ହେ ପ୍ରଭୁ ! ଏସିଆରେ ଲାଞ୍ଚ କାରବାର ରେ ଭାରତ ୧ ନମ୍ୱର୍ । ଜାଣନ୍ତୁ ରିପୋର୍ଟ୍ ଅନୁସାରେ ଲାଞ୍ଚ ନେବା ଏବଂ ଦୁର୍ନୀତି ରେ ଭାରତ ର ସ୍ଥିତି କଣ ଅଟେ ?

ପୁଣି ଏସିଆ ମହାଦେଶରେ ଭାରତ ର ୧ ନମ୍ୱର୍ ସ୍ଥାନ ଅଧିକାର କୁ ନେଇ ଚର୍ଚ୍ଚା। ସୂଚନା ଅନୁସାରେ ନିକଟରେ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଏସିଆ ମହାଦେଶରେ ଲାଞ୍ଚ ନେବାରେ ଭାରତ ୧ ନମ୍ବର ସ୍ଥାନରେ ରହିଛି। ସରକାରୀ ଅଫିସ ମାନଙ୍କରେ କାମ କରିବା ପାଇଁ ଲାଞ୍ଚ ଦେବା ମାମଲାରେ ଭାରତର ଲୋକ ଏସିଆରେ ସବୁଠାରୁ ଆଗରେ ରହିଛନ୍ତି। ଭାରତରେ ଲୋକ ଲାଞ୍ଚ ଦେଇ କାମ କରିବାକୁ ପସନ୍ଦ କରନ୍ତି।

ଅଧିକାଂଶ ଲୋକଙ୍କୁ କୌଣସି ନା କୌଣସି କାମରେ ଲାଞ୍ଚ ଦେବାକୁ ପଡିଥାଏ। ତେବେ ଏ ବିଷୟରେ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ବୁଧବାର ଜାରି କରା ଯାଇଥିବା ରିପୋର୍ଟରୁ ଜଣାପଡିଛି।

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ନାମକ ସଂସ୍ଥା ଭ୍ରଷ୍ଟାଚାର ପ୍ରସଙ୍ଗ ଉପରେ କାମ କରୁଥିବା ବେଳେ ଏହାର ରିପୋର୍ଟ ଅନୁସାରେ ଏହା ପ୍ରକାଶ ପାଇଛି ଯେ ଏସିଆ ମହାଦେଶରେ ଲାଞ୍ଚ ନେବା ମାମଲାରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ଏହି ତାଲିକାରେ ସବୁଠାରୁ ଶେଷରେ ରହିଛି ଜାପାନ୍, ପୁରା ଏସିଆ ମହାଦେଶରେ ଜାପାନରେ ସବୁଠାରୁ କମ୍ ଲାଞ୍ଚ କାରବାର ହୁଏ।

ଏହାଛଡା ଏସିଆର ଅନ୍ୟ ଦେଶ ଭିତରେ କମ୍ବୋଡିଆ ଦ୍ବିତୀୟ ସ୍ଥାନରେ ଓ ଇଣ୍ଡୋନେସିଆ ତୃତୀୟ ସ୍ଥାନରେ ରହିଛି। ଏସିଆରେ ପ୍ରତି ୫ଜଣଙ୍କ ଭିତରୁ ଜଣକୁ ଲାଞ୍ଚ ଦେବାକୁ ପଡିଥାଏ। ତେବେ ଏଥିପାଇଁ ହୋଇଥିବା ସର୍ଭେରେ ସାମିଲ ଥିବା ୬୨ ପ୍ରତିଶତ ଲୋକଙ୍କ ମତରେ ଭବିଷ୍ୟତରେ ସ୍ଥିତି ପରିବର୍ତ୍ତନ ହୋଇପାରେ। ରିପୋର୍ଟ ଅନୁସାରେ, ପ୍ରାୟ ୩୯ ପ୍ରତିଶତ ଭାରତୀୟଙ୍କ ମତରେ ସେମାନେ ତାଙ୍କ କାମ କରିବା ପାଇଁ ଲାଞ୍ଚର ସାହାରା ନିଅନ୍ତି।

୨୦୧୯ରେ ଦୁର୍ନୀତି ମାମଲାରେ ଭାରତ ବିଶ୍ବର ୧୯୮ଟି ଦେଶରେ ୮୦ ତମ ସ୍ଥାନରେ ଥିବା ବେଳେ ଏହି ସଂସ୍ଥା ହିସାବରେ ୧୦୦ ନମ୍ବର ଭିତରେ ୪୧ ତମ ସ୍ଥାନରେ ଭାରତ ରହିଥିଲା। ରିପୋର୍ଟ ଅନୁସାରେ, ଦେଶର ଅଧିକାଂଶ ଲୋକଙ୍କ ମତରେ ପୋଲିସ ଓ ସ୍ଥାନୀୟ ଅଫିସର ଲାଞ୍ଚ ନେବା ମାମଲାରେ ସବୁଠାରୁ ଆଗରେ ରହିଛନ୍ତି। ଏହା ପ୍ରାୟ ୪୬ ପ୍ରତିଶତ ରହିଛି।

ଏହାପରେ ଦେଶର ସାଂସଦ ଆସୁଛନ୍ତି, ଯାହା ବିଷୟରେ ୪୨ ପ୍ରତିଶତ ଲୋକ ଏହି ରାୟ ଦେଇଛନ୍ତି। ୪୧ ପ୍ରତିଶତ ଲୋକଙ୍କ ମତରେ ଲାଞ୍ଚଖୋର ମାମଳାରେ ସରକାରୀ କର୍ମଚାରୀ ଓ କୋର୍ଟରେ ବସିଥିବା ୨୦ ପ୍ରତିଶତ ବିଚାରପତି ଭ୍ରଷ୍ଟ ଅଟନ୍ତି ଏବଂ ୮୯ ପ୍ରତିଶତ ଭାରତୀୟ ସରକାରୀ ଭ୍ରଷ୍ଟାଚାରକୁ ସବୁଠାରୁ ବଡ ସମସ୍ୟା କହିଛନ୍ତି।

ରିପୋର୍ଟ୍ ଅନୁସାରେ ୩୯ ପ୍ରତିଶତ ଲୋକ ଲାଞ୍ଚକୁ ସବୁଠାରୁ ବଡ ସମସ୍ୟା ଭାବରେ ମାନନ୍ତି ଏବଂ ୪୬ ପ୍ରତିଶତ ଲୋକ କୌଣସି ଜିନିଷ ପାଇଁ ସୁପାରିଶକୁ ସମସ୍ୟା ମାନନ୍ତି। ୧୮ ପ୍ରତିଶତ ଭାରତୀୟ ଭୋଟ୍ ପାଇଁ ନୋଟକୁ ସମସ୍ୟା ମାନୁଥିବା ବେଳେ ୧୧ ପ୍ରତିଶତଙ୍କ ମତରେ କାମ ହାସଲ ପାଇଁ ହେଉଥିବା ଶାରିରୀକ ଶୋଷଣ ଏବଂ ୬୩ ପ୍ରତିଶତ ଭାରତୀୟ ଭ୍ରଷ୍ଟାଚାର ଦୂର କରିବାକୁ ଚାହାନ୍ତି। ଭ୍ରଷ୍ଟାଚାର ଦୂର କରିବାକୁ ସମସ୍ତ ପ୍ରମାଣ ପାଇଁ ଏମାନେ ଅପେକ୍ଷା ପାଇଁ ରାଜି ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।