ମୋଦି ସରକାର ଙ୍କର ବଡ ଘୋଷଣା । ଏବେ ବ୍ୟବସାୟ କରିବା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଲୋନ, ଏହି ପରି ଉଠାନ୍ତୁ ଏହାର ଫାଇଦା….

କରନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇ ଥିବାରୁ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କହିବାକୁ ଗଲେ ଏକ ଦୁର୍ବଳ ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଛି ଆମ ଦେଶ। ଜୀବିକା ହରାଇ ବଡ଼ ବ୍ୟବସାୟୀଙ୍କ ପାଖରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ମାନେ ଏବଂ ସାଧାରଣ ଖଟିଖିଆ ମାନେ ବହୁତ୍ ହଇରାଣ ହେଉଛନ୍ତି।

ଏହିଭଳି ଏକ ଅଭାବାବସ୍ଥା ଦେଇ ଲୋକେ ଗତି କରୁଥିବା ବେଳେ ଭାରତ ସରକାର ଏଥିପାଇଁ ଯତ୍ନଶୀଳ ରହିଛନ୍ତି ଏବଂ ଫଳ ସ୍ୱରୂପ ଏହି ଆର୍ଥିକ ମାନ୍ଦାବସ୍ଥା କୁ ପୁଣି ସୁଦୃଢ କରିବା ପାଇଁ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି।

ଯେଉଁ କାରଣରୁ ଏସବୁ କୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦୀ ସରକାର ଲୋକଙ୍କୁ ପୁଣି ତାଙ୍କର ରୋଜଗାର ଦେବାପାଇଁ ସେମାନଙ୍କ ପାଇଁ ଆଣିଛନ୍ତି ଆତ୍ମନିର୍ଭର ଭାରତ ୩.୦ ର ମିଶନ। ଏହା ଜରିଆରେ ମୋଦି ସରକାର ବନ୍ଦ ହୋଇ ପଡିଥିବା ବେପାର କୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରୁଛନ୍ତି।

ତେବେ ଆପଣ ଏବେ ଏହି ସୁବିଧା କୁ ହାସଲ କରି ପାରିବେ ଏବଂ ଆପଣଙ୍କ ପୁରୁଣା ବ୍ୟବସାୟ କୁ ପୁଣି ଚାଲୁ କରିବା ପାଇଁ ସରକାର୍ ଦେଉଥିବା ୧୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦେବାର ଯୋଜନାକୁ ମଧ୍ୟ ପାଇ ପାରିବେ।ତେବେ ଆସନ୍ତୁ ସେହି ସବୁ ଯୋଜନା ବିଷୟରେ ଜାଣିବା।

ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନା (PMMY) – ଏହି ଯୋଜନା ଅଧୀନରେ ୫୦ ହଜାରରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି। ଏହି ଯୋଜନା ଅନୁଯାୟୀ, ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଇଥାଏ ଏବଂ ପରିଶୋଧ କରିବାର ସମୟ ସୀମା ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇପାରେ।ଶିଶୁ ମୁଦ୍ରା ଋଣ ଅଧୀନରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଇଥାଏ ଏବଂ କିଶୋର ମୁଦ୍ରା ଋଣ ଅଧୀନରେ ୫୦,୦୦୦ ଟଙ୍କାରୁ ଆରମ୍ଭ କରି ୫ଲକ୍ଷ ପର୍ଯ୍ଯନ୍ତ ଋଣ ଦିଆଯାଉଛି।

– ଅତି କମରେ ଦୁଇ ବର୍ଷ ପାଇଁ ଏକ ଚାକିରିର ରେକର୍ଡ ଆବଶ୍ୟକ।

– ଆବେଦନକାରୀ ଭାରତର ନାଗରିକ ହୋଇଥିବା ଆବଶ୍ଯକ।

– ଏଥିପାଇଁ କିଛି ଡକ୍ୟୁମେଣ୍ଟର ଆବଶ୍ୟକ ରହିଛି ଏବଂ ୫୯ ମିନିଟରେ ଋଣ ପ୍ରାପ୍ତ ହୋଇଥାଏ।

– ଏହାଦ୍ବାରା ଲୋନ୍ ପାଇଁ ଆବେଦନ କରିବାର ୧୦ ଦିନ ମଧ୍ୟରେ ଆଧାର କାର୍ଡଧାରୀଙ୍କୁ ଟଙ୍କା ହସ୍ତାନ୍ତର କରାଯିବ।

– ଏଥିପାଇଁ ଆପଣଙ୍କୁ ମାଲିକାନା କିମ୍ବା ଭଡା ଦଲିଲ, କାର୍ଯ୍ୟ ସମ୍ବନ୍ଧୀୟ ସୂଚନା, ଆଧାର, ପାନ୍ ନମ୍ବର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ପ୍ରଦାନ କରିବାକୁ ପଡିବ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କୁ ଆପଣଙ୍କ କାର୍ଯ୍ୟ ବିଷୟରେ ଜଣାଇବାକୁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।