ଖୁସି ଖବର ! ବିବାହ ଉତ୍ସବରେ ଏବେ ସାମିଲ ହୋଇ ପାରିବେ ୧୦୦ରୁ ଅଧିକ ଲୋକ, ବ୍ୟାଣ୍ଡ୍ ବାଜାକୁ ମିଳିଲା ଅନୁମତି, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

ଅନେକ ଦିନ ଧରି ସମଗ୍ର ବିଶ୍ୱ କରନା ମହାମାରୀ ସହିତ ଲଢେଇ କରି ଆସିଛି। ଏବେ ମଧ୍ୟ ଏହାକୁ ପ୍ରତିହତ କରିବା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି ଅନେକ ରାଜ୍ୟ। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଅଧିକାଂଶ ଲୋକ ନିଜ ସୁରକ୍ଷା କୁ ପ୍ରାଥମିକତା ଦେଇ ଆବଶ୍ୟକ ନପଡିଲେ ଘରୁ ଗୋଡ଼ ମଧ୍ୟ ବାହାର କରୁ ନାହାନ୍ତି।

ତେବେ ଏହାରି ଭିତରେ ସରକାର ଏକ ଗୁରୁ ଦାୟିତ୍ୱ ନେଇ ଲୋକଙ୍କ ସୁରକ୍ଷା ନିମନ୍ତେ ଅନେକ କିଛି ପଦକ୍ଷେପ ନେଇଛନ୍ତି ଯାହା ପାଇଁ ବାସ୍ତବରେ ସରକାର ଧନ୍ୟବାଦ ର ପାତ୍ର। ଲୋକଙ୍କ ସୁରକ୍ଷା ପାଇଁ ଉଚିତ୍ ପଦକ୍ଷେପ ମାନ ଏବେ ମଧ୍ୟ ଗ୍ରହଣ କରାଯାଉଛି।

ତେବେ ସେହି କ୍ରମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କିଛି କଟକଣା ଲାଗୁ କରାଯିବା ସହିତ ଅନେକ କ୍ଷେତ୍ରରେ ଏହାକୁ କୋହୋଲ ମଧ୍ୟ କରା ଯାଇଛି। ତେବେ ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିହାର ସରକାର କରୋନା ପ୍ରତିରୋଧ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା ଅର୍ଥାତ୍ ଏସଓପି ନିର୍ଦ୍ଧାରିତ କରିଥିଲେ।

ଏହି ଏସଓପି ଅନୁସାରେ ରାସ୍ତାରେ ବ୍ୟାଣ୍ଡ  ବାଜା ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଉପରେ ରୋକ୍ ମଧ୍ୟ ଲଗା ଯାଇଥିଲା। ନିୟମ ଅନୁସାରେ ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଉପସ୍ଥିତ ହୋଇ ପାରିବେ ବୋଲି ଗାଇଡ୍‌ଲାଇନ୍‌ ଜାରି କରିଥିଲେ ସରକାର୍।ତେବେ ଏବେ ଏହି ନିୟମକୁ ପରିବର୍ତ୍ତନ କରା ଯାଇଛି ଓ ବିବାହ ଉତ୍ସବରେ ୧୫୦ ଲୋକ ସାମିଲ ହେବାକୁ ନେଇ ନିୟମ ହୋଇଛି।

ସୂଚନା ଅନୁସାରେ ପାଟନା ଜିଲ୍ଲା ପ୍ରଶାସନ ବିବାହରେ ବ୍ୟାଣ୍ଡ  ବାଜା ଲୋକଙ୍କ ଉପରେ ଲାଗିଥିବା ରୋକ୍‌ କୁ ଏହି ନୂତନ ନିଷ୍ପତ୍ତି ଆଧାରରେ ହଟାଇଛନ୍ତି। ତେବେ ନ୍ୟାୟ ଭିତ୍ତିକ ଭାବରେ ମଣ୍ଡଳ ଆୟୋଗଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି କୁ ସରକାର ନିର୍ଣ୍ଣୟ କରିଛନ୍ତି ଏବଂ ଏହି ସଂପର୍କିତ ସବୁ ଗାଇଡ୍‌ଲାଇନ୍‌ କୁ ମଧ୍ୟ ସମ୍ବନ୍ଧିତ ଅଧିକାରୀଙ୍କୁ ପଠାଇ ଦିଆ ଯାଇଛି।

ତେବେ ଏହା ପୂର୍ବରୁ ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଉପସ୍ଥିତ ହୋଇ ପାରିବେ ବୋଲି ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା।ତେବେ ଏହି ନୂତନ ନିୟମ ଆଧାରରେ ଏବେ ବିବାହ ଉତ୍ସବରେ ୧୫୦ ଜଣ ଲୋକ ସାମିଲ ହୋଇ ପାରିବା ସହିତ ଶ୍ରାଦ୍ଧ କର୍ମ ଆଦିରେ ମାତ୍ର ୨୫ ଜଣ ସାମିଲ ହୋଇ ପାରିବେ ବୋଲି କୁହା ଯାଇଛି।

ତେବେ କରନା ର ଭୟାବହତାକୁ ଦୃଷ୍ଟିରେ ରଖି ବିବାହ ଓ ଶ୍ରାଦ୍ଧ କର୍ମରେ ସାମିଲ ଲୋକଙ୍କୁ ମାସ୍କ ଓ ସାନିଟାଇଜ ରଖିବା ଜରୁରି ବୋଲି କୁହାଯାଇଛି। ଏହାସହିତ ଏମାନଙ୍କର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ସହିତ ରୋଗର ଲକ୍ଷଣ ଥିବା ଲୋକ ମାନେ ସମାରୋହରେ ସାମିଲ ହୋଇ ପାରିବେ ନାହିଁ ବୋଲି ନିର୍ଦେଶ ଦିଆ ଯାଇଛି।ତେବେ ଏହି ଆଦେଶ ଡିସେମ୍ବର ୩ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।