କାହିଁକି ପ୍ରଦୀପ ଙ୍କ ଘରକୁ ରାତି ଅଧରେ ଆସିଥିଲେ ବବି ଦାସ୍ ଏବଂ ଅଚ୍ୟୁତ ସାମନ୍ତ । ପ୍ରଦୀପ କହିଲେ ରାତି ର ଭିତିରି କଥା…ସେମାନେ ମୋତେ

ଦଳରୁ ବହିସ୍କାର ହେବା ପରେ ବିସ୍ଫୋରଣ କରିଛନ୍ତି ଏହି ବିଧାୟକ ଜଣଙ୍କ। ଏକ ପ୍ରକାର କ୍ଷୋଭ ପ୍ରକାଶ କରିଛନ୍ତି ଉପରେ ସେ ସରକାର ଙ୍କ ଉପରେ।ଏହାସହ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ।ନିକଟରେ ବିଜୁ ଜନତା ଦଳରୁ ବହିସ୍କୃତ ହୋଇଛନ୍ତି ଗୋପାଳପୁର ର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ତେବେ ଆପଣ ମାନେ ଜାଣିଛନ୍ତି IFS ଅଫିସର ଅଭୟ ପାଠକ ଭିଜିଲାନ୍ସ ହାତରେ ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଧରା ପଡ଼ିବା ପରେ ତାଙ୍କର ଜୀବନ ଏବେ ଜେଲ୍ ମଧ୍ୟରେ କାଟୁଛି।

ଏହି ସମୟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ତାଙ୍କ ସହିତ ଲିଙ୍କ୍ ଖବର ମଧ୍ୟ ବେଶ୍ ଚର୍ଚ୍ଚା ହେବାରେ ଲାଗିଥିଲା।ତେବେ ଏହା ଚର୍ଚ୍ଚା ହେବା ପରେ କୌଣସି ଦିଗକୁ ଯାଞ୍ଚ କରି ବିଜେଡ଼ି ର ସଭାପତି ତଥା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଏହି ବିଧାୟକ ଜଣଙ୍କୁ ପ୍ରଥମ ଥର ପାଇଁ ବିଜେଡ଼ି ଇତିହାସ ରେ ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦ ସହିତ ଦଳରୁ ସଂପୂର୍ଣ୍ଣ ରୂପେ ବହିଷ୍କାର କରା ଯାଇଚି।

ତେବେ ଏହାପରେ ସେ ଆଉ ଏକ ବଡ଼ ଖୁଲାସା କରିଛନ୍ତି। ଯାହା ତାଙ୍କ ସହିତ ଘଟିଥିଲା। ଆପଣ ଜାଣିଛନ୍ତି ଯେ ଏହି ନିକଟରେ ଡିସେମ୍ବର ୧୧ରେ ପ୍ରଦୀପଙ୍କ ର ଝିଅ ବାହାଘର ହେବାକୁ ସ୍ଥିର ସରିଥିଲା,IFS ଅଭୟକାନ୍ତ ପାଠକ ଙ୍କ ପୁଅ ଆକାଶ ପାଠକଙ୍କ ସହିତ। ଆକାଶ ଙ୍କ ନାମରେ ପୂର୍ବରୁ ଅଭିଯୋଗ ଆସିଥିଲେ ମଧ୍ୟ ଦୀର୍ଘ ୬ ମାସ ପରେ ନିଆଯାଇଛି ଏହାର କାର୍ଯ୍ୟାନୁଷ୍ଠାନ।

ଆଉ ଏହାପରେ ଦଳରୁ ବିତାଡିତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ।ଏହା ଚର୍ଚା ହେଉଛି ଏବଂ ଯାହା ଶୁଣିବାକୁ ମିଳୁଛି ଯେ ପ୍ରଦୀପ କୁଆଡେ ବିଜେପି ମୁଁହା ହେଉଥିଲେ ଏବଂ ତୃତୀୟ ମହଲା ସହିତ ତାଙ୍କର ସମ୍ପର୍କ ଭଲ ନଥିଲା। ଯାହା ପ୍ରଦୀପ ନିଜେ ବହିସ୍କୃତ ହେବାପରେ କହିଛନ୍ତି।ଏବଂ ଏହା ମଧ୍ୟ କହିଛନ୍ତି ଯେ, ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ଦିନେ ବିଜେଡିର ଜେନେରାଲ ସେକ୍ରେଟେରୀ ବିଶ୍ୱରଞ୍ଜନ ମହାନ୍ତି ମତେ କହିଥିଲେ ବିଜେଡି ସରକାର ଭାଙ୍ଗିଯିବ ଆଉ ଏହାପରେ ମୁଁ ନବୀନ ସାର ଙ୍କୁ ଏ ବିଷୟରେ ଜଣାଇଥିଲି।

ଆଉ ତାପରେ ନବୀନ ସାର ବିଶ୍ୱରଞ୍ଜନ ମହାନ୍ତିଙ୍କ ସହିତ କଥା ହେବାପରେ ରାତିରେ ମୋ ଘରକୁ ବବି ଦାସ ଓ ଅଚ୍ୟୁତ ସାମନ୍ତ ଆସିଥିଲେ।ଏହାପରେ ସେମାନେ ମତେ ଏ ବିଷୟରେ ପଚାରିଥିଲେ କି କାହିଁକି ଏଭଳି ମିଛ ଅଭିଯୋଗ ଆଣିଛ ତୁମେ ? ଏପରିକି ମତେ ସେଦିନ ସେମାନେ ଏହା ମଧ୍ୟ କହିଥିଲେ ଯେ,୧୧ ଡିସେମ୍ବରରେ ତୁମ ଝିଅର ବାହାଘର ଅଛି ତ? ହଉ ଲେଟ ଅସ ସି। ଅର୍ଥାତ୍ ଦେଖାଯାଉ କଣ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।