ସାବଧାନ ! ଅଧିକ ସମୟ ହେଡ଼ଫୋନ ବ୍ୟବହାର କରୁଛନ୍ତି କି ? ନିଶ୍ଚିନ୍ତ ପଢନ୍ତୁ ଏହି ଖବର, ନଚେତ ହୋଇପାରେ ଆପଣଙ୍କ କାନ ଖରାପ । ସେୟାର କରି ଜଣାନ୍ତୁ….

ପ୍ରତିଦିନ ନୂଆ ନୂଆ ଜିନିଷ ଉଦ୍ଭାବନ ହେବାରେ ଲାଗିଛି ଆଜିର ଆତ୍ୟାଧୁନିକ ଯୁଗରେ। ସୁତରାଂ ସାମ୍ପ୍ରତିକ ଯୁଗରେ ବିଜ୍ଞାନର ଅନେକ ଅଗ୍ରଗତି ହେବାରେ ଲାଗିଛି। ଯାହା ଫଳରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଫଳରେ ଲୋକେ ନିଜକୁ ଖୁବ୍ ସଭ୍ୟ ଶିକ୍ଷିତ ଏବଂ ସଂସ୍କୃତି ସଂପନ୍ନ ମନେ କରୁଛନ୍ତି। ପୁନଶ୍ଚ ଗ୍ରହରୁ ଗ୍ରହାନ୍ତର ଯାତ୍ରାର ସାଫଲ୍ୟତା ମନରେ ସୃଷ୍ଟି କରିଛି ଦୁର୍ଲଘ୍ୟ ପ୍ରାଚୀର ସମଗର୍ବ ଓ ଅହଂକାର।

କିନ୍ତୁ ବେଳେବେଳେ ବିଜ୍ଞାନର ଉନ୍ନତି ଯୋଗୁଁ ଉଦ୍ଭାବିତ ହେଉଥିବା ଜିନିଷ ମାନଙ୍କର ଅନୁପଯୁକ୍ତ ବ୍ୟବହାର ଯେ ଆମ ଶରୀର ଉପରେ କିଭଳି କୁ ପ୍ରଭାବ ପକାଇଥାଏ, ତାହା ଆମକୁ ଧାରଣା ମଧ୍ୟ ନଥାଏ।

ବାସ୍ତବିକ ଭାବରେ ଆଜିର ସମୟରେ ଲୋକଙ୍କ ଜୀବନ ଧାରଣ ର ମାନ ବୃଦ୍ଧି ପାଇଁ, ଚଳଣି ପାଇଁ ବିଜ୍ଞାନ ଅନେକ ସୁବିଧା ବି କରିଛି। ଯେମିତି ତା ମଧ୍ୟରୁ ହେଡ଼ଫୋନ ଏକ ବହୁଳ ବ୍ୟବହାର ହେଉଥିବା ଜିନିଷ ।ଅନେକ ଲୋକେ ହେଡ଼ଫୋନ ର ବ୍ୟବହାର ତ କରିଥାନ୍ତି, ହେଡ଼ଫୋନ ସାହାଯ୍ୟରେ ଶୁଣିବାରେ ସୁବିଧା ପାଇ ପାରନ୍ତି କିନ୍ତୁ ଏହାର ଯେଉଁ କୁପ୍ରଭାବ ଆପଣଙ୍କ ଉପରେ ପଡୁଛି ତାହା ଜାଣିବା ନିହାତି ଦରକାର।

କାରଣ ଆମେ ବେଳେବେଳେ ଫୁଲ ସାଉଣ୍ଡ ଦେଇ ହେଡଫୋନ ବ୍ଯବହାର କରିଥାଉ। ଯାହା ୧୦୦ ଡେସିବଲ ରୁ ଅଧିକ ହୋଇଥାଏ। କିନ୍ତୁ ମନୁଷ୍ୟର ଶୁଣିବାର କ୍ଷମତା ଏକ ନିର୍ଧାରିତ ରହିଛି ଯାହା ୯୦ ଡେସିବଲ ଅଟେ।ତେବେ ଯଦି ଆପଣ ଆପଣଙ୍କ କର୍ଣ୍ଣ ପ୍ରତି ଉଚିତ୍ ନଥିବା ସାଉଣ୍ଡ ଯାହା ୯୦ ଡେସିବଲ ରୁ ଅଧିକ,ଆଉ ଆପଣ ସେହି ଜୋରରେ ଗୀତ ଶୁଣନ୍ତି ତ ଆପଣଙ୍କର ଶୁଣିବାର କ୍ଷମତାରେ ନିଶ୍ଚିତ ପ୍ରଭାବ ପଡ଼ିବ। ଫଳରେ ଆପଣ ଶୁଣିବା ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେବେ।

ଯାହା ଆପଣଙ୍କର ଶ୍ରବଣ ଶକ୍ତିକୁ ନଷ୍ଟ ବି କରିପାରେ।ତେଣୁ ଏଥିପ୍ରତି ଆପଣ ନିଶ୍ଚିତ ସଚେତନ ରହିବା ଆବଶ୍ୟକ ରହିଛି। ଆପଣ ଜାଣିଛନ୍ତି ସଂକ୍ରମଣ ଦୃଷ୍ଟିରୁ ଯେପରି ଅନ୍ୟର ଟୁଥବ୍ରସ କୁ ସେୟାର କରିବା ଉଚିତ ନୁହେଁ,ଠିକ୍ ସେହିପରି କାହାରି ହେଡ଼ଫୋନ କୁ ବି ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଦ୍ୱାରା ଆପଣଙ୍କର କାନରେ ସଂକ୍ରମଣ ହେବାର ସମ୍ଭାବନା କୁ ବଢ଼ାଇ ଦେଇପାରେ।

ସେହିପରି ଭାବରେ ଆପଣ ଯେତିକି ଆବଶ୍ୟକ ସେତିକି ସମୟ ଏହାକୁ ବ୍ୟବହାର କରନ୍ତୁ। କାରଣ ଅଧିକ ସମୟ ଧରି ହେଡ଼ଫୋନ ବ୍ୟବହାର କରିବା ଦ୍ୱାରା ଏହା ର କ୍ଷତିକାରୀ ବା ଖରାପ ପ୍ରଭାବ ଆପଣଙ୍କର କାନ ଉପରେ ପଡିଥାଏ। ଫଳ ସ୍ୱରୂପ କାନ କୁଣ୍ଡାଇ ହେବା, ମୁଣ୍ଡ ଧିମ ଧିମ ହେବା, ଅଚାନକ କାନ ରେ ଯନ୍ତ୍ରଣା ହେବା, ଶବ୍ଦ ସୁଭିବା ଏବଂ କିଛି ଦିନ ପରେ କାନକୁ କମ୍ ଶୁଭିବା ଭଳି ଅନେକ ସମସ୍ୟା ଦେଖା ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।