ମାଂସପେଶୀ ଯନ୍ତ୍ରଣା, ବାତ ରୋଗ, ଗଣ୍ଠି ଯନ୍ତ୍ରଣା, କ୍ୟାଲସିୟମ ଅଭାବ ଏବଂ ଦୁର୍ବଳତା ରୁ ମୁକ୍ତି ପାଇବା ପାଇଁ ଦିନ ରେ ମାତ୍ର ଥରେ ସେବନ କରନ୍ତୁ – Ramdev Health Tips

ଦିନ ମାତ୍ର ଏତିନିହାକୁ ସେବନ କରନ୍ତୁ ଜୀବନ ସାରା କେବେ ମଧ୍ୟ କ୍ୟାଲସିୟମ ର ଅଭାବ ରହିବ ନାହିଁ । ଏହାକୁ ସେବନ କରିବା ଦ୍ଵାରା କେବେବି ଆପଣ ଙ୍କ ହାତ ରେ କଷ୍ଟ ହେବ ନାହିଁ, ପାଦ ରେ କଷ୍ଟ ହେବ ନାହିଁ , କମର ରେ କଷ୍ଟ ହେବ ନାହିଁ , ଦୁର୍ବଳ ଲାଗିବ ନାହିଁ , କ୍ୟଲଶୀୟମ ର ଅଭାବ ରହିବ ନାହିଁ।ଆଜି କାଲି ଆଣ୍ଠୁ ଗଣ୍ଠି ସମସ୍ୟା ପ୍ରାୟତଃ ସାଧାରଣ ହୋଇ ଗଲାଣି। ବୃଦ୍ଧ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ର ମଧ୍ୟ ଏହି ସମସ୍ୟା ଦେଖାଯାଏ।

ଏହି ସବୁ ସମସ୍ୟା ସେତେବେଳେ ଦେଖାଯାଏ ଯେତେବେଳେ ଆମ ଶରୀର ରେ କ୍ୟାଲସିୟମ ର ଅଭାବ ଦେଖାଯାଏ। କ୍ୟାଲସିୟମ ର ଅଭାବ ଦୁର କରିବା ପାଇଁ, ଆଣ୍ଠୁ ଗଣ୍ଠି ଓ ବାତ ପରି ସମସ୍ୟା ଦୂର କରିବା ଆଜି ଆମେ ଏକ ଘରୋଇ ଉପଚାର ବିଷୟ ରେ ଜାଣିବା ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ କ୍ଷୀର ଆବଶ୍ୟକ ମ ପ୍ରଥମେ ଏକ ପାତ୍ର ଅଧା ଗ୍ଲାସ କ୍ଷୀର ନିଅନ୍ତୁ । ଏହାକୁ କିଛି ସମୟ ପାଇଁ ଫୁଟାନ୍ତୁ । କ୍ଷୀର ଗରମ୍ ହୋଇ ଆସିଲେ ସେଥିରେ ଏକ ଚାମଚ୍ ଜିରା ଓ ଲବଙ୍ଗ ଗୁଣ୍ଡ ମିଶାଇ ଦିଅନ୍ତୁ। ତେବେ ଜିରା ଆମ ଶରୀର ପାଇଁ ବହୁତ୍ ଉପକାରୀ ସାମଗ୍ରୀ ଅଟେ ଏହା ସହିତ ଲବଙ୍ଗ ମଧ୍ୟ ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହା ପରେ ଏଥିରେ ଏଥିରେ କିଛି ମାତ୍ରା ରେ ଡାଲଚିନି ଗୁଣ୍ଡ ମିଶାନ୍ତୁ ।

ଡାଲଚିନି ଆମ ଶରୀର ର ବିଭିନ୍ନ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ ଓ ଏହା ଆମ ଶରୀର କୁ ଶକ୍ତି ମଧ୍ୟ ଯୋଗାଇ ଥାଏ। ତେବେ ଏଥିରେ ମିଶାଇବା ପାଇଁ ଆପଣ ଙ୍କୁ ଆଉ ଏକ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଅଦା । ଅଦା ରେ ବିଭିନ୍ନ ପ୍ରକାର ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥାଏ ତେଣୁ ଏହି ଉପଚାର ରେ ଆପଣ ଅଦା ର ପ୍ରୟୋଗ ନିହାତି ଭାବେ କରନ୍ତୁ।

ଏହା ପରେ ଏହାକୁ କିଛି ସମୟ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ ଯେମିତି ଏଥିରେ ମିଶାଇ ଥିବା ସବୁ ଉପାଦାନ ର ତତ୍ତ୍ଵ ଏହି କ୍ଷୀର ରେ ଭଲ ଭାବରେ ମିଶିଯିବ । ଏହାକୁ ଫୁଟାଇ ସାରିବା ପରେ ଏହାକୁ ଏକ ପାତ୍ର କୁ ଛାଣି ଦିଅନ୍ତୁ। ଯଦି ଆପଣ ମିଠା ଖାଇବା ପାଇଁ ପସନ୍ଦ କରନ୍ତି ତେବେ ଏଥିରେ ମିଶ୍ରି ଗୁଣ୍ଡ କରି ମିଶାଇ ପାରିବେ କିନ୍ତୁ ଯଦି ଆପଣଙ୍କ ର ଡାଇବେଟିସ ପରି ସମସ୍ୟା ରହିଛି ତେବେ ଏଥିରେ ଆପଣ ମିଶ୍ରି ର ପ୍ରୟୋଗ କରନ୍ତୁ ନାହିଁ।

ଏହାକୁ ଆପଣ ପ୍ରତିଦିନ ଜଳଖିଆ ଖାଇବା ସମୟ ରେ କିମ୍ବା ଖାଇ ସାରି କିମ୍ବା ଖାଇବା ପୂର୍ବରୁ ସେବନ କରି ପାରିବେ।ତେବେ ମନେ ରଖନ୍ତୁ ଏହାକୁ ଆପଣ କେବଳ ଉଷୁମ ଥିବା ସମୟ ରେ ସେବନ କରନ୍ତୁ କାରଣ ଏହା ଥଣ୍ଡା ହେଲା ପରେ ଏହାର ବିଶେଷ କିଛି ଔଷଧିୟ ପ୍ରଭାବ ରହିନଥାଏ। ଏହାକୁ ଆପଣ ତିନି ଦିନ ନିୟମିତ ସେବନ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଆଣ୍ଠୁ ଗଣ୍ଠି ବାତ ଜନିତ ସମସ୍ୟା ଦୂର ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।