Breking News – ପୁଣି ବଲିଉଡକୁ ଲାଗିଲା ଆଉ ଏକ ବଡ ଝଟକା ! ଆମୀର ଖାନଙ୍କ ଭଣଜା ଇମ୍ରାନ ଖାନ କରିଦେଲେ ଏମିତି ….ସମସ୍ତ କଳାକାର ଆଶ୍ଚର୍ଯ୍ୟ…

ଆପଣ ମାନେ ନିଶ୍ଚିତ ଭାବେ ବଲିଉଡ୍ ଅଭିନେତା ଅମିର୍ ଖାନ୍ ଙ୍କ ଭଣଜା ଇମ୍ରାନ ଖାନ୍ ଙ୍କୁ ଭଲ ଭାବରେ ଜାଣିଥିବେ । ଇମ୍ରାନ ଖାନ୍ ଅମୀର ଖାନ ଙ୍କ ଭଣଜା ହିସାବରେ ବଲିଉଡ୍ କୁ ପ୍ରବେଶ କରିଥିଲେ ଓ ଏହା ପରେ ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରି ଥିଲେ ବଲିଉଡ୍ ରେ । ଦୀର୍ଘ 12 ବର୍ଷ ହେଲା ସେ ବଲିଉଡ୍ ଅଭିନୟ ସହିତ ଜଡିତ ହୋଇ ଅଛନ୍ତି। ନିକଟ ରେ ସେ ଡେଲି ବେଲି ପରି ଏକ ସଫଳ ଚଳଚ୍ଚିତ୍ର ରେ କାମ କରି ଆହୁରି ଲୋକପ୍ରିୟ ହୋଇ ଯାଇଥିଲେ ।

ତାଙ୍କର ହଜାର ହଜାର ସଂଖ୍ୟାର ଫ୍ୟାନ ମଧ୍ୟ ଅଛନ୍ତି । କିନ୍ତୁ ସେ ବର୍ତ୍ତମାନ ଏକ ଏମିତି ନିଷ୍ପତି ନେଇଛନ୍ତି ଯେଉଁ ନିଷ୍ପତି ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଦୀର୍ଘ 12 ବର୍ଷ ଧରି ଅଭିନୟ ସହିତ ଜଡିତ ଥିବା ଏହି ଅଭିନେତା ବର୍ତ୍ତମାନ ଅଭିନୟ ଛାଡିବାର ନିଷ୍ପତି ନେଇଛନ୍ତି । ଯେଉଁ ନିଷ୍ପତି ବର୍ତ୍ତମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ସେ ଏହି ନିଷ୍ପତି ଏଭଳି ସମୟ ରେ ନେଇଛନ୍ତି ଯେଉଁଠି ତାଙ୍କୁ ଅଧିକ ପରିଶ୍ରମ କରି ଆହୁରି ଆଗକୁ ଯିବାର କଥା।

ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ ମାନେ ବହୁତ୍ ମନଦୁଃଖ କରିଛନ୍ତି।ତେବେ ଜଣାଇ ଦେଉଛୁ ଯେ ଇମ୍ରାନ ଖାନ୍ ବଲିଉଡ୍ ରେ ଅଭିନୟ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି କିନ୍ତୁ ବଲିଉଡ୍ କୁ ସେ ସମ୍ପୂର୍ଣ ଭାବେ ଛାଡ଼ିବେ ନାହିଁ । ସେ ବଲିଉଡ୍ ରେ ଅଭିନୟ ଛାଡ଼ି ବର୍ତ୍ତମାନ ବଲିଉଡ୍ ର ନିର୍ଦ୍ଧେଶକ ଭାବେ କାମ କରିବେ । ଏହା ପୂର୍ବରୁ ସେ 2018 ମସିହା ରେ ଏକ ଛୋଟ ଫିଲ୍ମ୍ ର ନିର୍ଦ୍ଦେଶନା ଦେଇ ସାରିଛନ୍ତି ଆଉ ବର୍ତ୍ତମାନ ସେ ନିଜର କ୍ୟାରିୟର ବଲିଉଡ୍ ନିର୍ଦ୍ଧେଶକ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି ।

ତେବେ ଇମ୍ରାନ ଖାନ୍ ଙ୍କ ବିଷୟ ରେ ଯଦି ଅଧିକ କହିବା ତେବେ ସେ ଗତ କିଛି ଦିନ ଧରି ନିଜର ବୈବାହିକ ଜୀବନ ଓ ବ୍ୟକ୍ତିଗତ ଜୀବନ କୁ ନେଇ ଖୁବ୍ ଚର୍ଚ୍ଚା ରେ ଆସିଥିଲେ । ଇମ୍ରାନ ଖାନ୍ ଙ୍କ ପତ୍ନୀ ଙ୍କ ନାମ ଅବନ୍ତିକା ମଲିକ୍ ଅଟେ । ତେବେ ଇମ୍ରାନ ଓ ଅବନ୍ତିକା ଙ୍କ ର ଛାଡ଼ପତ୍ର ହେବ ବୋଲି ଏକ ନୀୟୂଜ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହୋଇ ଥିଲା କାରଣ ଇମ୍ରାନ ଖାନ୍ ଓ ତାଙ୍କ ପତ୍ନୀ ଅବନ୍ତିକା ମଲିକ୍ ଅଲଗା ରହୁଥିଲେ ।

ଅବନ୍ତିକା ମଲିକ୍ ନିଜ ମା ଙ୍କ ପାଖରେ କିଛି ଦିନ ଧରି ରହୁ ଥିଲେ । କିନ୍ତୁ 2019 ଜୁନ ମାସରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି ବୋଲି ସେ ନିଜ ଫ୍ୟାନ ମାନଙ୍କୁ ଜଣାଇ ଥିଲେ ।ତେବେ ଯଦି ଫିଲ୍ମ୍ କ୍ୟାରିୟର ବିଷୟ ରେ କହିବା ତେବେ ସେ ଡେଲ୍ଲୀ ବେଲି ବ୍ୟତୀତ ସେ କିଡନାପ, ଲକ, ଆଇ ହେଟ ଲଭ ଷ୍ଟୋରୀ, ମେରେ ବ୍ରଦର କି ଦୁଲହାନ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।