ସରକାର ଙ୍କର ବଡ ଘୋଷଣା । କରୋନା ସହାୟତା ଭାବେ ଦେହଜୀବୀ ଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଏବଂ ରାସନ ଦିଆଯିବ….

ମହାମାରୀ କରୋନା ସଂକ୍ରମଣ କାରଣରୁ ଦୀର୍ଘଦିନ ଲକ୍ ଡାଉନ୍ ଜାରି ରହିବା ଫଳରେ ଲୋକେ ଜୀବନ ଜୀବିକା ହରାଇ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛନ୍ତି। ସବୁଆଡେ ଏକ ପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି କହିଲେ ଚଳେ। ଚଳିବା ପାଇଁ ନିଜର ଜୀବନ କୁ ଅତିବାହିତ କରିବା ପାଇଁ ସେମାନେ ବାସ୍ତବିକ ଭାବେ ବହୁତ କଷ୍ଟ ପାଉଛନ୍ତି ଏବଂ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ସେମାନଙ୍କୁ ହେବାକୁ ପଡୁଛି।

ଏକ ପ୍ରକାର ଅର୍ଥନୈତିକ ଦୂରାବସ୍ଥା ଭିତରେ ଗତି କରୁଛି ଦେଶ ଏବଂ ଅଧିକାଂଶ ଜନ ସାଧାରଣ, ଗରିବ, ମୁଲିଆ, ଖଟିଖିଆ ଙ୍କ ଅବସ୍ଥା କହିଲେ ନସରେ।ଏହିଭଳି ଭାବରେ ଦେଶରେ ଏକ ସଙ୍କଟ ଦେଖା ଦେଇଥିବା ବେଳେ ଏଥିରେ ଦେହଜୀବୀ ମାନେ ସବୁଠୁ ଅଧିକ ମାତ୍ରାରେ ପ୍ରଭାବିତ ହେଇଛନ୍ତି।

ସଂକ୍ରମଣ କୁ ଏଡ଼ାଇବା ପାଇଁ ଶାରୀରିକ ଦୂରତା ବଜାୟ ରଖିବା ନିହାତି ଆବଶ୍ୟକ ହୋଇଥିବା ବେଳେ ଦେହଜୀବୀ ମାନେ ଶାରିରୀକ ଦୂରତା ବଜାୟ ରଖି ଅର୍ଥନୈତିକ ଦୂରତା କୁ ବି ବଜାୟ ରଖିଛନ୍ତି। ଏବଂ ଗ୍ରାହକ ମାନଙ୍କ ଠାରୁ ଦୂରେଇ ରହିବା ଫଳରେ ସେମାନଙ୍କ ପରିବାର ପ୍ରଭାବିତ ହେବା ସହିତ ଜୀବନ ଜୀବିକା ଚଳାଇବା କଷ୍ଟକର ହୋଇ ପଡିଛି। ଏଥିପାଇଁ ମୁମ୍ବାଇ ରେ ସରକାର ସମସ୍ତଙ୍କ ଭଳି ଏହି ଦେହଜୀବୀ ମାନଙ୍କ ଅବସ୍ଥା କୁ ଗୁରୁତ୍ଵ ଦେଇ ସେମାନଙ୍କ ପାଇଁ ସହାୟତା ର ହାତ ବଢାଇଛନ୍ତି।

ମହାରାଷ୍ଟ୍ର ସରକାର ଦେହଜୀବୀ ଙ୍କ ପାଇଁ ନିକଟରେ କରୋନା ସହାୟତା ଘୋଷଣା କରିଛନ୍ତି।ଏହି ଘୋଷଣାରେ କୁହା ଯାଇଛି ଯେ ପ୍ରତି ଦେହଜୀବୀ ଙ୍କୁ ମାସିକ ଆର୍ଥିକ ସହାୟତା ଭାବରେ ୫୦୦୦ ଟଙ୍କା ସହିତ ପାଞ୍ଚ କିଲୋଗ୍ରାମ ରାସନ ମଧ୍ୟ ଯୋଗାଇ ଦିଆଯିବ। କେବଳ ଏତିକି ନୁହଁ ଯେଉଁ ଦେହଜୀବୀ ମାନଙ୍କର ପିଲାମାନେ ପାଠ ପଢୁଥିବେ ସେମାନଙ୍କୁ ମଧ୍ୟ ସରକାରୀ ସହାୟତା ପୂର୍ବକ ମାସିକ ଅଢେଇ ହଜାର ଟଙ୍କା ସହାୟତା ପ୍ରଦାନ କରିବେ ସରକାର।

ସରକାର ଙ୍କ ଅନୁସାରେ ଯେ ପର୍ଯ୍ୟନ୍ତ କରୋନା ମହାମାରୀ ଲାଗି ରହିଛି ସେ ପର୍ଯ୍ୟନ୍ତ ଏହିଭଳି ସହାୟତା ସେମାନଙ୍କୁ ଦିଆଯିବ। ଯାହା ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହୋଇ ପାରିବ ଏହିଭଳି ଆର୍ଥିକ ସଙ୍କଟ ସମୟରେ।ତେବେ ଜାତୀୟ ଗଣମାଧ୍ୟମ ରେ ଏହାକୁ ନେଇ ଖବର ମଧ୍ୟ ପ୍ରସାରିତ ହୋଇଛି।

ଏହାଛଡା ଏହାକୁ ନେଇ ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର କହିଥିଲେ ଏବଂ ତାଙ୍କର ମତ ରଖିଥିଲେ କି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲେଙ୍ଗାନାର ପ୍ରାୟ ଏକ ଲକ୍ଷ ୨୦ ହଜାର ରୁ ଉର୍ଦ୍ଧ ଦେହଜୀବୀ ଙ୍କ ଭିତରୁ ୯୬% ମହାମାରୀରେ ରୋଜଗାର ହରାଇଛନ୍ତି। ସେମାନଙ୍କ ବର୍ତ୍ତମାନର ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ଅଟେ। ଯାହା ସେମାନଙ୍କ ଜୀବିକା ହରାଇଥିବା ସମୟରେ ସେମାନଙ୍କୁ ବଞ୍ଚିବାର ମାଧ୍ୟମ ହୋଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।