କିଏ ସେ ବିଜେଡ଼ି ର ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଯାହାଙ୍କ କଥା କହିଲେ ବିଜେଡ଼ି ରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ……

ବିଜେଡ଼ି ରୁ ବହିଷ୍କୃତ ହେବା ପରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ଗୋପାଳପୁର ବିଧାୟକ ବିଜେଡ଼ି ଅର୍ଥାତ୍ ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ସହ ଲାଗି ରହିଥିବା ଦ୍ଵନ୍ଦ ଏବଂ ଗୋଷ୍ଠୀ କନ୍ଦଳ ସହ ଅନେକ ଭିତିରି କଥା ବି ସର୍ବ ସମ୍ମୁଖରେ କହିଛନ୍ତି। ଅବଶ୍ୟ ବିଜେଡ଼ି ରୁ ବହିଷ୍କୃତ ହେବା ପରେ ଏହା ତାଙ୍କର ବ୍ୟକ୍ତିଗତ, ମନ ଗଢା ମନ୍ତବ୍ୟ ହୋଇ ଥାଇ ପାରେ। କିନ୍ତୁ ତାଙ୍କର କିଛି ମନ୍ତବ୍ୟ ବେଶ୍ ଗୁରୁତ୍ୱ ରଖୁଛି ରାଜ୍ୟ ରାଜନୀତି ରେ। ଯାହା ରାଜନୈତିକ ମହଲରେ ବେଶ୍ ସରଗରମ ହେବାରେ ଲାଗିଛି ଏବଂ ଚର୍ଚ୍ଚାର ପ୍ରମୁଖ କାରଣ ମଧ୍ୟ ପାଲଟିଛି।

ରାଜନୀତି ରେ ପ୍ରଦୀପ ପାଣିଗ୍ରାହୀ ଜଣେ ଅଭିଜ୍ଞତା ଥିବା ଲୋକ। ରାଜ୍ୟ ରାଜନୀତି ରେ ସେ ବେଶ୍ ପୁରୁଣା ଏବଂ ପୁରୁଖା ନେତା ଅଟନ୍ତି।ସେ ତାଙ୍କର ,୨୦ ବର୍ଷର ଅଭିଜ୍ଞତା ରୁ ସେ ଯାହା ବି ସବୁ ଜାଣିଛନ୍ତି ।

ନବୀନ ପଟ୍ଟନାୟକ ଙ୍କ ପାଖ ଲୋକ ଭାବରେ ତାଙ୍କର ଯେତିକି ଜ୍ଞାନ ରହିଚି ତାହା କେବେବି ଏକ ଭୁଲ୍ ବିବୃତ୍ତି ଦେଇ ନପାରେ ବୋଲି ଅନେକ ଚର୍ଚ୍ଚା କରୁଛନ୍ତି।ପ୍ରଦୀପ ଯେଉଁ କହିଛନ୍ତି କି ଦଳରେ ଆଉ ପୁରୁଖା ନେତା କେହି ନାହାନ୍ତି ଯେଉଁ ମାନଙ୍କର ବିଜେଡି ଗଠନ ରେ ପ୍ରମୁଖ ଭୂମିକା ରହିଥିଲା।ଆଉ ସେମାନେ ଜଣେ ନାରୀ ବା ମହିଳା ଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଯେଉଁ ତିଆରି କରିବାକୁ ଚାହୁଁଥିଲେ ସେମାନେ ପ୍ରାୟତଃ ଆଉ ନାହାଁନ୍ତି।

ତେବେ ପ୍ରଦୀପ ଙ୍କ ଅନୁସାରେ ଭବିଷ୍ୟତରେ ଓଡ଼ିଶାରେ ଜଣେ ମହିଳା ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ଯେଉଁ ଏଷ୍ଟାବ୍ଲିସ୍ ଲୋକମାନେ ବିଜୁ ଜନତା ଦଳରେ ଥିଲେ, ତାଙ୍କୁ ସବୁ ବିଦା କରା ଯାଇଛି।ତେବେ ଏହି କଥା ପରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ କିଏ ସେ ମହିଳା ଯାହାଙ୍କର କଥା ପ୍ରଦୀପ କହୁଛନ୍ତି।

ପ୍ରଦୀପ ପାଣିଗ୍ରାହୀ ଏହା ମଧ୍ୟ କହିଛନ୍ତି ଯେ ସେହି ମହିଳା ଜଣଙ୍କୁ ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ କୁଆଡେ ଜୋରଦାର ଉଦ୍ୟମ ମଧ୍ୟ କରାଯାଉଛି ଏବଂ ଯେଉଁ କାରଣ ପାଇଁ ବିଶେଷ କରି ରାଜ୍ୟ ରାଜନୀତି ରେ ମହିଳା ମାନଙ୍କୁ ଅଧିକ ସୁଯୋଗ ଦିଆ ଯାଉଛି।ଏବଂ ଏହା ସହିତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ମଧ୍ୟ କରାଯାଉଛି ବିଜୁ ଜନତା ଦଳ ତରଫରୁ।

ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ରେ ଚର୍ଚ୍ଚା ଜୋର୍ ଧରିଛି ଯେ କିଏ ସେ ମହିଳା ଯାହାଙ୍କୁ ବିଜେଡ଼ି ଦଳରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରସ୍ତୁତ କରୁଛି।ତେବେ ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ IFS ଅଧିକାରୀ ଅଭୟ ଓ ତାଙ୍କ ପୁଅ ଆକାଶ ପାଠକ ଙ୍କ ସହ ଲିଙ୍କ ମାମଲା ଏବଂ ଜନ ବିରୋଧି ମାମଲା ପାଇଁ ଗୋପାଳପୁର ବିଧାୟକ ଙ୍କୁ ଦଳରୁ ବହିସ୍କାର କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।