ଡିସେମ୍ବର ୧ ତାରିଖରୁ ସାରା ଦେଶରେ ହେବାକୁ ଯାଉଛି ଏହି ୪ଟି ବଡ଼ ପରିବର୍ତ୍ତନ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ଡିସେମ୍ବର ୧ ତାରିଖ ମଙ୍ଗଳବାର ଅର୍ଥାତ୍ ଆଜିଠାରୁ ଦେଶରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧା ସଳଖ ପ୍ରବାହ ପଡ଼ିବ ସାଧାରଣ ଲୋକଙ୍କ ଉପରେ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ନିୟମ ଏବଂ ଆଜିଠାରୁ କେଉଁ ସବୁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।ତେବେ ଯେଉଁ ପରିବର୍ତ୍ତନ ଗୁଡ଼ିକ ଆଜିଠାରୁ ହେବାକୁ ଯାଉଛି ସେ ମଧ୍ୟରୁ ଗ୍ୟାସ ସିଲିଣ୍ଡର ସମ୍ବନ୍ଧୀୟ ଖବର ମଧ୍ୟ ରହିଛି।

୧) ସିଲିଣ୍ଡର୍ ଦର- କୁହା ଯାଉଅଛି କି ଗ୍ୟାସ୍ ସିଲିଣ୍ଡର ର ଦର ବଦଳିପାରେ। ସରକାରୀ ତୈଳ କମ୍ପାନୀ ଗୁଡ଼ିକ ପ୍ରତିମାସ ଏକ ତାରିଖ ଦିନ ଏଲପିଜି ସିଲିଣ୍ଡର୍ ର ସମୀକ୍ଷା କରନ୍ତି।ଅର୍ଥାତ୍ ଦରବୃଦ୍ଧି ଏବଂ ଦର ହ୍ରାସ କରିବା ଦିଗରେ ଏହି ସମୀକ୍ଷା ରେ ବିଚାର କରା ଯାଇଥାଏ।ତେଣୁ ଡିସେମ୍ବର ୧ ତାରିଖ ପାଖରୁ ଏଲପିଜି ସିଲିଣ୍ଡର୍ ଦରରେ ପରିବର୍ତ୍ତନ ହୋଇପାରେ।

୨) ବ୍ୟାଙ୍କ ସମ୍ବନ୍ଧୀୟ ପରିବର୍ତ୍ତନ- ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା କୁହା ଯାଇଛି ଯେ ଡିସେମ୍ବର ୧ ତାରିଖ ପାଖରୁ ଏହାର ଗ୍ରାହକ ମାନଙ୍କ ପାଇଁ RTGS କାରବାର ସୁବିଧା ୨୪ ଘଣ୍ଟା ପାଇଁ ଉପଲବ୍ଧ ହେବ।RBI ର ପୂର୍ବ ଘୋଷଣ ଅନୁଯାୟୀ,ଏହି ମାସ ପ୍ରଥମରୁ ପ୍ରଥମ ଦିନରୁ ଗ୍ରାହକଙ୍କୁ ବଡ଼ ଧରଣର ଅର୍ଥ ଟ୍ରାନ୍ସଫର ପାଇଁ ଆଉ ବ୍ୟାଙ୍କ୍‌ ଖୋଲିବା କିମ୍ବା ବନ୍ଦ ହେବା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

୩) PNB ର ନିୟମରେ ପରିବର୍ତ୍ତନ- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଡିସେମ୍ବର ର ପ୍ରଥମ ତାରିଖରୁ ତାର ଗ୍ରାହକ ମାନଙ୍କ ପାଇଁ ଆଣୁଥିବା ପରିବର୍ତ୍ତନ କୁ ନେଇ ପୂର୍ବରୁ ଘୋଷଣା କରିଥିଲା।ଆଉ ଏହି ନିୟମ ଅନୁସାରେ ଯଦି ଆପଣ ଥରକେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କାର ଉଠାନ କରୁଛନ୍ତି ତେବେ ଆପଣଙ୍କୁ ଓଟିପି ର ଆବଶ୍ୟକତା ପଡ଼ିବ। ଅର୍ଥାତ୍ ଆପଣ ଟଙ୍କା ଉଠାଇଲା ବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର୍ କୁ ଏକ ଓଟିପି ଯିବ ଏବଂ ଆପଣ ଏହି ଓଟିପି କୁ ଏଣ୍ଟର କଲେ ଯାଇ ଟଙ୍କା ଉଠାଣ କରି ପାରିବେ।ଏହି ପରିବର୍ତ୍ତନ କରିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍।

୪) ଟ୍ରେନ୍ ଚଳାଚଳ ରେ ପରିବର୍ତ୍ତନ- କରନା ମହାମାରୀ ଭିତରେ ଅନେକ ରୁଟ୍ ରେ ଟ୍ରେନ୍ ଚଳାଚଳ ବନ୍ଦ ରଖିଥିଲେ ସରକାର। କିନ୍ତୁ ଡିସେମ୍ବର ୧ ତାରିଖ ପାଖରୁ କେତେକ ରୁଟ ରେ ଟ୍ରେନ୍ ଚଳାଚଳ ପୁଣି ଅାରମ୍ଭ ହେବ।ତେବେ ଏହି ଚଳାଚଳ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ଆପଣ ଭାରତୀୟ ରେଳବାଇ ର ଅଫିସିଆଲ୍ ୱେବ୍ ସାଇଟ୍ ରୁ ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।