ପରିସ୍ରା ଜଳାପୋଡ଼ାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି ଭଲ ହେବ

ଆମର ଛୋଟ ଛୋଟ ଭୁଲ୍ କାର୍ଯ୍ୟ ଏବଂ ଅନିୟମିତତା କାରଣରୁ ଆମର ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯାହା ଅନେକ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ। ଶରୀରର ସମସ୍ତ ପ୍ରକ୍ରିୟା ଠିକ୍ ଭାବରେ ସମାପନ ନହେବା କାରଣରୁ ଅନେକ ସମୟରେ ଆମେ ଏଥିପାଇଁ ଅସୁସ୍ଥ ଅନୁଭବ କରିଥାଉ। ଆମକୁ ପୂର୍ବଭଳି ସ୍ୱାଭାବିକ ଲାଗି ନଥାଏ।

ପ୍ରତିଦିନ କେତେ ମାତ୍ରା ରେ ପାଣି ପିଇବା, କେମିତି ପିଇବା ଆଦି ଜିନିଷ କୁ ଆମକୁ ନଜର ରଖିବାକୁ ପଡ଼ିଥାଏ। ଏଥିରେ ବିଚ୍ୟୁତି ହେଲେ ସମସ୍ୟା ଆରମ୍ଭ ହୋଇଥାଏ। ଶରୀର ଡି ହାଇଡ୍ରେଟ ହୋଇଯାଏ ଏବଂ ବେଳେବେଳେ ପରିସ୍ରା ଜଳାପୋଡା ଆଦି କରିଥାଏ।

ତେବେ ପରିସ୍ରା ସହ ଜଡ଼ିତ ରୋଗ ଯଥା ପରିସ୍ରା ଠିକ୍ ଭାବରେ ନହେବା, ଜଳା ପୋଡ଼ା କରିବା, ଇନଫେକସନ୍ ବାରମ୍ବାର ହେବା ଆଦି ସମସ୍ୟା ସୃଷ୍ଟି ହୁଏ।ତେବେ ଶରୀରରେ ଜଳର ଅଭାବ ହେଲେ ବା ପେଟ ଗରମ ହେଲେ ମଧ୍ୟ ପରିସ୍ରା ହଳଦିଆ ଦେଖାଯାଏ।ତେବେ ଏହା ଜାଣିବା ଉଚିତ୍ ଯେ ଯଦି ଆପଣ ପରିସ୍ରା କରିବା ସମୟରେ ପେଟ କିମ୍ୱା ପରିସ୍ରା ନଳୀ ପୋଡ଼ା ଜଳା କରୁଛି ତେବେ ଏହା କିଡିନି ଉପରେ ଗୁରୁତର ପ୍ରଭାବ ପକାଇବାର ସମ୍ଭାବନା ରହିଛି।

ତେବେ ଏହି ସବୁ ଜିନିଷ ପ୍ରତି ଆମେ ସଚେତନ ରହିବା ନିହାତି ଦରକାର୍। କାରଣ ଏମିତି ସଚେତନ ନହେଲେ ପରବର୍ତ୍ତୀ ସମୟରେ କିଡିନି ପାଇଁଁ ଅନେକ ବଡ଼ ସମସ୍ୟା ଉପୁଜେ ପାରେ ଏବଂ ଆପଣ ବଡ଼ ରୋଗ ର ଶିକାର ହୋଇ ପାରନ୍ତି।ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା କୁ ଦୂର କରିବାର ଘରୋଇ ଉପାୟ କଣ ରହିଛି।

ପ୍ରସ୍ତୁତି ପ୍ରଣାଳୀ- ଏହାକୁ ପ୍ରସ୍ତୁତି କରିବା ପାଇଁ ଆପଣଙ୍କୁ ପ୍ରଥମେ କିଛି ଲବଙ୍ଗ ଏବଂ ଗୁଜୁରାତି ନେବାକୁ ହେବ।ଏହି ଲବଙ୍ଗ ଏବଂ ଗୁଜୁରାତି କୁ ପ୍ରତିଦିନ ସକାଳେ ଅଳ୍ପ ପାଣି ରେ ମିଶାଇ ପିଇବା ଦ୍ବାରା ପେଟ ଗରମ ହେବା ସମସ୍ୟା ଦୂର ହୋଇଥାଏ।ଏହା ସହ ଲବଙ୍ଗ ଏବଂ ଗୁଜୁରାତି ଖାଇବା ଦ୍ବାରା ଆପଣଙ୍କ ପେଟ ପୂରା ସଫା ହୋଇ ଯାଇଥାଏ।

ତେବେ ଯଦି ଆପଣ ଏଥିପାଇଁ କ୍ଷୀରର ବ୍ୟବହାର କରୁଛନ୍ତି ଅର୍ଥାତ୍ କ୍ଷୀରରେ ଲବଙ୍ଗ ମିଶି ପିଉଛନ୍ତି ତେବେ ଏହା ଆପଣଙ୍କ ପରିସ୍ରା ସମୟରେ ପୋଡ଼ା ଜଲା ଆଦି ସମସ୍ୟା କୁ ମଧ୍ୟ ସବୁଦିନ ପାଇଁ ଦୂର କରି ଦେଇଥାଏ।  ଯନ୍ତ୍ରଣା ମଧ୍ୟ ଆଉ ହୋଇ ନଥାଏ।

କେବଳ ପରିସ୍ରା ପୋଡାଜଳା ଜନିତ ସମସ୍ୟା ରୁ ମୁକ୍ତି ନୁହଁ ବରଂ ଗୁଜୁରାତି ଏବଂ ଲବଙ୍ଗ ଖାଇବାର ଅନେକ ପ୍ରଭାବକାରୀ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ିଥାଏ। ଯେମିତି କି ହଜମ ପ୍ରକ୍ରିୟା ଠିକ୍ ହେବା, ଏହାକୁ ଠିକ୍ ଭାବରେ ପରିଚାଳିତ କରିବା ସହିତ କିଡନୀ କୁ ସୁରକ୍ଷା ଦେବା ଏବଂ ସୁରକ୍ଷିତ ରଖିବା ଭଳି ଆଦି କାର୍ଯ୍ୟ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।