ପୁଣି ମାଡ଼ି ଆସୁଅଛି ଆଉ ଏକ ନୂଆ ବାତ୍ୟା ” ବୁରେଭି ” ଓଡ଼ିଶାର ଏହି ସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ, ମସ୍ଥ୍ୟ ଜୀବିଙ୍କୁ ସମୁଦ୍ର କୁ ଯିବା ମନା…..

ଓଡ଼ିଶା କୁ ଆସୁଛି ପୁଣି ଏକ ଭୟଙ୍କର ଲଘୁଚାପ। ସୂଚନା ମିଳୁଛି କି ଏହି ଲଘୁଚାପଟି ଆସନ୍ତା ନଭେମ୍ବର ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରିୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତେବେ ଏହାର ପ୍ରଭାବ କେମିତି ରହିବ ଏନେଇ କୌଣସି ଆକଳନ କରା ଯାଇ ନାହିଁ ବୋଲି ସୂଚନା ମିଳିଛି।ତେବେ ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।

ତେବେ ସେପଟେ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ଥିବା ସାମୁଦ୍ରିକ ଝଡ଼ ନିଭାର ଭୀଷଣ ବାତ୍ୟାରେ ପରିଣତ ହୋଇଛି।ଭାରତୀୟ ପାଣିପାଗ ର ସୂଚନା ଅନୁସାରେ ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ରେ ରାତି ସାଢ଼େ ୨ ଟା ରେ ସ୍ଥଳଭାଗ ପ୍ରବେଶ କରିଛି ନିଭାର୍।ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ କିମ୍ବା ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନାହିଁ।

କେବଳ ୨୬ ତାରିଖ ଓ ଆଜି ରାତି ୧୦ ଟା ସୁଦ୍ଧା ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଅଳ୍ପ ଧରଣର ବର୍ଷା ହୋଇ ପାରେ।ନହେଲେ ସାରା ରାଜ୍ୟରେ ପାଗ ମୂଖ୍ୟତଃ ଶୁଖିଲା ରହିବ।ତେଣୁ ରାଜ୍ୟ ବାସୀ ଙ୍କୁ ଭୟଭୀତ ନହେବା କୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ର ନିର୍ଦ୍ଦେଶକ ଏଚ୍ଆର ବିଶ୍ଵାସ ସୂଚନା ଦେଇଛନ୍ତି।

ତଥାପି ଏହାର ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଏସ୍ଆରସି ଙ୍କ କାର୍ଯ୍ୟାଳୟ ପକ୍ଷରୁ ସିସୂଚନା ଦିଆ ଯାଇଛି।ତେବେ ଆଗକୁ ଆସୁଥିବା ଲଘୁଚାପର ପ୍ରଭାବ ଓଡିଶା ଉପରେ କିଭଳି ରହିବ ଏବଂ କେଉଂ କେଉଁ ଜିଲ୍ଲା ପାଇଁ ସତର୍କ ସୂଚନା ରହିଛି ଚାଲନ୍ତୁ ଜାଣିବା।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ଠାରୁ ବର୍ଷା ଆରମ୍ଭ ହୋଇଯିବ।କିନ୍ତୁ ପବନର ପ୍ରଭାବ ଓଡିଶା ଉପରେ ରହିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।ତେବେ କେନ୍ଦ୍ର ପକ୍ଷରୁ କୁହା ଯାଇଛି ଯେ ଆଜି ମାଲକାନଗିରି , କୋରାପୁଟ,ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ।ଅପରପକ୍ଷରେ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ନିଭାର ପରେ ପରେ ଆଉ ଦୁଇଟି ଲଘୁଚାପ ଦକ୍ଷିଣ ପର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ।

ନିଭାର ସମେତ ଏହି ଦୁଇଟି ଲଘୁଚାପର ପ୍ରଭାବ ତାମିଲନାଡୁ ଉପରେ ବିସ୍ତୃତ ରହିବ । ଦକ୍ଷିଣ ଭାରତରେ ନିଭାର ବାତ୍ୟାର ପ୍ରଭାବ ନସରୁଣୁ ୨୮ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଚି ହେବାର ସମ୍ଭାବନା ରହିଛି । ୩୦ ତାରିଖ ବେଳକୁ ଲଘୁଚାପ ଏବଂ ସମ୍ଭବତଃ ଅଧିକ ଘନିଭୂତ ହୋଇ ଡିସେମ୍ବର ୨ ତାରିଖ ବେଳକୁ ତାମିଲନାଡୁ ଉପକୂଳ ଛୁଇଁପାରେ ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।