୧ ମାସ ଧରି ଅଚଳ ହୋଇ ପଡିଥିବା ଏଟିଏମ୍ ରୁ ବାହାରିଲା ଏମିତି ଜିନିଷ, ଯାହାକୁ ଦେଖି କର୍ମଚାରୀ ଙ୍କ ପାଦ ତଳୁ ମାଟି ଖସିଗଲା…..

ଆଜିର ଇଣ୍ଟରନେଟ ଯୁଗରେ ଅନେକ ପ୍ରକାରର ଖବର ସଂସ୍ପର୍ଶରେ ଆପଣ ମାନେ ପ୍ରତିଦିନ ଆସୁଥିବେ। ଦେଶ ବିଦେଶର ଖବର ବିଷୟରେ ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ସୂଚନା ମଧ୍ୟ ଏହି ମାଧ୍ୟମରେ ମିଳିଥାଏ ।ତେବେ ଏହିପରି ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଖବର ମଧ୍ୟ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ବା ଖବର ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।

ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

କାରଣ ଘଟଣାଟି କିଛି ସେହିପରି ପ୍ରକାରର ଅଟେ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଯାହା ସାଧାରଣ ହୋଇ ଗଲାଣି।ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ସେହିପରି ଏକ ଘଟଣା ଘଟିଛି ଆସାମ ରେ।

ଏଠାରେ ଏକ ଏଟିଏମ୍ ମେସିନ୍ ଏକ ମାସ ଧରି ବନ୍ଦ ପଡ଼ିଥିଲା। ଏଥିପାଇଁ ଲୋକେ ସେହି ଅଞ୍ଚଳରେ ବହୁତ୍ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିଲେ। ଏଥିପାଇଁ ଏହାର କର୍ମଚାରୀ କୁ ମଧ୍ୟ ଏଥିପାଇଁ ସୂଚନା ଦିଆ ଯାଇଥିଲା। ଅଚଳ ଏଟିଏମ୍ କୁ ଠିକ୍ କରିବ ପାଇଁ ଏବଂ ଏହାକୁ ଚାଲୁ କରିବା ପାଇଁ ଓ କାର୍ଯ୍ୟକ୍ଷମ କରିବା ପାଇଁ ଲୋକେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଏହାର କୌଣସି ସମାଧାନ କରା ଯାଇ ନଥିଲା।

ଫଳସ୍ୱରୁପ ଏକ ମାସ ପରେ ଯେତେବେଳେ ଏହି ଅଚଲ ହୋଇ ପଡିଥିବା ଏଟିଏମ୍ କୁ ଖୋଲା ଯାଇଥିଲା, ସେତେବେଳେ ସେହି ଏଟିଏମ୍ ମଧ୍ୟରୁ ଯାହା ବାହାରିଥିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେହି ଏଟିଏମ୍ ରୁ କେବଳ କଟା ଛିଣ୍ଡା ନୋଟ୍ ବାହାରିଥିଲା ଏବଂ ତା ମଧ୍ୟରୁ ଅନେକ ମୂଷା ଏବଂ ମୂଷା ଛୁଆ ଥିବାର ଦେଖିବାକୁ ମିଳିଥିଲା। ଯେଉଁମାନେ କି ଏହି ଏଟିଏମ୍ ର ଟଙ୍କା କୁ ସବୁ କାଟି ନଷ୍ଟ କରି ଦେଇଥିଲେ।

ତେବେ ସୂଚନା ଅନୁସାରେ ପରେ ଜଣା ପଡିଥିଲା କି ମାର୍ଚ୍ଚ ମାସରେ ଏଟିଏମ୍ ଟି ଅଚଳ ହେବା ପୂର୍ବରୁ ସେଥିରେ ୨୯ ଲକ୍ଷ ଟଙ୍କା ପୂରା ଯାଇଥିଲା ଏବଂ ତାପରେ ତାହା ଆଉ କାର୍ଯ୍ୟକ୍ଷମ ହୋଇ ପାରି ନଥିଲା। ଆଉ ଏହାପରେ ଯାହା ଭଲ ନୋଟ୍ ସେଥିରୁ ଉଦ୍ଧାର କରା ଯାଇଥିଲା ତାହାର ପରିମାଣ ହେଉଛି ୧୭ ଲକ୍ଷ ଟଙ୍କା।ଆଉ ବାକି ଟଙ୍କା ସବୁ ନଷ୍ଟ ହୋଇ ଯାଇଥିଲା।ଏହାପରେ ସାଧାରଣ ଲୋକେ ଏହାର କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ୍ ରେ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।