ହେ ପ୍ରଭୁ ! ଖେଳୁ ଖେଳୁ ଛୋଟ ଶିଶୁଟି କେରିଦେଲା ଏମିତି କାଣ୍ଡ, ଦେଖିଲେ ଛାତି ଥରି ଉଠିବ…..

ସମସ୍ତ ବାପା ମାଆ ତାଙ୍କ ସନ୍ତାନ ସନ୍ତତି ମାନଙ୍କୁ ବହୁତ୍ ସ୍ନେହରେ ବଢ଼ାଇ ଥାଆନ୍ତି ଏବଂ ଭଲ ପାଆନ୍ତି ମଧ୍ୟ।ବାପା ମାଆ ଙ୍କ ପାଇଁ ତାଙ୍କ ପିଲା ମାନେ ତାଙ୍କର ଜୀବନ ଠାରୁ ବି ବଡ଼ ହୋଇଥାନ୍ତି।ତେଣୁ ବାପା ମାଆ ଭଳି ଦୁଇଟି ଶବ୍ଦ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଏବଂ ନିଆରା ଶବ୍ଦ। ଯେଉଁଥିରେ ଭରି ରହିଥାଏ ନିଃସ୍ଵାର୍ଥପର ଭଲ ପାଇବାର ଏକ ସ୍ବତନ୍ତ୍ର ଛାପ।

ଏ ସ୍ୱାର୍ଥପର ଦୁନିଆରେ ଜଣେ ବାପା ଏବଂ ଜଣେ ମାଆ ର ସ୍ଥାନ କେହି ନେଇ ପାରିବେ ନାହିଁ। ମାଆ ବାପା ଦୁନିଆର ସମସ୍ତ ଦୁଃଖ କଷ୍ଟ କୁ ସହି ମଧ୍ୟ ନିଜ ସନ୍ତାନର ଖୁସି ଓ ସମୃଦ୍ଧି କାମନା କରିଥାଆନ୍ତି।

ଦୁନିଆର ଯେତେ ବଡ଼ ସମସ୍ୟା ଓ ଦୁଃଖ ଜଞ୍ଜାଳ ହେଉ ପଛକେ ବାପା ମାଆ କେବେବି ନିଜ ପିଲା ମାନଙ୍କ ଉପରେ ସେସବୁ କୁ ପଡ଼ିବା ପାଇଁ ଦିଅନ୍ତି ନାହିଁ। ନିଜ ପିଲା ର ସମସ୍ତ ଦୁଃଖ କୁ ସେମାନେ ଢାଲ ପରି ସୁରକ୍ଷା ଦେଇଥାନ୍ତି ଓ ନିଜ ଉପରକୁ ନେଇ ଯାଇଥାଆନ୍ତି।

ସେଥିପାଇଁ କୁହାଯାଏ ଯେ ବାପା ମାଆ ସମସ୍ତଙ୍କର ଜାଗା ନେଇ ପାରନ୍ତି କିନ୍ତୁ ବାପା ମାଆ ର ସ୍ଥାନ କେହି ବି ନେଇ ପାରନ୍ତି ନାହିଁ କିମ୍ବା ପାରିବେ ନାହିଁ ମଧ୍ୟ।ସେହି ବାପା ମାଆ ଙ୍କ ଆଗରେ ତାଙ୍କ ଜୀବନ ସଦୃଶ ପୁଅ ଝିଅ ଯଦି ଚାଲିଯାଏ ଅର୍ଥାତ୍ ମୃତ୍ୟୁ ବରଣ କରେ ତେବେ ତାହା କେତେ ଯନ୍ତ୍ରଣାଦାୟକ ସେମାନଙ୍କ ପାଇଁ ତାହା ଥରେ ଅନୁମାନ କରନ୍ତୁ।

ସେହିଭଳି ଏକ ଛାତି ଥରେଇଦେବା ଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବାଜରିଆ ପୋଲିସ୍ ଷ୍ଟେସନ ଅଞ୍ଚଳରେ ରହୁଥିବା ଏକ ପରିବାର ରେ।ନିଜ ସନ୍ତାନକୁ ହରାଇ ଦେଇଛନ୍ତି ବାପା ମାଆ। ବାପା ରାଜୀବ ବିଶ୍ଵକର୍ମା ନିକଟରେ ତାଙ୍କର ୮ ମାସର ନିରୀହ ପୁଅ ରୁଷଭଙ୍କୁ ହରାଇ ଦେଇଛନ୍ତି ।

ପୁଅ ଘରେ ଖେଳୁଥିବା ବେଳେ ପାଣି ମୋଟର ନିକଟରେ ପହଞ୍ଚି ଯାଇଥିଲା।ଏହି ସମୟରେ ମୋଟର ଚାଲୁଥିଲା ଏବଂ କୁନି ପିଲାଟି ତାରକୁ ଛୁଇଁ ଦେଇଥିଲା। ଫଳରେ ସେଥିରେ କରେଣ୍ଟ ଥିବା କାରଣରୁ ଏହାକୁ ଛୁଇଁବା ପରେ ସେ ଭୂମିରେ ପଡି ଯାଇଥିଲା ଏବଂ ହଠାତ୍ ବେହୋସ୍ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ଏହା ଜାଣିବା ପରେ ପିଲାଟିକୁ ଡାକ୍ତର ଖାନା କୁ ନିଆ ଯାଇଥିଲା।

ହସ୍ପିଟାଲ୍ ରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ ଏବଂ ସେଠାରେ କୁନି ପିଲା ଋଷଭ୍ ଦୀର୍ଘ ୫ ଘଣ୍ଟା ଧରି ଜୀବନ ଯୁଦ୍ଧ କରିଥିଲା ଏବଂ ଶେଷରେ ସବୁକିଛି ଶେଷ ହୋଇ ଯାଇଥିଲା। ପିଲାଟି ତାର ଆଖି ବୁଜି ଦେଲା। ସବୁଦିନ ପାଇଁ ତାର ହସ ହସ ମୁଖ ବାପା ମାଆ ଙ୍କ ଆଖି ଆଗରୁ ଲିଭି ଗଲା।ତେଣୁ ସାମାନ୍ୟ ଅସାବଧାନତା ଏବଂ ବାପା ମାଆ ଙ୍କ ପିଲା ପ୍ରତି ଯତ୍ନ ଶିଳ ନହେବା କାରଣରୁ ଏହିଭଳି ଏକ ଦୁଃଖଦ ଘଟଣାକୁ ସାମ୍ନା କରିବାକୁ ପଡିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।