Bastu Shastra – ଲାଲକିତାବ ଅନୁସାରେ ଜାଣନ୍ତୁ କଣ ରହିଛି ବୃଷ ରାଶିର ଲୋକ ମାନଙ୍କର ଭବିଷ୍ୟତ ଏବଂ ଏହାର କୁ ପ୍ରଭାବ ର ନିରାକରଣ ଉପାୟ….

ଆସୁଛି ନବବର୍ଷ ୨୦୨୧।ଏହି ନବ ବର୍ଷ ରେ କେଉଁ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବାକୁ ଯାଉଛି ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛୁକ। କେମିତି ରହିବ ଆଗାମୀ ବର୍ଷ, କେମିତି କଟିବ ଆପଣଙ୍କ ଦିନ, ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛୁକ।ତେବେ ଆମେ ଆଜି ଏହି ଲେଖାରେ ଜାଣିବା ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ନବ ବର୍ଷ ଟି କେମିତି କଟିବ ଏବଂ ଏହା ଆପଣଙ୍କ ପାଇଁ କିପରି ରହିବ।ତେବେ ଆସନ୍ତୁ ଜାଣିବା

ଏ ବିଷୟରେ ଆଜିର ଏହି ଲେଖାରେ। ଯଦି ଆପଣଙ୍କ ବୃଷ ରାଶି ତେବେ ନିଶ୍ଚିତ ଭାବରେ ଏହି ଲେଖାକୁ ପଢନ୍ତୁ।

ଲାଲ୍ କିତାବ୍ ହିସାବରେ ୨୦୨୧ ରେ ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ ଏପରି କିଛି ଉପାୟ କରନ୍ତୁ ଯାହା ଫଳରେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ ଏବଂ ୨୦୨୧ ଟି ଆପଣଙ୍କ ପାଇଁ ବହୁତ ମଙ୍ଗଳମୟ ସାବସ୍ତ ହେବ। ଆପଣ ନିଜ କାମରେ ଆଗକୁ ଯାଇ ପାରିବେ ଏବଂ ପ୍ରଶଂସା ମଧ୍ୟ ପାଇବେ।

ସବୁ କାମକୁ ସଠିକ୍‌ ଭାବରେ କରିବା ପାଇଁ ପ୍ରୟାସ ରଖି ପାରିବେ। ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ଆପଣ ସକ୍ଷମ ହେବେ,ଉତ୍ସାହିତ ରହିବେ।କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆଗକୁ ବଢି ପାରିବେ। ଆପଣ ସାହସିକ କାର୍ଯ୍ୟ ଏବଂ ଆତ୍ମ-ସନ୍ଧାନକୁ ଭଲ ପାଇଥାନ୍ତି ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ଆପଣ ନିଜ କାମକୁ ଅତ୍ୟନ୍ତ ଗୁରତ୍ୱ ଦେଇ ପାରିବେ।

ଏହା ସହିତ ଆପଣଙ୍କ ମୁଣ୍ଡରେ ଅନେକ ଇନୋଭେଟିଭ ଆଇଡିଆ ଆଣି ପାରିବେ।ତେବେ ଏଥିପାଇଁ ଆପଣଙ୍କୁ ଶୁକ୍ର ଗ୍ରହ କୁ ଦୃଢ଼ ଏବଂ ଶାନ୍ତ ରଖିବାକୁ ପଡ଼ିବ। ଏଥିପାଇଁ କିଛି ଉପାୟ ଅବଲମ୍ବନ କରିବାକୁ ହେବ ନହେଲେ ଆପଣଙ୍କ ଆଗାମୀ ସମୟ ଆଶାନୁରୂପ ଭାବରେ ରହିବ ନାହିଁ।

– ପ୍ରଥମତଃ ଆପଣ ଅନ୍ୟକୁ ପ୍ରତିଜ୍ଞା ଯଦି କରିଛନ୍ତି କିଛି ଦାନ କରିବାକୁ ତେବେ ତାହା ନିଶ୍ଚିତ କରନ୍ତୁ।

– ପୁରୁଷ ମାନେ ସ୍ତ୍ରୀ ସହିତ ଝଗଡ଼ା କରନ୍ତୁ ନାହିଁ କିମ୍ବା ସ୍ତ୍ରୀ ମାନେ ସ୍ବାମୀ ସହିତ ଝଗଡ଼ା କରନ୍ତୁ ନାହିଁ। ସମ୍ପର୍କରେ ମଧୁରତା ରଖନ୍ତୁ।

– କାହା ସହ ଅନୈତିକ ସମ୍ପର୍କ ସ୍ଥାପନ କରନ୍ତୁ ନାହିଁ। ପର ପୁରୁଷ କିମ୍ବା ପର ନାରୀ ସମ୍ପର୍କ ଠାରୁ ଦୂରେଇ ରୁହନ୍ତୁ।

– ସତ କଥା କୁହନ୍ତୁ ଏବଂ ସତ ମାର୍ଗରେ ନିଜକୁ ସଦାବେଳେ ପରିଚାଳିତ କରନ୍ତୁ। ବୃଷ ରାଶିର ବ୍ୟକ୍ତି ମାନେ କେବେ ମିଛ କୁହନ୍ତୁ ନାହିଁ।

– ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ ଶୁକ୍ରବାର ଦିନ ଖଟା ଖାଇବା ଅନୁଚିତ୍। ଆପଣ ଖଟା ଖାଆନ୍ତୁ ନାହିଁ କିମ୍ବା କୌଣସି ଖଟା ଜିନିଷ ବ୍ୟବହାର କରନ୍ତୁ ନାହିଁ।

– ଫାଲତୁ କିମ୍ବା ଅନାବଶ୍ୟକ କଥାରେ ମୁଣ୍ଡ ନପୁରାଇ ଆପଣ ନିଜର ଉନ୍ନତି ପାଇଁ ଆବଶ୍ୟକ କଥାରେ ମୁଣ୍ଡ ପୁରାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।