ସରକାରଙ୍କ ବଡ ନିଷ୍ପତି ! ଦୁଷ୍କର୍ମ କାରୀଙ୍କୁ ମିଳିବନି ଆଉ ତ୍ରାହି, ଯେଉଁମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ ଇଂଜେକସନ ଦେଇ ନପୁଂସକ କରାଯିବ, ଏମିତି ଆଇନ କରି ଉଦାହରଣ ପାଲଟିଛନ୍ତି ସରକାର

ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଲଜ୍ୟାକର ଏବଂ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଭବିଷ୍ୟତ ର ଯୁବପିଢି ମାନେ ଭୁଲ୍ ମାର୍ଗରେ ଏହା ଦ୍ବାରା ପରିଚାଳିତ ହେଉଛନ୍ତି। ହତ୍ୟା, ଲୁଟ୍, ବଳାତ୍କାର, ଅପବ୍ୟବହାର ଭଳି ନିନ୍ଦନୀୟ ଘଟଣା ବଢ଼ିବାରେ ଲାଗିଛି।

ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ନିଜର କାମ ବାସନା ଏବଂ ନିଜର ଯୌନ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ। ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ। ତଥାପି ପରିବର୍ତ୍ତନ ହେଉନାହିଁ ସମାଜ।

ଦୁଷ୍କର୍ମ ଭଳି ଏକ ଲଜ୍ୟାଜନକ ଘଟଣା ଯଦିଓ ସଭ୍ୟ ସମାଜକୁ ଅତିଷ୍ଟ କରି ସାରିଲାଣି ତଥାପି ଏଥିପାଇଁ କୌଣସି ଆଇନ୍ ର ପ୍ରାବଧାନ କୁ ମାନୁ ନାହାନ୍ତି ସୈତାନ୍। ଏହିଭଳି ନିନ୍ଦନୀୟ ଏବଂ ନିଷ୍ଠୁର ମାନସିକତା ର ଶିକାର ହୋଇ ଦୁଷ୍କର୍ମ ହେଉଥିବା ପୀଡ଼ିତା ନ୍ୟାୟ ପାଇବାର ଆଶା କୁ ଉଦ୍ରେକ କରି ଆଉ ସମାଜର କଟୁ କଥାର ଦମ୍ଭକୁ ନିଜ ଭିତରେ ପୋଷଣ କରି ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି । କେତେ ସମାଜର ଟାହି ଟାପରା ସହିବାକୁ ପଡୁଛି ଏବଂ ଅନେକାଂଶରେ ପୀଡ଼ିତା ନିଜର ଜୀବନ ମଧ୍ୟ ହାରି ଦେଉଛି।

ତେବେ ସୈତାନ୍ ମାନଙ୍କୁ ଏକ କଠୋର ଦଣ୍ଡ ବିଧାନ ର ବ୍ୟବସ୍ଥା କରାଗଲେ ଏହା ଅନେକାଂଶ ରେ କମି ଯାଇ ପାରନ୍ତା।ଯେଉଁଭଳି ଭାବରେ କାଜକିସ୍ତାନରେ ରହିଛି ଏକ କଠୋର ଆଇନ ବ୍ୟବସ୍ଥା ଦୁଷ୍କର୍ମ କାରୀ ମାନଙ୍କ ପାଇଁ। ଏଠାରେ ନାବାଳିକାଙ୍କୁ ଦୁଷ୍କର୍ମକଲେ ଦୋଷୀ ଙ୍କୁ ଧରି ନପୁଂସକ କରି ଦିଆଯାଏ ।

ନିକଟରେ କାଜାକିସ୍ତାନରେ ୧୬ ବର୍ଷରୁ କମ ବୟସର ଜଣେ ଝିଅ ସହ ଦୁଷ୍କର୍ମ ହୋଇଥିଲା । ସେହି ଦୁଷ୍କର୍ମକାରୀକୁ ୧୫ ବର୍ଷର ଜେଲ ଦଣ୍ଡ ସହ ଇଞ୍ଜେକ୍ସନ ଦେଇ ନପୁଂସକ କରି ଦିଆଯାଇଥିଲା।ଜେଲ ରୁ ଫେରିବା ପରେ ସେ ପରିବାର ଓ ପିଲା ଛୁଆଁ ଚାହୁଁଥିବାର କହିଥିଲା, ଯାହା ସମ୍ଭବ ହୋଇନଥିଲା।

ତେବେ ୨୦୧୮ ମସିହାରେ ଲାଗୁ ହୋଇଥିବା ଏହି ନିୟମ ଅନୁସାରେ କାଜାକିସ୍ତାନରେ ଏଯାବତ୍ ୨ ବର୍ଷ ମଧ୍ୟରେ ୧୧ ଜଣ ଦୋଷୀଙ୍କୁ ନପୁଂସକ କରାଯାଇଛି। ଏହି ଦୋଷୀ ମାନଙ୍କ ଠାରେ Cyproterone ନାମକ ଷ୍ଟେରଏଡ୍‌କୁ ଆଣ୍ଟି-ଏଣ୍ଡ୍ରୋଜେନ୍‌ ଔଷଧର ବ୍ୟବହାର କରି ଏଠାରେ ଅପରାଧିଙ୍କୁ ନପୁଂସକ କରାଯାଏ,ଯେଉଁ ଔଷଧର ବ୍ୟବହାର କ୍ୟାନସର ଚିକିତ୍ସା ପାଇଁ ହୋଇଥାଏ।

ଏହାଛଡା ନାବାଳିକା ଙ୍କ ଉପରେ ଯୌନ ହିଂସା ଆଚରଣ କରୁଥିବା ୮୮ ଜଣ ବ୍ୟକ୍ତିଙ୍କୁ ନପୁଂସକ କରିବା ପ୍ରସ୍ତାବ ସଂସଦରେ ମଧ୍ୟ ପାରିତ ହୋଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।