ସାମ୍ପୁ ରେ ମାତ୍ର ଏହି ଦୁଇଟି ସାମଗ୍ରୀ ମିଶାଇ ଲଗାନ୍ତୁ କେଶ ଝଡ଼ିବା, ରୁପି ଏବଂ କେଶ ଏତେ ଘନ ହେବ ସମ୍ଭାଳି ପାରିବେ ନାହିଁ ୧୦୦% ଗ୍ୟାରେଣ୍ଟି – Health tips

ସାମ୍ପୁ ରେ ମିଶାଇ ଲଗାନ୍ତୁ ଏହି ଦୁଇଟି ଜିନିଷ , କେଶ ଏତେ ଲମ୍ବା ଓ ଘନ ହୋଇ ଯିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ ।ତେବେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇ ଯାଇଛି।ଆଜି କାଲି ପ୍ରାୟ ସମସ୍ତ ଙ୍କ ର କେଶ ଝଡ଼ିବା କୁ ଲାଗି ଥାଏ ଯେଉଁ କାରଣ ରୁ ଆମେ ମାନେ ବହୁତ୍ ଚିନ୍ତା ରେ ଥାଉ। ଆମେ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର କେମିକାଲ ସାମ୍ପୁ ବ୍ୟବହାର କରି ଥାଉ । କିନ୍ତୁ ଏହି ସବୁ ଦ୍ଵାରା ଆମର ଏହି କେଶ ଝଡ଼ିବା ଓ ଘନ ନହେବା ସମସ୍ୟା ଦୂରେଇ ନଥାଏ।

ଯେତେବେଳେ ଆମେ ସାମ୍ପୁ କରି କୌଣସି ଶୁଖିଲା ବସ୍ତ୍ର ଦ୍ଵାରା କେଶ ପୋଛି ଥାଉ ସେହି ସମୟ ରେ ବହୁତ୍ କେଶ ସେହି ବସ୍ତ୍ର ରେ ଲାଗି ଥାଏ। ତେବେ ଏହି କେଶ ଖଡିବା ର ସମସ୍ୟା ସେହି ମାନଙ୍କ ପାଖରେ ଅଧିକ ଦେଖା ଯାଏ ଯେଉଁ ମାନେ ନିଜ କେଶ ର ଆଦୌ ଯତ୍ନ ନିଅନ୍ତି ନାହିଁ । ତେବେ ଆଜି ମୁଁ ଯେଉଁ ଉପାୟ ଆପଣ ଙ୍କୁ କହିବାକୁ ଯାଉଚି ସେହି ଉପାୟ ମାଧ୍ୟମ ରେ ଆପଣ କେଶ ଧୋଇବା ସମୟ ରେ ହିଁ ଏହାର ଯତ୍ନ ନେଇ ପାରିବ । ତେବେ ଆସନ୍ତୁ ଜାଣିବା ।

ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ଚାଉଳ । ଆପଣ ଯେଉଁ ପ୍ରକାର ଚାଉଳ ବି ବ୍ୟବହାର କରି ପାରିବେ ।ଏହା ଆପଣ ଙ୍କୁ ଅତି ସହଜ ରେ ମଧ୍ୟ ମିଳିଯିବ । ଚାଉଳ ରେ ଥିବା କାର୍ବୋହାଡ୍ରେଟ କେଶ ର ମୂଳ କୁ ମଜବୁତ୍ କରି ଥାଏ ଯାହା ଫଳରେ କେଶ ଝଡ଼ିବା ସମସ୍ୟା ଦୂର ହୋଇ ଥାଏ । ତେବେ ପ୍ରଥମେ କିଛି ଚାଉଳ ନେଇ ତାକୁ ଭଲ ଭାବେ ଧୋଇ ଦେଇ ଏହାକୁ କିଛି ପାଣି ରେ ଭିଜେଇ ରଖି ଦିଅନ୍ତୁ ।

ଯଦି ଆପଣ ଏହାକୁ ରାତି ସାରା ଭିଜେଇ ରଖିବେ ତେବେ ଏହା ଅଧିକ ଉପକାରୀ ହୋଇ ଥାଏ। ଏହା ପରେ ସେହି ଚାଉଳ ର ପାଣି ଛାଣି ଏକ ପାତ୍ର ରେ ନିଅନ୍ତୁ। ଏହା ପରେ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ଆଲୋବରା । ତେବେ ଆଲିବେରା କୁ କେଶ ଓ ତ୍ବଚା ପାଇଁ ପ୍ରକୃତି ର ବରଦାନ ବୋଲି ମଧ୍ୟ କୁହା ଯାଏ । ଏହା କେବଳ ଆମ କେଶ ପାଇଁ ନୁହେ ଆମ ତ୍ୱଚ୍ୱା ପାଇଁ ମଧ୍ୟ ବହୁତ୍ ଭଲ ଅଟେ ।

ଏଥିରେ ପ୍ରୋଟିଓଲାଇଟିକ୍ ନାମକ ଏଞ୍ଜାଇମ ମଧ୍ୟ ରହି ଥାଏ ଯାହା ଆମ କେଶ ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆମେ ଏହା ର ବ୍ୟବହାର କରି ଆମର କେଶ କୁ ଘନ ଓ ଲମ୍ବା କରି ପାରିବା । ତେବେ ଏହି ଆଲୋବରା ର ରସ କୁ ସେହି ଚାଉଳ ପାଣି ରେ ମିଶାଇ ଏଥିରେ ଆପଣ ଯେଉଁ ସାମ୍ପ ବ୍ୟବହାର କରନ୍ତି ତାହା ମିଶାଇ ଦିଅନ୍ତୁ । ଏହାକୁ ନିଜ କେଶ ରେ ଦେଇ କେଶ ଧୁଅନ୍ତୁ। ଏହାକୁ ପାଞ୍ଚ ମିନିଟ୍ ମୁଣ୍ଡ ରେ ଲଗାଇ ଏହା ପରେ ଥଣ୍ଡା ପାଣି ରେ କେଶ ଧୋଇ ଦିଅନ୍ତୁ ।

ଏହା ଦ୍ବାରା କେଶ ଝଡ଼ିବା ସମସ୍ୟା ଦୂର ହୋଇ ଯିବ ଓ କେଶ ବହୁତ୍ ଘନ ଓ ମୋଟା ହୋଇ ଯିବ ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।