ହେ ପ୍ରଭୁ ! ୪୫ ମିନିଟ ମରି ପୁଣି ଜୀବିତ ହୋଇଗଲା ଲୋକଟି, ଫେରିଆସି ଲୋକମାନଙ୍କୁ କହିଲା ତା ସହ ଘଟିଥିବା ଅକୁହା କଥା,ଜାଣିଲେ ଆପଣଙ୍କ ଗୋଡ ତଳୁ ମାଟି ଖସି ଯିବ…..

କଣ ଆପଣ କେବେ ଶୁଣିଛନ୍ତି କି ମୃତ୍ୟୁ ପରେ କେହି ଜୀବିତ ହେବାର । କେବେ ଶୁଣିଛନ୍ତି ଯେ ଏହି ବ୍ୟକ୍ତି ଏତିକି ସମୟ ଯାଏ ମରି ଯାଇଥିଲା ଓ ପୁଣି ଥରେ ଜୀବିତ ହୋଇଗଲା।କିନ୍ତୁ ଏମିତି ଏକ ଘଟଣା ବିଷୟ ରେ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ ଯେଉଁଠି ଜଣେ ବ୍ୟକ୍ତି 45 ମିନିଟ୍ ପାଇଁ ମୃତ୍ୟୁ ବରଣ କରି ପୁଣି ଥରେ ଜୀବିତ ହୋଇଗଲେ ।ଏହା ଆପଣ ଙ୍କୁ ହୁଏତ କୌଣସି କାହାଣୀ ପରି ଲାଗୁ ଥିବ କିନ୍ତୁ ଏହି ଘଟଣା ଟି ସମ୍ପୂର୍ଣ ସତ । ତେବେ ଆସନ୍ତୁ ଜାଣିବା କଣ ହୋଇଥିଲା ପ୍ରକୃତ ରେ :

କୁହାଯାଏ ଆମ ସମସ୍ତଙ୍କ ଜୀବନ ରେ ଗୋଟିଏ ସତ ତାହା ହେଉଛି ମୃତ୍ୟୁ । ସମସ୍ତ ଙ୍କ ଜୀବନ ରେ ମୃତ୍ୟୁ ଆସିଥାଏ କିନ୍ତୁ ମୃତ୍ୟୁ କଣ ଓ ଏହା ପରେ କଣ ହୁଏ ଏହା ବିଷୟ ରେ ଆଜି ଜାଏ ସମସ୍ତେ ଅଜ୍ଞାତ ଅଛନ୍ତି।

କିଏ କହନ୍ତି ଭଲ କାମ କରିଥିଲେ ସ୍ବର୍ଗ କୁ ଯିବ କିଏ କୁହେ ଖରାପ୍ କାମ କରିଥିଲେ ନର୍କ କୁ ଯିବ କିନ୍ତୁ ମୃତ୍ୟୁ ପରେ କଣ ହୁଏ ଏହା ବିଷୟ ରେ କାହାକୁ କିଛି ଜଣା ନାହିଁ। ଥରେ ହୃଦ ସ୍ପନ୍ଦନ ବନ୍ଦ ହୋଇ ଗଲା ପରେ ମଣିଷ କୁ ମୃତ ବୋଲି ଘୋଷିତ କରାଯାଏ । ସମସ୍ତ ଙ୍କୁ ସବୁବେଳେ ଜାଣିବାକୁ ଇଛା ଥାଏ ମୃତ୍ୟୁ ପରେ କଣ ହୁଏ କିନ୍ତୁ ବୈଜ୍ଞାନିକ ମାନେ ମଧ୍ୟ ଏହାର ଉତ୍ତର ଦେଇ ପାରି ନାହାଁନ୍ତି ।

ତେବେ ୪୫ ବର୍ଷ ଯୁବକ ମାଇକେଲ ନ୍ୟାପିନ୍ସିକ ପୃଥିବୀ ର ଏମିତି ଜଣେ ବ୍ୟକ୍ତି ଯିଏକି ୪୫ ମିନିଟ୍ ମୃତ୍ୟୁବରଣ କରି ପୁଣି ଥରେ ଜୀବିତ ହୋଇଛନ୍ତି। ଗୋଟିଏ କି ଦୁଇ ମିନିଟ୍ ନୁହେଁ ତାଙ୍କର ହାର୍ଟ ବିଟ ସମ୍ପୂର୍ଣ ୪୫ ମିନିଟ୍ ଜାଏ ବନ୍ଦ ଥିଲା ଓ ଏହା ପରେ ପୁଣି ଥରେ ତାଙ୍କ ହାର୍ଟ ବିଟ ହେବାକୁ ଆରମ୍ଭ ହେଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରି ସାରିଥିଲେ କିନ୍ତୁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ସୂଚନା ଅନୁସାରେ ସେ ନଭେମ୍ବର ସାତ ତାରିଖ ରେ ନିଜ ବନ୍ଧୁ ମାନଙ୍କ ସହିତ ମାଉଣ୍ଟ ରେନିଆର ନେସନାଲ ପାର୍କ ରେ ସ୍ନୋସିଂ କରୁଥିଲେ । ଦୁର୍ଭାଗ୍ୟବଶତଃ ନିଜ ବନ୍ଧୁ ମାନଙ୍କ ଠାରୁ ସେ ଅଲଗା ହୋଇ ଯାଇଥିଲେ ଆଉ ତାଙ୍କୁ ତାଙ୍କ ବନ୍ଧୁ ମାନେ ବହୁତ୍ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନଥିଲେ ଶେଷରେ ଉଦ୍ଧାର କାରୀ ଟିମ୍ କୁ ଡକାଇ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

ତେବେ ଏହାର ପରଦିନ ତାଙ୍କୁ ଉଦ୍ଧାର କାରୀ ଟିମ୍ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳ କୁ ସେ ମୃତ୍ୟୁ ବରଣ କରି ସାରିଥିଲେ । କିନ୍ତୁ ତାଙ୍କର ପରିବାର ଲୋକ ମାନେ ଓ ତାଙ୍କ ସାଙ୍ଗମାନେ ଆଶା ନଛାଡ଼ି ତାଙ୍କୁ ହସ୍ପିଟାଲ୍ ନେଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ECMO ମେସିନ ଜରିଆ ରେ ବଞ୍ଚାଇବା ପାଇଁ ସକ୍ଷମ ହୋଇ ପାରିଥିଲେ।

ଏହି ମେସିନ ଜରିଆ ରେ ଅକ୍ସିଯେନ୍ କୁ ଟିଶୁ ପାଖରେ ସଫଳତା ପୂର୍ବକ ପହଞ୍ଚାଇ ହୁଏ । ଆମେରିକା ର କେବଳ ୨୬୪ ଟି ହସ୍ପିଟାଲ୍ ରେ ଏହି ମେସିନ ଅଛି । ତେବେ ମୃତ୍ୟୁ ମୁଁହ ରୁ ଫେରିବା ପରେ ସେ ନିଜର ଅଭିଜ୍ଞତା ଲୋକ ମାନଙ୍କ ସହିତ ସେୟାର କରିଛନ୍ତି ଓ ନିଜ ଜୀବନ କୁ ମାନବ ସମାଜ କୁ ସମର୍ପିତ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।