ଶାରିରୀକ ସମ୍ବନ୍ଧ ରଖିବା ପରେ ନିଶ୍ଚିତ କରନ୍ତୁ ଏହି କାମ । ପ୍ରତ୍ୟେକ ପତି ପତ୍ନୀ ଙ୍କୁ ଜଣା ଥିବା ଦରକାର ଏହି କଥା

ଶାସ୍ତ୍ର ଅନୁସାରେ ଏମିତି କିଛି କାର୍ଯ୍ୟ ଅଛି ଯାହା ହିନ୍ଦୁ ଧର୍ମରେ କରିବା ଅନୁଚିତ୍ ବୋଲି କୁହା ଯାଇଥାଏ। ଯାହାକୁ ମହର୍ଷି ଚାନକ୍ୟ ମଧ୍ୟ ତାଙ୍କ ମହତ୍ ବାଣୀ ରେ ଉଲ୍ଲେଖ କରିଛନ୍ତି।ସେ କହିଛନ୍ତି ଯେ କିଛି କାର୍ଯ୍ୟ ଅଛି ତାହାକୁ ଠିକ୍ ଭାବରେ ନ କରିବା କାରଣରୁ ଅନେକ ସମସ୍ୟା ପରିବାରରେ ଦେଖା ଦେଇଥାଏ।ଏବଂ ଏହି ସବୁ କାର୍ଯ୍ୟକୁ ଅବଜ୍ଞା କରିବା ଦ୍ୱାରା ପରିବାରରେ ଦୁଃଖ ଜଞ୍ଜାଳ ଏବଂ ସମ୍ପର୍କରେ ତିକ୍ତତା ମଧ୍ୟ ସୃଷ୍ଟି ହୁଏ।

ଶରୀର ସହିତ ମନକୁ ମଧ୍ୟ ପବିତ୍ର ରଖିବା ନିହାତି ଆବଶ୍ୟକ। ଯାହା ଶାସ୍ତ୍ରରେ ବର୍ଣ୍ଣିତ ରହିଛି।ତେଣୁ ଜଣେ ବ୍ୟକ୍ତି ସ୍ନାନ କରିବା ପରେ ହିଁ ନିଜେ ପବିତ୍ର ବୋଲି ମାନା ଯାଇଥାଏ।

ଯାହାକୁ ନେଇ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ସକାଳେ ଉଠି ସ୍ନାନକରି ସାରିବା ପରେ ଯାଇ ଜଣେ ପବିତ୍ର ହୋଇଥାଏ ଏବଂ ଏହା ପୂର୍ବରୁ ଘର ଦ୍ବାର ଆଦି ସଫା କରିଥାଏ। ଯାହା ଫଳରେ ଘର ଦ୍ବାର ବି ପବିତ୍ର ହୋଇଥାଏ। ସେହିଭଳି ଆଉ କେଉଁ କେଉଁ କାର୍ଯ୍ୟ ପରେ ସ୍ନାନ କରିବା ଉଚିତ୍ ଯାହା ଆଚାର୍ଯ୍ୟ ଚାନକ୍ୟ ଉଲ୍ଲେଖ କରିଛନ୍ତି ଆସନ୍ତୁ ଜାଣିବା ଯାହା ଦ୍ଵାରା ଦେହ ଓ ମନ ପବିତ୍ର ହୋଇଥାଏ।

ଶାରିରୀକ ସମ୍ପର୍କ ସ୍ଥାପନ ପରେ- ମହର୍ଷି ଚାନକ୍ୟ ଙ୍କ ଅନୁସାରେ ଦମ୍ପତ୍ତି ମାନେ ଶାରିରୀକ ସମ୍ପର୍କ ରଖିବା ପରେ ନିଶ୍ଚିତ ସ୍ନାନ କରିବା ଉଚିତ୍। ତେବେ ଯାଇ ସେମାନେ ପବିତ୍ର ହୋଇଥାନ୍ତି।ଏହାପରେ ସେମାନେ କୌଣସି କାର୍ଯ୍ୟ କରି ପାରିବେ। ନହେଲେ ତାହାକୁ ଅପବିତ୍ର ବୋଲି ମାନା ଯାଇଥାଏ।

ତେଲ ମାଲିଶ୍- ଶରୀରରେ ସପ୍ତାହକୁ ଥରେ ନିଶ୍ଚିତ ରୂପେ ଭଲ ଭାବରେ ତେଲ ମାଲିଶ୍ କରନ୍ତୁ।ଏହାପରେ ଆପଣଙ୍କୁ ନିଶ୍ଚିତ ସ୍ନାନ କରିବା ଆବଶ୍ୟକ ହୋଇଥାଏ।

ଶବ ଯାତ୍ରା ପରେ- ଶବ କୁ ଶ୍ମଶାନ କୁ ନେଇ ଯିବା ପରେ ଆପଣ ଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ଏବଂ ହାନିକାରକ ତତ୍ତ୍ବ ମଧ୍ୟ ନିଆଁ ଜଳିବା ସମୟରେ ବାହାରିଥାଏ। ତେଣୁ ସେଠାରୁ ଆସିବା ପରେ ଭଲ ଭାବରେ ଗାଧୋଇବା ଉଚିତ୍।

ଗ୍ରହଣ ଲାଗିବା ପରେ- କୌଣସି ଗ୍ରହଣ ଲାଗିବା ପରେ ଅର୍ଥାତ୍ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ପରେ ସ୍ନାନ କରିବା ଉଚିତ୍। ଖାଇବା ପୂର୍ବରୁ ମଧ୍ୟ ସ୍ନାନ କରିବା ନିହାତି ଆବଶ୍ୟକ।

ବାଳ କାଟିବା ପରେ- ଯେତେବେଳେ ଆପଣ ଚୁଟି କିମ୍ବା ବାଳ କାଟୁଛନ୍ତି ତାପରେ ନିଶ୍ଚିତ ଭାବରେ ଆପଣ ସ୍ନାନ କରନ୍ତୁ। ବିଜ୍ଞାନ ମଧ୍ୟ ଏହା କହିଥାଏ ଯେ ଚୁଟି କାଟି ସାରିବା ପରେ ଅଧିକ ସମୟ ସେମିତି ରହିବା ଦ୍ଵାରା ଆପଣ ରୋଗରେ ପଡି ପାରନ୍ତି।

ମୃତ ଶରୀରକୁ ସ୍ପର୍ଶ କରିବା ପରେ- ନିଶ୍ଚିତ ଭାବରେ ମୃତ ବ୍ୟକ୍ତି ଙ୍କୁ ସ୍ପର୍ଶ କରିବା ପରେ ଆପଣ ସ୍ନାନ କରନ୍ତୁ କାରଣ ମୃତ୍ୟୁ ପରେ ଶରୀରର ପ୍ରତିପୋଷକ ଶକ୍ତି ସମାପ୍ତ ହେଇଥାଏ ଏବଂ ସେହି ଶରୀର ରେ ନାନା ରୋଗ ର ଜୀବାଣୁ ସୃଷ୍ଟିହେବା ଆରମ୍ଭ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।