KBC ରେ ୧ କୋଟି ଟଙ୍କା ଜିତଲେ ଓଡ଼ିଆ ମହିଳା, ପ୍ରଥମ ଓଡ଼ିଆ ଭାବେ ଜିତିଲେ ଏତେ ସବୁ ଟଙ୍କା, ସେହି ମହିଳା ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ….

ଆରମ୍ଭ ହୋଇ ଯାଇଛି କୌନ ବନେଗା କରୋଡପତି ର ଚଳିତ ବର୍ଷର ସିଜିନ। ଯାହା ଏକ ସବୁଠାରୁ ବଡ଼ ଶୋ ଭାବରେ ଭାରତରେ ବିବେଚନା କରାଯାଏ। ଯାହାକୁ ହୋଷ୍ଟ୍ କରିଥାନ୍ତି ଦ ବିଗ୍ ବି ଅମିତାଭ ବଚ୍ଚନ। ଯାହା ଦେଶରେ ବଡ଼ ରିଏଲିଟୀ ଶୋ ଭାବରେ ଲୋକପ୍ରିୟତା ଅର୍ଜନ କରିଛି।ତେବେ ଏହି ଶୋ ରେ ଅନେକ ବ୍ୟକ୍ତି ବିଶେଷ ମାନଙ୍କର ଜୀବନ ଏବଂ ଭାଗ୍ୟ ବଦଳି ଯାଇଛି।

ସେହିପରି ଏବେ ପୁଣି ଏହି ଶୋ ବହୁତ୍ ଚର୍ଚ୍ଚା ରେ ରହିଛି କାରଣ ଏଥିରେ ଜଣେ ଓଡ଼ିଆ ମହିଳା ବିଜୟିନୀ ହୋଇଛନ୍ତି। ଯାହା ଆମ ଓଡ଼ିଶା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ଅଟେ।

ତେବେ ଏହି ରିଏଲିଟୀ ଶୋ ରେ ବାଜିମାତ କରିଥିବା ଏହି ଓଡ଼ିଆ ମହିଳା ଜଣଙ୍କ ହେଉଛନ୍ତି ଝାରସୁଗୁଡ଼ାର ଜଗ୍ଦଲପୁରର ବାସିନ୍ଦା। ତାଙ୍କ ନାମ ହେଉଛି ଅନୁପା ଦାସ।ସେ ବିଗ୍ ବିଙ୍କ ଏହି ସୋ’ରେ ୧ କୋଟି ଟଙ୍କା ଜିତି ବିଜୟିନୀ ହେବା ସହ ଏକ ନୂଆ ରେକର୍ଡ ତିଆରି କରିଛନ୍ତି।ତେବେ ଅନୁପା ଦାସ କହିଛନ୍ତି ଯେ ନିଜ କର୍କଟ ରୋଗରେ ଆକ୍ରାନ୍ତ ମାଆଙ୍କ ଚିକିତ୍ସା କରିବା ପାଇଁ ସେ ଏହି ସୋ’ରେ ଭାଗ ନେଇଛନ୍ତି।

ସେ ତାଙ୍କର ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ କରୁ ଥିବାରୁ ଏହି ଶୋ କୁ ଆସିଛନ୍ତି। ଏଥିପାଇଁ ତାଙ୍କର ଅନେକ ସ୍ବପ୍ନ ମଧ୍ୟ ରହିଥିଲା।ତେବେ ଏହି ମହିଳା ଜଣଙ୍କ ବୟସ ୪୨ ବର୍ଷ ଅଟେ ଏବଂ ସେ ଜଗ୍ଦଲପୁରରେ ଶିକ୍ଷକତା ମଧ୍ୟ କରନ୍ତି।ଜଣେ ଶିକ୍ଷୟିତ୍ରୀ ଭାବରେ ସେ ତାଙ୍କର ଜୀବିକା ଅର୍ଜନ କରନ୍ତି।

ସେ ଜଣେ ବିଚକ୍ଷଣ ପ୍ରତିଭା ର ଅଧିକାରୀ ଅଟନ୍ତି ଏବଂ ସେ ତାଙ୍କ ବୁଦ୍ଧି ପ୍ରୟୋଗ କରି ଏକ ଚମତ୍କାର ଖେଳ ଖେଳିବା ପରେ ଅନୁପା ଦାସ୍ ତାଙ୍କର ଏହି ସଫଳତା କୁ ଅର୍ଜନ କରିଛନ୍ତି।କୌନ ବନେଗା କରୋଡପତି ଶୋ ରେ ସେ ବିଜୟୀ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଏବଂ ଶୁଭେଚ୍ଛା ମିଳିବାରେ ଲାଗିଛି।

ଅନେକ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ଲୋକେ।ସେ ଏହି ସଫଳତା ଅର୍ଜନ କରିବା କ୍ଷେତ୍ରରେ ନିଜର ଦୃଢ଼ ଇଚ୍ଛା ଶକ୍ତି ଏବଂ ଆତ୍ମ ବିଶ୍ୱାସ କୁ ଗୁରୁତ୍ଵ ଦେଇଛନ୍ତି।ସେ ଜୀବନରେ ଅନେକ ଦୁଃଖ ଓ ସମସ୍ୟା ଦେଇ ଗତି କରିଛନ୍ତି। ତାଙ୍କର ବିଫଳ ବିବାହ ଓ ମାଆଙ୍କ ଅସୁସ୍ଥତା ହେତୁ ସେ ଖୁବ୍ ଆର୍ଥିକ ଅଭାବ ଦେଇ ଗତି କରି ଆସୁଥିଲେ।

ତାଙ୍କୁ ଅର୍ଥର ବହୁତ ଶକ୍ତ ଆବଶ୍ୟକତା ଥିବା କାରଣରୁ ସେ ଏଥିପାଇଁ ଏହି ଶୋ ରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଆସିଥିଲେ।ତେଣୁ ଯେତେବେଳେ ଅନୁପାଙ୍କ କୋଟିଏ ଟଙ୍କାର ଉତ୍ତରକୁ ଅମିତାଭ ସହି ଜୱାବ ବୋଲି କହିଥିଲେ ସେତେବେଳେ ଅନୂପା ଭାବପ୍ରବଣ ହୋଇ ପଡ଼ିଥିଲେ।ତେବେ ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ଅନୁପା ହେଉଛନ୍ତି ଚଳିତ ସିଜିନରେ ୭ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେବାପାଇଁ ପ୍ରୟାସ କରିଥିବା ପ୍ରଥମ ପ୍ରତିଯୋଗୀ ଅଟନ୍ତି।

ତେଣୁ ତାଙ୍କର ଏହି ସଫଳତା ଏକ ନୂତନ ଉଦାହରଣ ସୃଷ୍ଟି କରିଛି ଓଡ଼ିଶାରେ ଏବଂ ବିଗ୍ ବି ର ଏହି ଶୋ ରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।