ଏହି ଗରିବ ମାଉସୀ ଙ୍କ ଘରକୁ ହଠାତ ଆସିଲେ କଲେକ୍ଟର ସାର୍, ମାଉସୀ ଙ୍କ ହାତ ରନ୍ଧା ଖାଦ୍ୟ ଖାଇଲେ ଏବଂ ଯିବା ସମୟରେ ଯାହା ଦେଇଗଲେ ଜାଣି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ ! ବାଃ ବାଃ ସାର୍…

ଈଶ୍ୱର ସମସ୍ତଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି। କେତେବେଳେ କାହା ଭାଗ୍ୟରେ କଣ ଘଟିବ ସେ ହିଁ ଜାଣିଛନ୍ତି।ତେବେ ଯେତେବେଳେ ଜଣଙ୍କ ସ୍ବପ୍ନ ସଦୃଶ ଇଚ୍ଛା ପୂରଣ ହୋଇଯାଏ, ସେତେବେଳେ ମଣିଷ ଖୁସିରେ ବିଭୋର ହୋଇଯାଏ। ଯାହା ନିକଟରେ ଘଟିଛି ଜଣେ ୮୦ ବର୍ଷ ବୟସ୍କା ମାଙ୍କ ସହିତ। ଯେଉଁ ମାଆ ଏକ ଛୋଟ ଘରେ ଏକାକୀ, ଅନେକ ଦିନ ଭୋକିଲା ଏବଂ ଅସୁସ୍ଥ ଅବସ୍ଥାରେ ପଡ଼ି ରହିଥିଲେ।ତାଙ୍କର ଅବସ୍ଥା ଏପରି ଥିଲା ଯେ ତାଙ୍କର ଖାଇବା ପିଇବା, ଉଠିବା ଏବଂ ବସିବା ସବୁ କଷ୍ଟକର ଥିଲା ତାଙ୍କ ପାଇଁ।

ଆଉ ଏହି ପରିସ୍ଥିତିରେ ଜଣେ ବୃଦ୍ଧା ଆରପାରିକୁ ଚାଲିଯିବା ପାଇଁ ଇଚ୍ଛା କରିଥାଏ।ଯାହା ଏହି ବୃଦ୍ଧା ମହିଳା ଜଣଙ୍କ ମଧ୍ୟ ଭାବି ନେଇଥିଲେ।ତେବେ ଗଭୀର ଦାରିଦ୍ରତା କାରଣରୁ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡିଲା ସତ କିନ୍ତୁ ଭଗବାନ ତାଙ୍କ କଥା ଶୁଣିଲେ ଏବଂ ତାଙ୍କ ମୁଖରେ ଖୁସି ଫୁତାଇଲେ।ତେବେ ଏହି ଭଳି ଏକ ଘଟଣା ଘଟିଛି ତାମିଲନାଡୁର କରୁର ଜିଲ୍ଲାର ଚିନ୍ନାମାଲନିକେନ୍ ଷ୍ଟ୍ରିପ୍‌ର ଏକ ଅଞ୍ଚଳରେ। ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ।

ଜଣେ ଆଇଏଏସ୍ ଅଧିକାରୀ ତାଙ୍କ ପତ୍ନୀଙ୍କୁ ରୋଷେଇ କରିବାକୁ କହିଲେ ଓ ପରେ ସେ ଏକ ଟିଫିନ୍‌ରେ ରୋଷେଇ ସାମଗ୍ରୀ କୁ ଧରି ବାହାରି ଚିନ୍ନାମାଲନିକେନ୍ ଷ୍ଟ୍ରିପ୍‌ରେ ଥିବା ବୃଦ୍ଧ ମା’ଙ୍କ କୁଟୀରରେ ଯାଇ ପହଞ୍ଚିଥିଲେ।ସେଠାରେ ଯାଇ ଅତିଥିଙ୍କ ଭଳି ସେ କୁଟୀର ସାମ୍ନା ରେ ଛିଡ଼ା ହେଲେ।
ତେବେ ଆଖପାଖର ଥିବା ଲୋକମାନେ ଏହି ବୃଦ୍ଧ ମାଆଙ୍କ ସହିତ ଆଖି ମଧ୍ୟ ମିଳାଇ ଦେଖନ୍ତି ନାହିଁ।

ଆଉ ଏହି ସମୟରେ ତାଙ୍କ ସାମ୍ନାରେ ଥିଲେ ଜିଲ୍ଲାର ସବୁଠାରୁ ପ୍ରଭାବଶାଳୀ ଅଧିକାରୀ। ଯିଏକି ପୁଣି ଜଣେ ଅତିଥି ଭାବରେ। ଏହାକୁ ଦେଖି ସେ କିଛି ବୁଝିପାରନ୍ତି ନାହିଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି।ପରେ ତାଙ୍କୁ ଡିଏମ୍ କୁହନ୍ତି ଯେ ମୁଁ ତୁମ ପାଇଁ ଘରୁ ଖାଦ୍ୟ ନେଇ ଆସିଛି।ଚାଲନ୍ତୁ ମିଶିକି ଖାଇବା।ଏହାପରେ ବୃଦ୍ଧା ଜଣଙ୍କ ଡିଏମ୍ ମହାଶୟ ଙ୍କ ସହିତ ଗୋଟିଏ କଦଳୀ ପତ୍ରରେ ଖାଇଲେ ଓ ବହୁତ୍ ଖୁସି ମଧ୍ୟ ହେଲେ।

ତେବେ ଏହି ବୃଦ୍ଧା ଜଣଙ୍କ ଏତେ ଅଭାବରେ ରହୁଥିଲେ ଯେ ତାଙ୍କ ଘରେ ଭଲ ବାସନ ମଧ୍ୟ ନାହିଁ, ତେଣୁ ସେ କେବଳ କଦଳୀ ପତ୍ରରେ ଖାଇଥାଆନ୍ତି ବୋଲି କହିଥିଲେ। ଏହାପରେ ଡିଏମ୍ କହିଲେ ଏହା ବହୁତ ଭଲ ଏବଂ ଆଜି ମୁଁ ମଧ୍ୟ କଦଳୀ ପତ୍ରରେ ତୁମ ସହ ଖାଇବି।ଏହାପରେ ବୃଦ୍ଧାଙ୍କ ସହିତ ଖାଇ ସାରିବା ପରେ ଯିବା ସମୟରେ ଡିଏମ୍ ସାର୍ ବୃଦ୍ଧାଙ୍କୁ ପେନସନ୍ କାଗଜପତ୍ର ଦେଇ ଗଲେ ଏବଂ କହିଲେ ଯେ ଆପଣଙ୍କୁ ବ୍ୟାଙ୍କକୁ ଆଉ ଯିବାକୁ ପଡ଼ିବ ନାହିଁ।

ଏବେ ଆପଣ ଘରେ ରହି ପେନ୍ସନ୍ ପାଇବେ। ଏହାପରେ କାରରେ ଚାଲିଗଲେ ସାର୍ କିନ୍ତୁ ରହିଗଲା ମାଆ ଆଖିରେ ଲୁହ। ଯାହା ଆଖ ପାଖର ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।