Breking News – ପୃଥିବୀକୁ ବିପଦ ! ଏବେ ଏବେ ଆସିଲା ବଡ ଖବର । ଆଷ୍ଟ୍ରଏଡ୍ ଓ ପାଣିପାଗ ସମ୍ପର୍କିତ ସୂଚନା ମିଳିବା ହେବ କଷ୍ଟକର, ଚିନ୍ତାରେ ସମସ୍ତ ବୈଜ୍ଞାନିକ….

ସାମ୍ନାକୁ ଆସିଲା ସମସ୍ତଙ୍କୁ ଚକିତ କରିବା ଭଳି ଖବର। ଯେଉଁଭଳି ଘଟଣା ଘଟିଛି ସେ ବିଷୟରେ ଆପଣ ଜାଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ଏବେ ମହାକାଶରୁ ପୃଥିବୀକୁ ଆସୁଥିବା ବିପଦର ସୂଚନା ଦେଉଥିବା ବିଶ୍ବର ସବୁଠାରୁ ବଡ ଆଣ୍ଟିନା ଭାଙ୍ଗି ଯାଇଛି ଯାହା ଏକ ଲୁହା କେବୁଲ ଦ୍ବାରା ଯୋଡା ଯାଇଥିଲା ତାହା ଏବେ ଭାଙ୍ଗି ଯାଇଛି।ଯେଉଁ କାରଣରୁ ଏକ ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଛି।ଆଉ ଏଥିପାଇଁ ଏବେ ଚିନ୍ତାରେ ସମସ୍ତ ବୈଜ୍ଞାନିକ।

ତେବେ ଏହି ଆଣ୍ଟିନା ଭାଙ୍ଗି ଯାଇ ଥିବାରୁ ଏବେ ଏହାର ମରାମତି କାମ ପୁଣି ଆରମ୍ଭ ହେବ।ତେବେ ଏହି ଆଣ୍ଟିନା ବିଷୟରେ କିଛି କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଜାଣନ୍ତୁ ସେ ବିଷୟରେ।

ଆପଣ ଜାଣି ରଖନ୍ତୁ କି ଆଷ୍ଟ୍ରୋଏଡସ୍, ପାଣିପାଗ ସମ୍ପର୍କିତ ସୂଚନା ଏବଂ ଆଖପାଖ ଦେଶରେ ଆସୁଥିବା ପାକୃତିକ ବିପଦ ଏବଂ ବିପର୍ଯ୍ୟୟ ସମ୍ପର୍କରେ ସଠିକ ସୂଚନା ପ୍ରଦାନ ଏହି ଆଣ୍ଟିନାର ମହାକାଶର ଗଭୀରତାରୁ ଆସୁଥିବା କାରଣରୁ ସମ୍ଭବ ହୋଇଥାଏ।ତେବେ ଏହି ସବୁ ବିପଦ ସମ୍ପର୍କରେ ଏବେ ଆଉ ଜାଣିବା ସମ୍ଭବ ହେବ ନାହିଁ।

କାରଣ ଏବେ ଏହା ଭାଙ୍ଗି ଯାଇଛି।ଏହା ସାରା ବିଶ୍ଵର ବୈଜ୍ଞାନିକ ମାନଙ୍କୁ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଥାଏ। ଯାହା ଏବେ ଆଉ ସମ୍ଭବ ପର ହେବନାହିଁ।ଏହି ଏଣ୍ଟିନା ର ଅନେକ ବିଶେଷତ୍ଵ ମଧ୍ୟ ରହିଛି।ତେବେ ଏହି ଆଣ୍ଟିନା ଉପରେ ଜେମ୍ସ ବଣ୍ଡ ସିରିଜର ମ୍ୟୁଭି ବା ସିନେମା ‘ଗୋଲ୍ଡେନ୍ ଆଇ’ର ସୁଟିଂ ମଧ୍ୟ ହୋଇଥିଲା।

ତେବେ ଯାହା ଏହାର ଗଠନ ରହିଛି,ଏହି ଆଣ୍ଟିନା ଆର୍ସିବୋ ଅବର୍ଜରଭେଟରୀରେ (Arecibo Observatory)  ଲାଗିଛି।ଆଉ ଏହି ଆଣ୍ଟିନା ଆମେରିକାର ପ୍ୟୁଟୋ ରିକୋ ସହରରେ ହିଁ ରହିଛି। ତେବେ ଯଦି ଏହାର ସଞ୍ଚାଳନ କଥା କହିବା ତେବେ ଏହାର ସଞ୍ଚାଳନ ଏନା ଜି ମେଡେଜ୍ ୟୁନିଭର୍ସିଟି, ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ୍ ଓ ୟୁନିଭର୍ସିଟି ଅଫ୍ ଫ୍ଲୋରିଡା ମିଶି ଏହାକୁ ତିଆରି କରିଛନ୍ତି।ଏହି ଅବଜରଭେଟରୀରେ ଏକ ୧୦୦୭ ଫୁଟ୍ ଓ ୩ ଇଞ୍ଚ ବ୍ୟାସର ବଡ ଗୋଲାକାର ଆଣ୍ଟିନା ରହିଛି, ଯାହାକି ମହାକାଶରେ ହେଉଥିବା ଗତିବିଧିର ସୂଚନା ଦେଥାଏ।

ଏହି ଆଣ୍ଟିନା ଟି ସିଗନାଲ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ, ଯାହାକୁ ଆର୍ସିବୋ ରାଡାର ବୋଲି କୁହାଯାଏ। ତେବେ ପାଖାପାଖି ୩ ବର୍ଷ ଲାଗିଯାଏ ଏହି ଅବଜରଭେଟରି ତିଆରି ହେବାପାଇଁ।କାରଣ ଏହାର ନିର୍ମାଣ ୧୯୬୦ରେ ହୋଇ ୧୯୬୩ରେ ଶେ​‌ଷ ହୋଇଥିଲା।ତେବେ ଏହି ଆଣ୍ଟିନା ଭିତରେ ଥିବା ଏକ ରିଫ୍ଲେକ୍ଟର ବ୍ରିଜ ଜରିଆରେ ଲଟକି ହୋଇ ରହିଛି।ସେଠାରେ ଏଭଳି ଦୁଇଟି ରିଫ୍ଲେକ୍ଟର୍ସ ସେଠାରେ ରହିଛି। ପ୍ରଥମ ୩୬୫ ଫୁଟ ଉଚ୍ଚତାରେ ଓ ଅନ୍ୟଟି ୨୬୫ ଫୁଟ ଉଚ୍ଚତାରେ ରହିଛି।

୨୦ ଏକର କ୍ଷେତ୍ରଫଳରେ ଏହା ବ୍ୟାପି ରହିଥିବା ବେଳେ ଏହାର ଗଭୀରତା ୧୬୭ ଫୁଟ ରହିଛି। ଏବେ ଭାଙ୍ଗିଯାଇ ଥିବା ଅବଜରଭେଟରି ଉପରେ ୫.୪୪ ଲକ୍ଷ କିଲୋଗ୍ରାମ ଓଜନ ଥିଲା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।