ପୁଣି ” ପରୀ ” ‘ମାମଲା ରେ ନୂଆ ଖୁଲାସା । ପରୀ ବାପା କଲେ ବଡ ଅଭିଯୋଗ, କେଶ ର ରଫାଦଫା ପାଇଁ ପୋଲିସ ଯାଚୁଛି ୫ ଲକ୍ଷ’…..

ଦିନେ ସୁନ୍ଦର କଣ୍ଠରେ ଗୀତ ବୋଲୁ ଥିବା ସୁନା ଝିଅ ପରୀ ଆଜି କିଛି ଦୁଷ୍ଟ ପ୍ରଵୃତ୍ତ ଲୋକଙ୍କ ହାତ ରେ ପଡି ସେ ଆଉ ଦୁନିଆ ରେ ନାହାନ୍ତି । କିନ୍ତୁ ସାରା ଓଡିଶା ପରୀର ନ୍ୟାୟ ଅପେକ୍ଷାରେ ରହିଥିବାବେଳେ ,ଏହି ସମୟରେ ପରୀ ର ବାପା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରୀ ହତ୍ୟା ଘଟଣାକୁ ଘଣ୍ଟ ଘୋଡେଇବା ପାଇଁ ଷଡଯନ୍ତ୍ର କରାଯାଉଛି ଏବଂ ପାଞ୍ଚ ଲକ୍ଷ ଟଙ୍କାର ଲୋଭ ଦେଖାଇ ପରୀ ମାମଲା କୁ ଅନ୍ୟ ନାଁ ରେ ଅଭିଯୋଗ କରେଇବା ପାଇଁ ପ୍ରବତ୍ତାଉଛନ୍ତି ପୋଲିସ ବାବୁ।

ଆହୁରି ମଧ୍ୟ ପରୀର ବାପା ଅଭିଯୋଗ ଆଣିଛନ୍ତି ଯେ,ପରୀର ଏକ ପ୍ରତିମୂର୍ତ୍ତି ଏବଂ ତା ନାଁରେ ପୁରସ୍କାର ରାଶି ରଖିବା ପାଇଁ ଲୋଭ ଦେଖାଉଛନ୍ତି ପୋଲିସ । ଏନେଇ ପୋଲିସ ବାବୁଙ୍କର କିଛି ପ୍ରତିକ୍ରିୟା ନ ମିଳିଥିବାରୁ ବିଜେପି କର୍ମୀମାନେ ପ୍ରେସମିଟ ମାଧ୍ୟମରେ ନିଜର ଦାବି ରଖିଛନ୍ତି ଯେ ଏହା ଏକ ପୂର୍ବ ନିର୍ଧାରିତ ହତ୍ୟା ଏବଂ ଅଙ୍ଗ ତସ୍କରୀ ମଧ୍ୟ କରା ଯାଇଛି ।

ଏହି ଘଟଣା ପଛରେ ଏକ ବଡ ରାକେଟ କାମ କରୁଛି। ଏଥିରେ ବାବୁଲି ନାୟକ ର ହାତ ରହିଥିବା ବେଳେ ତାକୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ଅରୁଣ ସାହୁ ଏହାକୁ ଦଳ ଅଭିଯୋଗ ଆଣିଛି ତେଣୁ ଏହି ଘଟଣାର ସତ୍ୟାସତ୍ୟ ପାଇଁ ଏସଆଇଟି ନୁହେଁ ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ଦାବି କରିଛନ୍ତି।ସେପଟେ କଂଗ୍ରେସ କର୍ମୀମାନେ ପରୀ କୁ ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ନିଜର ମନ୍ତବ୍ୟ ରଖିଛନ୍ତି ।

ବିଜେପି ର ଅଭିଯୋଗ ନେଇ ଏପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁ ଏବଂ ବିଜେଡିର କୌଣସି କର୍ମୀ ର ପ୍ରତିକ୍ରିୟା ମିଳିପାରିନାହିଁ।  ସେହିସମୟରେ ବିଧାନସଭା ଚାଲୁଥିଲା ବୋଲି ଗୃହରେ ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ଚର୍ଚ୍ଚା ଥମି ଯାଇଛି ଯିଏ ଯାହା ବାଟ ରେ। ଏବେ କେବଳ ନୟାଗ ରେ ଏସଆଇଟି ଟିମ ପୋଲିସ ଠାରୁ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରଖିଛି।ଏପଟେ ମନ୍ତ୍ରୀ ଅରୁଣ ସାହୁଙ୍କର ଅଡିଓ ବାର୍ତା ଇଣ୍ଟରନେଟ ରେ ଦୁର୍ତ୍ତ ଗତି ରେ ଭାଇରଲ ହେବାରେ ଲାଗିଛି।

ଏହି ଭାଇରଲ ଅଡିଓ ରୁ ଜଣା ପଡିଛି ଯେ ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତ ବାବୁଲି ନାୟକଙ୍କୁ ଆଇନ କବଳରୁ ବଞ୍ଚେଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ନା କୌଣସି ଉଚ୍ଚପଦାଧିକାରୀଙ୍କର ସମ୍ପୃକ୍ତି କୁ ଲୁକକୟିତ କରିବାକ ଚାହୁଁଛନ୍ତି। ବାବୁଲି ନାୟକ ଆଉ ଅରୁଣ ସାହୁ ମଧ୍ୟରେ ସମ୍ପର୍କ କଣ ରହିଛି । ଏତେ ଦିନ ପର୍ଯ୍ୟନ୍ତ ପରୀ ଘଟଣାଟି ସିବିଆଇ ତଦନ୍ତଭୁକ୍ତ ହେଉନାହିଁ କଣ ପାଇଁ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଅଭିଯୁକ୍ତ ବାବୁଲି ନାୟକଙ୍କୁ ଏସଆଇଟି ଟିମ ଧରି ପଚରାଉଚରା କରୁଥିବାର ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।