Ajira Anuchinta – ଏହି ୬ଟି ଗୁଣ ଥିବା ନାରୀ ହୋଇଥାନ୍ତି ସୌଭାଗ୍ୟବତୀ ସାକ୍ଷାତ ଲକ୍ଷ୍ମୀ

ହିନ୍ଦୁ ଧର୍ମରେ ସ୍ତ୍ରୀ ଙ୍କୁ ଘରର ଲଷ୍ମୀ ବୋଲି କୁହା ଯାଇଥାଏ। ଏହା ସହିତ ଭାରତୀୟ ସଂସ୍କୃତିରେ ନାରୀ ମାନଙ୍କୁ ଦେବୀର ସମ୍ମାନ ଦିଆ ଯାଇଥାଏ। ପ୍ରକୃତିର ନିୟମ ଅନୁସାରେ ନାରୀ ମାନଙ୍କୁ ସଂସାର ପରିଚାଳନା ର ମୁଖ୍ୟ ଦାୟିତ୍ୱ ଦିଆ ଯାଇଛି।ଏହା ସହିତ ବିବାହ ପରେ ସ୍ୱାମୀ ଙ୍କ ଘରକୁ ଆସି ସ୍ଵାମୀ ଏବଂ ତାଙ୍କର ପରିବାର ସଦସ୍ୟ ଙ୍କ ସହ ସାରା ଜୀବନ ଅତିବାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଏପରି କୁହାଯାଏ ଯେ ଜଣେ ସ୍ତ୍ରୀ ଚାହିଁଲେ ଘରକୁ ସ୍ୱର୍ଗ କରି ଦେଇଥାଏ ଏବଂ ନିଜ ପତି କିମ୍ବା ପରିବାର ପାଇଁ ଲଷ୍ମୀ ସମାନ ହୋଇଥାଏ।

ଏଥି ସହିତ ଜଣେ ସ୍ତ୍ରୀ କିମ୍ବା ଜଣେ ନାରୀ ଚାହିଁଲେ ଗୋଟିଏ ପରିବାର କୁ ନଷ୍ଟ କରି ଦେଇ ପାରେ। ତେଣୁ ଶାସ୍ତ୍ରରେ ନାରୀ ମାନଙ୍କ ସ୍ଵଭାଵ କୁ ନେଇ ବହୁତ କିଛି କଥା ଉଲ୍ଲେଖ ରହିଛି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଜାଣିବା ଯେ କେଉଁ ୬ ଟି ଗୁଣ ଥିବା ନାରୀ ଙ୍କୁ ସୌଭାଗ୍ୟବତୀ ବୋଲି କୁହାଯାଏ। ତେଣୁ ଆସନ୍ତୁ ଜାଣିବା ସେହି ୬ ଟି ଗୁଣ ବିଷୟରେ।

୧:- ଯେଉଁ ନାରୀ ମାନେ ମଧୁର କଥା କହି ଥାନ୍ତି ସେମାନଙ୍କୁ ସୌଭାଗ୍ୟବତୀ ନାରୀ ବୋଲି କୁହାଯାଏ। ଏପରି ନାରୀ ପରିବାର ର ଛୋଟ,ବଡ଼, ଗୁରୁଜନ ସମସ୍ତଙ୍କୁ ସ୍ନେହ ତଥା ଆଦର ଓ ସମ୍ମାନ ପ୍ରଦାନ କରିଥାନ୍ତି।

୨:- ଯେଉଁ ନାରୀ ମାନେ ଧର୍ମ ଉପରେ ବିଶ୍ୱାସ, ସେବା ଭାବ, କ୍ଷମା ମୟୀ, ଦାନୀ, ବୁଦ୍ଧିମତୀ, ଦୟାଳୁ ଓ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରିଥାନ୍ତି, ତେବେ ସେହି ନାରୀ ମାନଙ୍କୁ ମାତା ଲାଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ଏପରି ନାରୀ ଘରେ ପାଦ ଦେଲେ ପରିବାରର ସମ୍ମାନ ବୃଦ୍ଧି ପାଇବା ସହିତ ଘରର ଉନ୍ନତି ମଧ୍ୟ ହୋଇଥାଏ।

୩:- ଶାରୀରିକ ବା ବାହ୍ୟ ରୂପରେ ନୁହଁ ବରଂ ଗୁଣରେ ଯେଉଁ ନାରୀ ସୁନ୍ଦର ସେହି ନାରୀ ମାନଙ୍କୁ ସୌଭାଗ୍ୟବତୀ ନାରୀ ବୋଲି କୁହାଯାଏ।

୪:- ଘରକୁ ଆସିଥିବା ଅତିଥି ମାନଙ୍କ ସେବାରେ କୌଣସି ବି ହେଳା କରୁ ନଥିବା ନାରୀ ମାନଙ୍କୁ ମଧ୍ୟ ସୌଭାଗ୍ୟବତୀ ନାରୀ ବୋଲି କୁହାଯାଏ।

୫:- ଅନ୍ୟର ଦୁଃଖ ସହି ପାରୁ ନଥିବା ଅର୍ଥାତ ଅନ୍ୟର ଦୁଃଖ ରେ ଦୁଃଖୀ ହୋଇ ନିଜର ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରୁଥିବା ନାରୀ ମାନଙ୍କୁ ସୌଭାଗ୍ୟବତୀ ନାରୀ ବୋଲି କୁହାଯାଏ। ଭେଦଭାବ ନକରି ଘରେ ସମସ୍ତଙ୍କୁ ସମାନ ଭୋଜନ ଦେଉଥିବା ନାରୀକୁ ମଧ୍ୟ ସୌଭାଗ୍ୟବତୀ ନାରୀ କୁହାଯାଏ।

୬:- ଯେଉଁ ନାରୀ ପତିବ୍ରତା ଧର୍ମ ପାଳନ କରିଥାନ୍ତି ଏବଂ ଧର୍ମ ସହିତ ନୀତି ମାର୍ଗରେ ଚାଲିବାକୁ ପରିବାର ଲୋକଙ୍କୁ ପ୍ରେରଣା ଦେଇଥାନ୍ତି ସେହି ନାରୀ ମାନଙ୍କୁ ମଧ୍ୟ ସୌଭାଗ୍ୟବତୀ ନାରୀ ବୋଲି କୁହାଯାଏ। ତେଣୁ ଯେଉଁ ନାରୀ ମାନଙ୍କ ପାଖରେ ଏହି ସବୁ ଗୁଣ ରହିଥାଏ ସେମାନଙ୍କୁ ସୌଭାଗ୍ୟବତୀ ନାରୀ କୁହାଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।