ଦେଖନ୍ତୁ ଭିଡ଼ିଓ ! ବାଃ ବାଃ ରେ ଝିଅ । ୫ ବର୍ଷ ଝିଅର ମୁହଁ ରେ ବାହାରୁଛି ଅନର୍ଗଳ ଶିବ ତାଣ୍ଡବ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ……

କୁନି ବୟସ ରେ ଅସାଧାରଣ ପ୍ରତିଭା ଅନଗ୍ରଳ କହୁଛନ୍ତି ଶ୍ଳୋକ। ଯେକୌଣସି ପ୍ରଶ୍ନ ର ଚଟାପଟ୍ କହୁଛନ୍ତି ଉତ୍ତର । ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଚାଲନ୍ତୁ ଦେଖିବା କିଏ ସେହି କୁନି ପ୍ରତିଭା ।  କୁହା ଯାଏ ତୁଳସୀ ଦୁଇ ପତ୍ରରୁ ବାସେ।ଆମ ସାମ୍ନା ରେ ଅନେକ ଉଦାହରଣ ରହିଛି ଯେଉଁ ମାନେ ନିଜ ଜନ୍ମ ରୁ ହିଁ ପ୍ରତିଭା ଶାଳୀ ଅଟନ୍ତି ।

ତାଙ୍କୁ କେହି କିଛି ଶିଖାଇ ନଥାଏ ବରଂ ସେ ଏସବୁ ନିଜ ପରିଶ୍ରମ ବଳରେ କରି ପାରନ୍ତି । ସେମିତି ହେଉଛି ଏହି କୁନି ଝିଅର ପ୍ରତିଭା ।।

ଶିବ ତାଣ୍ଡବ କୁ ଅନର୍ଗଳ ଗାଉଛି ଏହି କୁନି ଝିଅ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯିବେ । କେବଳ ଶିବ ତାଣ୍ଡବ ନୁହେଁ । ଗାୟତ୍ରୀ ମନ୍ତ୍ର , କର୍ପୁର ଆଳତି ମନ୍ତ୍ର ନିର୍ଭୁଲ ଭାବରେ ଗାଉ ଅଛନ୍ତି । ଏହି ବିସ୍ମୟ ବାଳିକା ଜଣଙ୍କ ହେଉଛନ୍ତି ବାଲି ଅଣ୍ଟା ରାମଚନ୍ଦ୍ର ପୁର ର ଉସ୍ମିତା ଦାସ ଓ ପ୍ରଭାନ ଦାସ ଙ୍କ ପାଞ୍ଚ ବର୍ଷ ର ଝିଅ ତମନା । ବୟସ କମ୍ କିନ୍ତୁ ଅନେକ ପ୍ରତିଭା ର ଅଧିକାରିଣୀ ସେ ।

ସେହି ପରି ୪୦୦ ପ୍ରଶ୍ନ ରୁ ଅଧିକ ଅଧିକ ପ୍ରଶ୍ନ ର ଉତ୍ତର ଚଟାପଟ୍ ଦେଉଛନ୍ତି । ତେବେ ପ୍ରଥମେ ଜାତୀୟ ଫୁଲ ଓ ଫଳ ରୁ ପାଠ ପଢା ଆରମ୍ଭ କରିଥିବା ଏହି ବାଳିକା ଏବେ ସଂସ୍କୃତ , ସାଧାରଣ ଜ୍ଞାନ ଆଦି ରେ ପାରଙ୍ଗମ । ତେବେ ତାଙ୍କୁ ଏହି ସବୁ ଶିକ୍ଷା ତାଙ୍କ ମାଆ ବାପା ଦେଇଛନ୍ତି ବୋଲି ସେ କହିଛନ୍ତି । ସେ ଯେତେବେଳେ ତିନି ବର୍ଷ ର ଥିଲେ ତାଙ୍କ ଭିତରେ ଏମିତି ସବୁ ପ୍ରତିଭା ଥିବାର ଜଣା ପଡି ଯାଇଥିଲା ।

ତାଙ୍କ ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା ଯେ ସେ ଯାହା ବି ପଢନ୍ତି ସଙ୍ଗେ ସଙ୍ଗେ ମନେ ରଖି ଦିଅନ୍ତି । ତେବେ ତାଙ୍କର ଏହି ପ୍ରକାର ପ୍ରତିଭା ଦେଖି ସାହି ପଡିସା ଲୋକ , ସାଙ୍ଗ ସାଥି ତାଯୁବ ହେବା ସହିତ ଖୁସି ମଧ୍ୟ ହୁଅନ୍ତି ।ତେବେ ତାଙ୍କ ବାପା ତାଙ୍କର ଏହି ପ୍ରତିଭା ପାଇଁ ବହୁତ୍ ଖୁସି ଅଛନ୍ତି ଓ କହୁଛନ୍ତି ସେ ଏକ ଭଗବାନ ବରଦାନ ସଦୃଶ୍ୟ ଅଟେ ।

ସେ ନିଜ ଜୀବନ ରେ ବହୁତ ଆଗକୁ ଯିବା ସହିତ ନିଜ ବାପା ମା ଙ୍କ ନାମ ଉଜ୍ଜଳ କରନ୍ତୁ ଏହା ହିଁ ଆମର କାମନା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।