ସାବଧାନ! କୋବି ରୁ ବାହାରିଲା ବିଷଧର ସାପ ଛୁଆ, ମା” ଝିଅଙ୍କୁ ସିଧା ପଠାଇଦେଲା ହସ୍ପିଟାଲ । ଆଶ୍ଚର୍ଯ୍ୟ ଜନକ ଘଟଣା, କୋବି ଖାଉଥିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ଆପଣ ମାନେ ଜାଣିଥିବେ ଏବେ କରନା ମହାମାରୀ ସମୟରେ ଏହା କୁହା ଯାଉଛି କି ବାହାର ବଜାରରୁ ଆଣୁଥିବା ସମସ୍ତ ଜିନିଷ କୁ ଭଲ ଭାବରେ ଧୋଇ ବ୍ୟବହାର କରିବା ଦରକାର। କିନ୍ତୁ ଏହା ଏବେ କାହିଁକି ସବୁଦିନ ଯଦି ଆପଣ ଏମିତି କରିବେ ତେବେ ଅନେକ ରୋଗ ସୃଷ୍ଟି କାରୀ ଜୀବାଣୁ ମାନଙ୍କ ଠାରୁ ଆପଣ ଦୂରେଇ ନିଜକୁ ରଖି ପାରିବେ।

ବିଶେଷ କରି ଯେତେବେଳେ ଆପଣ ପରିବା କିଣୁଛନ୍ତି ସେତେବେଳେ ଆପଣ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ଏବଂ ଖୋଲା ଭାବରେ ବିକ୍ରି ହେଉଥିବା ଜିନିଷ ପ୍ରତି ମଧ୍ୟ ସଚେତନ ହେବା ବିଧେୟ।

କାରଣ ବାହାରେ ଖୋଲା ଭାବରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ରେ ଅନେକ ସୂକ୍ଷ୍ମ ଜୀବାଣୁ ସହିତ ବାହାରର ଧୂଳି କଣା ଆଦି ରହିଥାନ୍ତି।ଏହା ସହ ବିଶେଷ କରି ପରିବା ମାନଙ୍କରେ ଅନେକ ସମୟରେ ପୋକ ଲାଗି ଯାଇଥାନ୍ତି ଏବଂ ବାଡିରୁ ଏହା ତୋଳି ଅଣା ଯାଉଥିବାରୁ ଛୋଟ ଛୋଟ ମାରାତ୍ମକ ଜୀବ ମଧ୍ୟ ଏମାନଙ୍କ ଦେହରେ ଚାଲି ଆସନ୍ତି।

ତେଣୁ ଏ ସବୁକୁ ଭଲ ଭାବରେ ଦେଖି ସଫା କରି ଧୋଇ ରୋଷେଇ ପାଇଁ ନିଅନ୍ତୁ। ନହେଲେ ଏହିସବୁ ପୋକ, ଜୀବ ମାନେ ଆପଣଙ୍କର କ୍ଷତି ଘଟାଇ ପାରନ୍ତି।ତେବେ ଆଜିର ବ୍ୟସ୍ତବହୁଳ ଦୁନିଆରେ ମନୁଷ୍ୟ ପ୍ରତି ସମୟ ରେ ବ୍ୟସ୍ତ ରହୁଛି , କୌଣସି କାର୍ଯ୍ୟ ପ୍ରତି ଉଚିତ୍ ଧ୍ୟାନ ଦେବାକୁ ତା ପାଖରେ ସମୟ ରହୁ ନାହିଁ।

ତେବେ ମଣିଷ ବୁଝା ସୁଝା ହୋଇଥିଲେ ମଧ୍ୟ ବେଳେବେଳେ ଏମିତି କିଛି ସାଧାରଣ ଭୁଲ କରିଥାଏ ଯାହା ତାକୁ ପରେ ପଶ୍ଚତାପ କରିବାକୁ ପଡ଼ିଥାଏ ନିଜର ଅସାବଧାନତା ଜନିତ କାର୍ଯ୍ୟ କଲାପ ପାଇଁ।ତେବେ ସେହିଭଳି ଏକ ଘଟଣା ଘଟିଛି ଭୋପାଳ ର ଏକ ସହରରେ।ଏଠାରେ ଜଣେ ୩୨ ବର୍ଷୀୟ ମହିଳା ପରିବା କିଣି ବଜାରରୁ ଆଣିବା ପରେ ତାକୁ କାଟୁ ଥିବା ସମୟରେ ,ଏକ ଫୁଲକୋବି ଭିତରୁ ଏକ ଛୋଟ ବିଷଧର ସାପ ବାହାରି ତାଙ୍କୁ ଦଂଶନ କରିଥିଲା ।

ପରେ ନିକଟରେ ଥିବା ତାଙ୍କ ମାଆଙ୍କୁ ମଧ୍ୟ ଚୋଟ ମାରିଥିଲା।ଫଳରେ ଦୁଇଜଣ ଯାକ ଏଥିରେ ଆଘାତ ପାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ଘଟଣା ସଂପର୍କରେ ସ୍ଥାନୀୟ ପଡୋଶୀ ମାନେ ଜାଣିବା ପରେ ତାଙ୍କୁ ଶୀଘ୍ର ହସ୍ପିଟାଲ୍ କୁ ନେବାର ବ୍ୟବସ୍ଥା କରିଥିଲେ। ଧୀରେ ଧୀରେ ମାଆ ଝିଅ ର ଅବସ୍ଥା ବିଗିଡି ବାରେ ଲାଗିଥିଲା।ପରେ ଡାକ୍ତର ତାଙ୍କର ଚିକିତ୍ସା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ଆଣିଥିଲେ।ଏହାପରେ ସେମାନେ ପୂର୍ବ ଅପେକ୍ଷା ଭଲ ସ୍ଥିତି କୁ ଫେରିଥିଲେ।

ସେମାନଙ୍କ ର ସାମାନ୍ୟ ଅସାବଧାନତା ପାଇଁ ଆଜି ଏହିଭଳି ଏକ ଗୁରୁତର କାଣ୍ଡ ଘଟିଲା। ତେଣୁ ଆପଣ ଏଥିପ୍ରତି ଧ୍ୟାନ ଦେବା ସହ ନିଜକୁ ଏଥିପ୍ରତି ସବୁବେଳେ ସତର୍କ ରଖନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।