ଦେଖନ୍ତୁ ଭିଡ଼ିଓ ! ଜୀବନ ଯୁଦ୍ଧ ରେ ଶେଷରେ ହାରି ଯାଇଥିବା ” କାଳିଆ ” ର ଅନ୍ତିମ ସଂସ୍କାର ଦେଖିଲେ ରୋମ ଟାଙ୍କୁରୀ ଉଠିବ…..

କନ୍ଧମାଳ ର ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ କାଳିଆ ର ମୃତ୍ୟୁ ପରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷ ହୋଇଛି କାଳିଆ ର ଅନ୍ତିମ ସଂସ୍କାର । ନିଜ ଭିଟା ମାଟି ମେଲୁଦାହ ରେ କରା ଯାଇଛି ଶବ ସଂସ୍କାର । ଗତ କାଲି ରାତି 9 ଟା ରେ କଟକ ଏସିବି ମେଡିକାଲ୍ ରେ ଆଖି ବୁଜି ଥିଲା କାଳିଆ । ତେବେ ତାର ମୃତ୍ୟୁ ଖବର ପରେ କନ୍ଧମାଳ ର ମେଲୁପଡ଼ା ରେ ଶୋକ ର ଛାୟା ର ଖେଳି ଯାଇ ଥିଲା ।

ତେବେ ଆଜି ଭୋର୍ 5 ଟା ବେଳେ କାଳିଆ ର ଜନ୍ମ ସ୍ଥାନ ମେଲୁପଡା ରେ କଟକ ହସ୍ପିଟାଲ୍ ରୁ ଶବ ପହଞ୍ଚି ଥିଲା । ତେବେ ଗାଁ ର ଶୋକାକୁଳ ପରିବେଶ ରେ ଶେଷ ହୋଇଛି ଶବ ସଂସ୍କାର ।

କାଳିଆ ର ବାପା କାଳିଆ କୁ ମୁଖା ଅଂଗ୍ନି ଦେଇଛନ୍ତି । ତେବେ କାଳିଆ ର ଏହି ଅକାଳ ମୃତ୍ୟୁ ବରଣ ରେ ପତିକ୍ରୀୟା ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ। କାଳିଆ ର ଏମିତି ଅଚାନକ ମୃତ୍ୟୁ ବରଣ ରେ ସେ ମର୍ମାହତ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏତେ ବଡ଼ ଡାକ୍ତର ଟିମ୍ ମଧ୍ୟ କାଳିଆ କୁ ବଞ୍ଚାଇ ପାରିଲେ ନାହିଁ ।

ଏମସ୍ ରୁ ବାହାରି ସାରିବା ପରେ କାଳିଆ ର ଦେହ ଭଲ ନଥିଲା । ତାର ଦେହ କୁ ସୁସ୍ଥ କରିବା ପାଇଁ ବହୁତ୍ ଚେଷ୍ଟା କରାଯାଇ ଥିଲା ।କିନ୍ତୁ ଡାକ୍ତର ମାନେ ଏଥିରେ ଅସଫଳ ହୋଇ ଥିଲେ। ତେବେ ସୂଚନା ଅନୁସାରେ ଜଗା ସୁସ୍ଥ ଅଛି ଆଉ ଯଦି ତା ଦେହ ଅଧିକ ଖରାପ ହୁଏ ଓ ଦେହ ଖରାପ୍ ହୋଇ ତାକୁ ବାହାରକୁ ଯିବାକୁ ପଡ଼େ ତେବେ ତାକୁ ଏମସ ପଠା ଯିବ ବୋଲି କୁହା ଯାଇଛି।

ତେବେ ଜଗା ର ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ କରିବେ ବୋଲି କହିଛନ୍ତି । ଏହା ସହିତ ସେମାନଙ୍କୁ ମନିଟର କରୁଥିବା ଡ଼ାକ୍ତର ଅଶୋକ ମହାପାତ୍ର ଙ୍କ ପରାମର୍ଶ ନିଆ ଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ତେବେ ଏହା ସହିତ ଆହୁରି ମଧ୍ୟ କହିଛନ୍ତି ଯେ କାଳିଆ ର ମୃତ୍ୟୁ ପାଇଁ ସେ ବହୁତ୍ ଦୁଃଖିତ କିନ୍ତୁ ତାଙ୍କୁ ବଞ୍ଚାଇବା ପାଇଁ ବହୁତ୍ ଚେଷ୍ଟା କରା ଯାଇଥିଲା କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ତେବେ ବର୍ତ୍ତମାନ ଜଗା ର ଦେହ ସୁସ୍ଥ ଅଛି ସେ ବାହାରେ ଚଲା ବୁଲା କରୁଛି ।

ଯଦି ଜଗା ର ସ୍ବସ୍ଥ୍ୟ ଅବସ୍ଥା ଗୁରୁତର ହୁଏ ତେବେ ତାଙ୍କ ଚିକିତ୍ସା ପାଇଁ ସରକାର ସବୁ ପ୍ରକାର ସାହାର୍ଯ୍ୟ କରିବ ।ତେବେ କାଳିଆ ର ମୃତ୍ୟୁ ବରଣ ରେ ସମସ୍ତେ ପ୍ରାୟ ଦୁଃଖିତ ଅଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।