୋଇପାରେ ୬ ମାସ ପର୍ଯ୍ୟନ୍ତ ଜେଲ୍।ତେବେ ଏବେ ବୃଦ୍ଧା ବାପା ମାଆଙ୍କ ସୁରକ୍ଷା ନିମନ୍ତେ ଏଥିପାଇଁ ଦେଶବ୍ୟାପୀ ଦ ମେନ୍ଟେନାନ୍ସ ଆଣ୍ଡ ୱେଲ୍ ଫେୟାର ଅଫ୍ ପାରେଣ୍ଟସ ଆଣ୍ଡ ସିନିଆର୍ ସିଟିଜେନ୍ ଏକ୍ଟ ଆରମ୍ଭ କରାଯାଇଛି।

ଯେଉଁଥିରେ ସନ୍ତାନ ମାନଙ୍କ ଦ୍ଵାରା ଉଭୟ ଶାରିରୀକ ଏବଂ ମାନସିକ ଉଭୟ ରୂପରେ ନିର୍ଯାତିତ ହେଉଥିବା ଅସହାୟ ବାପା ମାଆ ମାନେ ନିଜ ପିଲାଙ୍କ ବିରୋଧରେ ଅଭିଯୋଗ କରି ପାରିବେ। ସେହିଭଳି ଯଦି ସନ୍ତାନ ମାନେ ବୃଦ୍ଧା ବାପା ମାଆଙ୍କ ସୁରକ୍ଷା ଏବଂ ଭରଣ ପୋଷଣ ପାଇଁ ମନା କରି ଦିଅନ୍ତି ତେବେ ଏଥିପାଇଁ ମଧ୍ୟ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇ ପାରିବେ।

ଏହାପରେ ବାପା ମାଆ ଙ୍କ ଦ୍ଵାରା କରା ଯାଇଥିବା ଅପିଲ ଉପରେ ସକ୍ଷମ ଅଧିକାରୀଙ୍କୁ ମାତ୍ର ୯୦ ଦିନ ଭିତରେ ହିଁ ମାମଲାର ସମାଧାନ ବା ନିଷ୍ପତ୍ତି ନେବାକୁ ପଡିବ।ଏହାସହ ଥାନାରେ ମଧ୍ୟ ବୃଦ୍ଧ ବାପା ମାଆ ଙ୍କ ଅଭିଯୋଗକୁ ବେଶି ପ୍ରାଥମିକତା ଦିଆଯିବାର ବ୍ୟବସ୍ଥା କରା ଯାଇଛି।ତେବେ ଜାଣିକି ହେଉ କିମ୍ବା ଅଜାଣତରେ ବୃଦ୍ଧା ବାପା ମାଆଙ୍କୁ ଅବହେଳା କଲେ କିମ୍ବା ନିର୍ଯାତନା ର ଅଭିଯୋଗ କଲେ ସନ୍ତାନ ମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।