ଓଡ଼ିଆ ସୁପରଷ୍ଟାର ବୁଦ୍ଧାଦିତ୍ୟ ଙ୍କ ବିଷୟରେ କିଛି ଅଜଣା କଥା, ଜାଣିଲା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

ଓଡ଼ିଶାର କଟକର ଶେଖ ବଜାରଠାରେ ୧୯୭୮ ଜାନୁଆରୀ ୧୭ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ଲୋକପ୍ରିୟ ଅଭିନେତା ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି।ତେବେ ବର୍ତମାନ ତାଙ୍କୁ ୪୨ ବର୍ଷ ହୋଇଥିବା ବେଳେ ସେ ଏବେବି ସମସ୍ତଙ୍କ ପ୍ରିୟର ଅଭିନେତା ଭାବରେ ତାଙ୍କର ଅଭିନୟର ଯାଦୁ ଦେଖାଇବା ରେ ଲାଗିଛନ୍ତିI ତେବେ ଏହି କଳାକାର ଙ୍କ ଅଭିନୟ ଯେତିକି ଉଚ୍ଚ କୋଟୀର ସେହିପରି ତାଙ୍କ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ସେ ବହୁତ୍ ଆଦର୍ଷବାନ ଅଟନ୍ତି।

ତାଙ୍କର କଥା ଏବଂ ଅନ୍ୟମାନଙ୍କ ପ୍ରତି ବ୍ୟବହାର ଅତି ପ୍ରଶଂସନୀୟ ଅଟେ। ଆଜି ଆମେ ଏହି ଲୋକପ୍ରିୟ ଅଭିନେତାଙ୍କ ବିଷୟରେ କିଛି ଅଧିକ କଥା ଜାଣିବା।

ତେବେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି କଟକ ଜିଲ୍ଲାର ଷ୍ଟିଉଆର୍ଟରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ,ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ନିଜ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଏକ ଭଲ ଜ୍ଞାନ ଏବଂ ପାରଦର୍ଶିତା ରହିଛି।ତେବେ ଆପଣ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ, ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ ପୁଅ ହେଉଛନ୍ତି ବୁଦ୍ଧାଦିତ୍ୟ ଏବଂ ସେ ହେଉଛନ୍ତି ଲିଯେଣ୍ଡାରି ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ପୁତୁରା ମଧ୍ୟ।ମହେଶ୍ୱତା, ବୁଦ୍ଧାଦିତ୍ୟ ଙ୍କୁ ନିଜ ଜୀବନରୁ ବି ଅଧିକ ଭଲ ପାଆନ୍ତି।

ଉଭୟ ଙ୍କ ଅଭିନୟ ଅତି ଉଚ୍ଚ କୋଟିର ଅଟେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ସେ ଆଇ ଲଭ ମାଇଁ ଇଣ୍ଡିଆ ଚଳଚ୍ଚିତ୍ର ରୁ ନିଜର ଅଭିନୟ ଆରମ୍ଭ କରିଥିଲେ।ଏହାପରେ ବୁଦ୍ଧାଦିତ୍ୟ ଅନେକ ଫିଲ୍ମ୍ ରେ ସୁଯୋଗ ପାଇଥିଲେ ଏବଂ ତାଙ୍କର ଅଭିନୟ ର ଯାଦୁ ଦେଖାଇଥିଲେ ଓ ଓଡ଼ିଶାର ଅଗଣତି ଦର୍ଶକ ମାନଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ।

କେବଳ ଓଲିଉଡ ନୁହଁ ବରଂ ବଲିଉଡ୍ ରେ ମଧ୍ୟ ନିଜର ଅଭିନୟ ର କମାଲ ଦେଖାଇ ତାଙ୍କ କଳା ର ଛାପ ଛାଡି ଯାଇଛନ୍ତି ଏହି ସୁପରଷ୍ଟାର ଜଣଙ୍କ। ଏହାଛଡା ହିନ୍ଦୀ ଟିଭି ଜଗତରେ ସେ ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ହିନ୍ଦୀ ଜଗତରେ ନିଜର ଲୋକପ୍ରିୟତା ହାସଲ କରିବା ପରେ ମଧ୍ୟ ଓଡିଶା କୁ ଭୁଲି ନାହାନ୍ତି ବୁଦ୍ଧାଦିତ୍ୟ ମହାନ୍ତି।

ଯେଉଁ କାରଣ ପାଇଁ ସେ ଫେସବୁକ ରେ ଅନେକ ସମୟରେ ଓଡିଶା କୁ ନେଇ ତାଙ୍କର ମତ ଏବଂ ଏହାର ଅପଡେଟ ଦେଇଥାନ୍ତି। ଆପଣମାନେ ଜାଣିଥିବେ ପୂର୍ବରୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସାଧବ ବୋହୁ କାର୍ଯ୍ୟକ୍ରମ ଜରିଆରେ ସେ ଓଡ଼ିଶାର ଘରେ ଘରେ ମା ଭଉଣୀ ଙ୍କ ପାଖରେ ଅଧିକ ପରିଚିତ ହୋଇ ପାରିଥିଲେ।

ତାଙ୍କର ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ମନା କରନ୍ତି ଏହି ଅଭିନେତା। ଏବେଯାଏଁ କାହିଁକି ବିବାହ କରି ନାହାନ୍ତି ତାକୁ ନେଇ ତାଙ୍କ ପ୍ରଶଂସକ ମାନଙ୍କ ମନରେ ବଡ଼ ପ୍ରଶ୍ନ ରହିଥିବା ବେଳେ,ସେ କୁଆଡେ ତାଙ୍କର ପ୍ରେମିକା ଠାରୁ ଧୋକା ଖାଇବା ପରେ ବିବାହ ନକରିବାକୁ ମନସ୍ଥ କରିଥିବା କଥା ଚର୍ଚ୍ଚା ହେଉଛି। ଯାହାର କୌଣସି ସତ୍ୟତା ଆମ ପାଖରେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।