ଦେଖନ୍ତୁ ଭିଡ଼ିଓ । ନିଜର ସବୁ ଜମିବାଡ଼ି ମୋଦିଙ୍କ ନାଁରେ କରିବାକୁ ଜିଦ ଧରିଲେ ୮୫ ବର୍ଷୀୟା ବୃଦ୍ଧା, ଏହା ପରେ…

ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ ଙ୍କ ଲୋକପ୍ରିୟତା ଏବଂ ଲୋକ ସମ୍ପର୍କ ଅଧିକ ରହିଛି। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ଭାରତରେ ବେଶ୍ ଲୋକପ୍ରିୟ ଅଟନ୍ତି ସେ। ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ପ୍ରଶଂସକ ଙ୍କ କଥା କହୁଛୁ ଯାହାର ସମର୍ପଣ ଭାବ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛି ସାରା ଦେଶ।

ଭିନ୍ନ ଭିନ୍ନ ସମୟରେ ପ୍ରଶଂସକ ମାନଙ୍କର ଅନେକ ପାଗଳାମି ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଏବେ ସାମ୍ନା କୁ ଆସିଛନ୍ତି ମୋଦିଙ୍କ ଆଉ ଜଣେ ଭିନ୍ନ ପ୍ରଶଂସକ।

ନିଜ ଜମିକୁ ମୋଦିଙ୍କୁ ଦେବା ପାଇଁ ସେ ଜିଦ୍ ଧରି ବସିଛନ୍ତି। ଆଉ ପରେ ଏହି ଜମି ରେଜିଷ୍ଟ୍ରି ପାଇଁ ଜିଦ୍ ଧରିଲେ ଏହି ବୃଦ୍ଧା ଜଣଙ୍କ। ଆଉ ତହସିଲ ରେ ପହଞ୍ଚି ଏମିତି କହିଲେ ଏହି ୮୫ ବର୍ଷିୟା ବୃଦ୍ଧା ଜଣଙ୍କ। ଯାହାକୁ ଶୁଣି ହତବାକ ହୋଇଗଲେ ତହସିଲଦାରଙ୍କ ସମେତ ତହସିଲ ଅଫିସ ର କର୍ମଚାରୀ ମାନେ।

ଆଉ ଶେଷରେ ଏମିତି କିଛି ହେଲା, ଯାହାକୁ ଆପଣ ଜାଣିବା ନିହାତି ଦରକାର ଅଟେ।କାରଣ ଏହାକୁ ଜାଣି ଏହି ପ୍ରଶଂସକ ଙ୍କ କାର୍ଯ୍ୟ କଲାପ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆମେ କହୁଛୁ ଉତ୍ତରପ୍ରଦେଶ ମେନପୁର ର ବିଟନ ଦେବୀ ଙ୍କ କଥା।୮୫ ବର୍ଷୀୟ ବୃଦ୍ଧାଙ୍କ ମୋଦୀଙ୍କ ପ୍ରତି ରହିଛି ଅଶେଷ ଭଲ ପାଇବା।

ଏହିମାସ ୨ ଅକ୍ଟୋବର ଦିନ ସକାଳେ ଘଟିଥିଲା ଏମିତି ଘଟଣା ଯାହାକୁ ଦେଖି ପ୍ରଶାସନ ର ମୁଣ୍ଡ ନଇଁ ଯାଇଛି। ଅଫିସ୍ ଖୋଲୁ ଖୋଲୁ ତହସିଲ ଅଫିସ ପହଞ୍ଚି ଯାଇଥିଲେ ବିଟନ ଦେବୀ।ଆଉ ଓକିଲଙ୍କ ତହସିଲଦାର ଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ସେ ରେଜିଷ୍ଟ୍ରି କରିବେ ତାଙ୍କର ସମସ୍ତ ଜମି ବାଡ଼ି ।

ଏହାକୁ ଶୁଣିବା ପରେ ଚମକି ପଡ଼ିଥିଲେ ମେନପୂର ତହସିଲ୍ ର ତହସିଲଦାର ଙ୍କ ସମେତ ସେଠାକାର ସମସ୍ତ କର୍ମଚାରୀ। ଏକଥା ପ୍ରଚାର ହେବା ପରେ ତହସିଲ ର ସମ୍ମୁଖ ଲୋକାରଣ୍ୟ ହୋଇ ଉଠି ଥିଲା।ଏହି ବୃଦ୍ଧା ଙ୍କ ଏହିଭଳି ଜିଦ୍ ଦେଖି ତହସିଲ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ତାଙ୍କୁ ବୁଝାଇବାକୁ ଲାଗି ପଡ଼ିଥିଲେ।

ତେବେ ବହୁତ୍ ବୁଝାସୁଝା ପରେ ଘରକୁ ଫେରିଛନ୍ତି ବିଟନ ଦେବୀ ଆଉ କହିଛନ୍ତି ଯେ ଦୁଇ ଦିନ ପରେ ସେ ପୁଣି ଆସିବେ ଓ ଆସି ମୋଦି ଙ୍କ ନାମରେ ତାଙ୍କର ସବୁ ଜମିବାଡ଼ି କୁ ସେ ରେଜିଷ୍ଟ୍ରି କରିଦେବେ।ଉତ୍ତରପ୍ରଦେଶ ର ମେନପୁର ର ଚିନ୍ଦାନ୍ ଗ୍ରାମରେ ରୁହନ୍ତୁ ଏହି ୮୫ ବର୍ଷୀୟ ବିଟନ ଦେବୀ। ତାଙ୍କ ସ୍ଵାମୀ ଦୁନିଆରେ ନଥିବା ବେଳେ ତାଙ୍କର ପୁଅ ବୋହୁ ତାଙ୍କ କଥା ବୁଝୁ ନଥିବାରୁ ସେ ସରକାରଙ୍କ ଭତ୍ତା ଟଙ୍କାରେ ଚଲିଛନ୍ତି।

ତେଣୁ ସେ ତାଙ୍କର ୩୦ ହଜାର ସ୍କେୟାର ଫୁଟ ର ସମ୍ପତ୍ତି କୁ ସେ ମୋଦୀ ଙ୍କ ନାମରେ କରିଦେବାକୁ ଜିଦ୍ ଧରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।