ମାଳିକା ର ବଡ ଭବିଷ୍ୟବାଣୀ ! ହେ ପ୍ରଭୁ ଉଠିବ ପଡିବ ଚୌଦ୍ୱାର ଏଇ ମହିଳା କରିବେ ଲୀଳା ଦେଖନ୍ତୁ….

ଆମେ ଆଜି ଆଲୋଚନା କରୁଛେ ମହାପୁରୁଷ ପଞ୍ଚସଖା ମାନଙ୍କ ଗ୍ରନ୍ଥ। ପଞ୍ଚସଖା ଯେ ମାଳିକା ଗ୍ରନ୍ଥ ରଚନା କରିଥିଲେ ତା ନୁହଁ ଶିଶୁ ଦାସ, ନିରାକାର ଦାସ୍ ଏବଂ କୃଷ୍ଣ ଦାସ ଆଦି ମହାପୁରୁଷ ମାନଙ୍କର ମାଳିକା ରହିଛି। ବାଇକୃଷ୍ଣ ଦାସ୍, ଦୀନକୃଷ୍ଣ ଦାସ ଆଦି ଙ୍କ ମାଳିକା ରହିଛି, ଏହିପରି ଅନେକ ମାଳିକା ରହିଛି। ଆମେ ଆଜି ଯେଉଁ ସବୁ କଥା କହୁଛୁ ତାହା ସବୁ ମହାପୁରୁଷ ମାନଙ୍କର କଥା, ତାହା ମନଗଢ଼ା କଥା ନୁହଁ।

ଯେଉଁ ସବୁ କଥା ସବୁ ମାଳିକା ରେ ବର୍ଣ୍ଣିତ ରହିଛି ତାହା ଜାଣିଲେ ମନରୁ ବ୍ୟଥା ଦୂର ହେବ।ସେହି କ୍ରମରେ କଟକ ର ଚୌଦ୍ଵାର କଥା ଲେଖା ଯାଇଛି। ଦର୍ଶକ ବନ୍ଧୁ କୁ ଆମେ ଅବଗତ କରାଇ ଦେଉଛୁ କି କଟକ କହିଲେ ଆମେ କେବଳ କଟକ କୁ ବୁଝିଥାଉ।

କିନ୍ତୁ ପ୍ରକୃତରେ ୫ଟି କଟକ ରହିଛି। ଗୋଟିଏ କଟକ ହେଉଛି ପୁରୁଷୋତ୍ତମ କଟକ, ନୀଳାଚଳ ଧାମ। ଦ୍ଵିତୀୟ କଟକ ହେଉଛି କଟକ, ତୃତୀୟ କଟକ ହେଉଛି ଅମରାବତୀ କଟକ, ଚତୁର୍ଥ କଟକ ହେଉଛି ଯାଜପୁର କଟକ, ପଞ୍ଚମ କଟକ ହେଉଛି ଚୌଦ୍ଵାର କଟକ।ଏହି ଚୌଦ୍ଵାର କଟକ ବିଷୟରେ ମହାପୁରୁଷ ମାଳିକା ରେ ବର୍ଣ୍ଣନା କରିଛନ୍ତି।

ଯେତେବେଳେ ପ୍ରଭୁ ରାମଚନ୍ଦ୍ର ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କୁ ପଚାରିଥିଲେ କେବେ ପୃଥିବୀରୁ କଳି ଛାଡ଼ିଯିବ, ଆମେ ଏହାର ସୂଚନା କେମିତି ପାଇବୁ, ଆମକୁ ଏହାର ସୂଚନା ସଂକେତ ମାଧ୍ୟମରେ ଦିଅନ୍ତୁ। ସେତେବେଳେ ମହାପୁରୁଷ କହିଥିଲେ ନୀଳାଚଳ ଧାମ ରୁ ପଥର ଖସିବ ଏହାର ୨୩ ବର୍ଷ ପରେ କଳି ଛାଡ଼ି ଚାଲିଯିବ।

୧୯୯୦ ମସିହା ଜୁନ ୧୫ ତାରିଖରେ ବଡ଼ ଦେଉଳ ରୁ ପଥର ଖସିଥିଲା ଏବଂ ତାହା ଏବେ ମାଆ ଲକ୍ଷ୍ମୀ ମାଆ ଙ୍କ ମନ୍ଦିର ସମ୍ମୁଖରେ ପୂଜା ପାଉଛି।ସେହିପରି ଚୌଦ୍ଵାର ବିଷୟରେ ଯାହା ମାଳିକା ରେ ବର୍ଣ୍ଣିତ ରହିଛି ଯେ ଚୌଦ୍ଵାର ରେ ତାର ଗର୍ଭ ରୁ ଅନେକ ଅସ୍ତ୍ର ଶସ୍ତ୍ର ବାହାରିବ ଏବଂ ଏହା ଯୁଦ୍ଧ ସମୟରେ କାମରେ ଲାଗିବ।

ଯାହା ଆପଣ ଜାଣିବାକୁ ପାଇବେ,ଏହା ୬୦୦ ବର୍ଷ ପୂର୍ବେ ମାଳିକା ରେ ବର୍ଣ୍ଣିତ ହୋଇ ରହିଛି। କଟକ ଚୌଦ୍ୱାର ରେ ମାଟି ତଳେ ପ୍ରାୟ ୩୦ କିମି ରେଡିଆସ ରେ ଅନେକ ଅସ୍ତ୍ର ଶସ୍ତ୍ର ରହିଛି। ଯେତେବେଳେ ଚୀନ୍ କ୍ଷେପଣାସ୍ତ୍ର ମାଡ଼ କରିବ ଚୌଦ୍ଵାର ଉପରେ ସେତେବେଳେ ଚୌଦ୍ଵାର ରଣ ଗୋଳ ହେବ।

ଯଦି ଏହିସବୁ ଘଟଣା ଚୌଦ୍ଵାର ରେ ଘଟିବା ପାଇଁ ଯାଉଛି ତେବେ ଭଲ କଥା କଣ ଘଟିବ ସେହି ଅଞ୍ଚଳରେ।ସେଠାରେ ଜଣେ ମହିୟସୀ ମହିଳା ମାଆ ଲକ୍ଷ୍ମୀ ଙ୍କ ଭାବରେ ବିରାଜମାନ କରିବେ। ଯିଏକି ଲକ୍ଷ୍ମୀଙ୍କ ବେଶରେ ନୁହେଁ ବରଂ ଜଣେ ମହିଳା ଙ୍କ ବେଶରେ ଆସିବେ। ମହାଲକ୍ଷ୍ମୀ ଜଣେ ମହିୟସୀ ମହିଳାଙ୍କ ବେଶରେ ଏଠାରେ ଭକ୍ତ ମାନଙ୍କୁ ଦେଖା ଦେବେ।ଏହା ମାଳିକା ରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।