ହେ ପ୍ରଭୁ ! ରାଜ୍ୟ ସାରା ଦିଶିଲା ଚନ୍ଦ୍ର ଚାରିପାଖରେ ଆଲୋକ-ବଳୟ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଫଟୋ, ଜାଣନ୍ତୁ ରହସ୍ୟ…..

ଏକ ଅଦ୍ଭୁତ ଚିତ୍ର ଦେଖିବାକୁ ମିଳିଲା ଆକାଶରେ। ଯାହା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ବୁଧବାର ଦିନ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା। ଏଥିରେ ଯାହା ଦୃଶ୍ୟମାନ ହୋଇଥିଲା ତାହା ଚନ୍ଦ୍ର ଚାରିପାଖେ ଏକ ବଳୟ ସୃଷ୍ଟି କରିଥିଲା।ତେବେ ଇନ୍ଦ୍ରଧନୁ ରଙ୍ଗର ଏହି ବଳୟ ରାଜ୍ୟର ଅନେକ ସ୍ଥାନରେ ଦେଖାଯିବାର ଖବର ମିଳିଛି।

ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ଆଶ୍ଚର୍ଯ୍ୟ ଭାବନା ପ୍ରକଟ ହେବା ସହିତ ଏହା ବିଷୟରେ ଜାଣିବାର ଉତ୍ସୁକତା ସୃଷ୍ଟି ହୋଇଥିଲା।ଚନ୍ଦ୍ରରେ ଦେଖା ଯାଇଥିଲା ଏକ ବିଶାଳକାୟ ବଳୟ । ଏହା ସହିତ ଚନ୍ଦ୍ର ଭିତରେ କିଛି ଚିହ୍ନ ଦେଖା ଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଚନ୍ଦ୍ର ପାଖରେ ଏକ ତାରା ମଧ୍ୟ ରହିଥିଲା ଏବଂ ଏହାକୁ ଦେଖି ଅନେକ ବହୁତ୍ କିଛି ଅନୁମାନ ମଧ୍ୟ କରୁଥିଲେ । ଏଭଳି ଦେଖାଯିବାର କାରଣ କଣ ହେଇପାରେ ଏବଂ ଏହା କିଛି ସଂକେତ ଦେଉଛି କି ବୋଲି ଲୋକେ ଚର୍ଚ୍ଚା କରୁଥିଲେ। ଏମିତି ବିଭିନ୍ନ କଥାକୁ ନେଇ ଲୋକଙ୍କ ଭିତରେ ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହୋଇଥିବା ଚନ୍ଦ୍ରକୁ ନେଇ ଚର୍ଚ୍ଚା ହେବାରେ ଲାଗିଥିଲା।

ତେବେ ଯେଉଁଠି ମେଘୁଆ ପାଗ ରହିଥିଲା ସେଠାରେ ଜହ୍ନ ଏତେ ଭଲ ଭାବେ ଦିଶୁ ନଥିଲା । ଆଉ ଯେଉଁଠି ଆକାଶ ପରିସ୍କାର ରହିଥିଲା ସେଠି ଏହି ବଳୟ ଦେଖଇବାକୁ ମିଳୁଥିଲା। ଲୋକେ ଚନ୍ଦ୍ରର ଫଟୋ ଉଠାଇବାରେ ଲାଗିଥିଲେ ଏବଂ ଏହାକୁ ଦେଖି ବହୁତ୍ ଖୁସି ମଧ୍ୟ ହେଉଥିଲେ।

ତେବେ ଯାହା କୁହାଯାଏ ଏବଂ ଏହାକୁ ନେଇ ପୂର୍ବରୁ ଲୋକକଥା ରହିଛି ଯେ ସୂର୍ଯ୍ୟ କିମ୍ବା ଚନ୍ଦ୍ର ପାର୍ଶ୍ବରେ ଏଭଳି ବଳୟ ଦେଖାଗଲେ ବର୍ଷା ହୋଇଥାଏ।ଏପଟେ ବାତ୍ୟା ନିଭାର ଭୟଙ୍କର ଭାବରେ ଆସୁଛି । ତେଣୁ ଏହାକୁ ନେଇ ଲୋକେ ଅଧିକ ଆଲୋଚନା କରିବାରେ ଲାଗିଛନ୍ତି ଏହି ବଳୟକୁ ଦେଖି।

ତେବେ ଯାହା ବିଜ୍ଞାନ ସମ୍ମତ କାରଣ ରହିଛି ଏବଂ ଯାହା ମହାକାଶ ବିଜ୍ଞାନୀଙ୍କ ମତ ରହିଛି ସେହି ଅନୁସାରେ ବାଦଲ ଯେତେବେଳେ ବାଦଲ ଦେଇ ଆଲୋକ ଅତିକ୍ରମ କରେ ସେତେବେଳେ ତାର ଏକ ପ୍ରତିବିମ୍ବ ସୃଷ୍ଟି ହୋଇଥାଏ ଏବଂ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ।ତେବେ ଏହି ମହାକାଶର ଦୃଶ୍ୟ ସମ୍ପର୍କରେ ବିଶେଷ କିଛି ତଥ୍ୟ ହାସଲ ହୋଇ ପାରିନାହିଁ।

ଏଭଳି ଦୃଶ୍ୟ ଆଗରୁ ବି ଦେଖା ଯାଇଥିଲେ ମଧ୍ୟ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ କୌଣସି ତଥ୍ୟ ନାହିଁ।ତେବେ ତଥାପି ଲୋକେ ଏ ନେଇ ଚର୍ଚ୍ଚା ଆଲୋଚନା କରୁଛନ୍ତି ଯେ ଏହା ହୁଏତ କିଛି ସଂକେତ ଦେଉ ଥାଇପାରେ ଏହିଭଳି ବଳୟ ମାଧ୍ୟମରେ। ଆପଣମାନେ ବି ଦେଖନ୍ତୁ ଚନ୍ଦ୍ରର ସେହି ଫଟୋ ଏବଂ ଭିଡିଓ ଯାହା ସେଦିନ ଆକାଶରେ ଦୃଶ୍ୟମାନ ହୋଇଥିଲା ଏବଂ ଯାହାକୁ ନେଇ ଲୋକେ ଚର୍ଚ୍ଚା କରିବାରେ ଲାଗିଛନ୍ତି।ଏହା ସୋସିଆଲ ମିଡିଆରେ ଆପଣଙ୍କୁ ଦେଖିବାକୁ ମିଳିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।